-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
08-Nov-2021
ବଲାଙ୍ଗିର : ସାବଧାନ ବଲାଙ୍ଗିର ମାତିଛନ୍ତି ଅନଲାଇନ ହନି ବି । ଅର୍ଥାତ ସାମାଜିକ ଗଣମାଧ୍ୟମରେ କିଛି ଠକ ଯୁବତୀଙ୍କ ନାଁ ନେଇ ଠକେଇ କରିବା ସହିତ ସେମାନଙ୍କ ଫାଶରେ ପଡୁଥିବା ଲୋକଙ୍କ ଭିଡିଓ ଭାଇରାଲ କରୁଥିବା ଦେଖିବାକୁ ମିଲିଛି । ଜଣେ କି ଦୁଇ ଜଣ ନୁହଁ ଏହିଭଳି ସହରର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଏବେ ଏହି ଅନଲାଇନ ହନି ବି ମାନଙ୍କ ଶୀକାର ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି । ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଝିଅ ମାନଙ୍କ ନାଁରେ ସାଙ୍ଗ ହେବା ପରେ କଥାବାର୍ତ୍ତା ତା ପରେ ଭିଡିଓ ଚାଟରେ କିଛି ଅନ୍ତରଙ୍ଗ ମୁହୁର୍ତ୍ତ ବିତାଇ ସାରିବା ପରେ ଉକ୍ତ ଭିଡିଓ ଚାଟିଂର ରେକର୍ଡିଂ କରି ଆରମ୍ଭ ହୋଇଥାଏ ବ୍ଲେକମେଲିଂ । କିଛି ଦିନ ହେଲା ଏହିଭଳି ଠକେଇର ଶୀକାର ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଏଥିରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ରହିଥିବା ସୂଚନା ମିଲିଛି ।
ସାମାଜିକ ଗଣମାଧ୍ୟମର ଯେତିକି ସୁପ୍ରଭାର ରହିଛି ସେତିକି କୁ ପ୍ରଭାବ ମଧ୍ୟ ରହିଛି । ସାମାନ୍ୟ ଅସଚେତନତା ହେଲେ ସମସ୍ୟାର ସମ୍ମଖୀନ ହେବା ଥୟ । କିଛି ଏହିଭଳି ଘଟଣା ସାମ୍ନାକୁ ଆସିଛି ବଲାଙ୍ଗିର ଜିଲ୍ଲାରେ । ଜିଲ୍ଲାରେ ଏବେ ଅନଲାଇନ ଠକେଇର ଶୀକାର ସଂଖ୍ୟା ଦିନକୁଦିନ ବଢିଚାଲିଛି । କିଛି ମାସ ହେଲା ଅନଲାଇନ ଟଙ୍କା ଠକେଇର ମାମଲା ବୃଦ୍ଧି ପାଇଥିବା ବେଳେ ଗତ ଦୁଇ ମାସ ହେଲା ଆଉ ଏକ ଅଭିନବ ଠକେଇର ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଏହି ମାମଲା ସାଇବର ଟଙ୍କା ଠକେଇର ଠାରୁ ଆହୁରି ସାଂଘାତିକ ବୋଲି ଜଣାପଡିଛି । ସୂଚନା ଅନୁସାରେ ସାମାଜିକ ଗଣମାଧ୍ୟମ ମୁଖତଃ ଫେସବୁକରେ ଯୁବତୀ ମାନଙ୍କ ନାଁରେ ଠକ ମାନେ ଆକାଉଣ୍ଟ ଖୋଲି ଲୋକ ମାନଙ୍କ ସହ ସାଙ୍ଗ ହୋଇଥାନ୍ତି । ପରେ ବିଭିନ୍ନ ଆଲରେ ଲୋକ ମାନଙ୍କ ସହ ଚାଟ କରିବା ଆରମ୍ଭ କରିଥାନ୍ତି । ଜଣେ ପରିଚିତଙ୍କ ଭଳି କଥାବାର୍ତ୍ତା କରିବା ପରେ ଠକ ମାନେ ଭିଡିଓ ଚାଟ କରିବା ଆରମ୍ଭ କରିଥାନ୍ତି । କିଛି ଲୋକ ଏହା ଠକେଇ ବୋଲି ଜାଣି ପୂର୍ବରୁ ସଚେତନ ହୋଇଯାଇଥାନ୍ତି ଆଉ କିଛି ବୁଝିନପାରି ଠକଙ୍କ ଜାଲରେ ପଡିଯାଇଥାନ୍ତି । ବିଶେଷ କରି ସାମାଜିକ ଗଣମାଧ୍ୟମ ବିଷୟରେ ବେଶୀ ଜ୍ଞାନ ନଥିବା ପରିଣତ ବୟସର ଲୋକେ ଏହି ଠକେଇର ଶୀକାର ହେଉଥିବା ଜଣାପଡିଛି । ଭିଡିଓ ଚାଟରେ କିଛି ଅନ୍ତରଙ୍ଗ ମୁହୁର୍ତ୍ତ ବିତାଇବା ପରେ ଠକ ମାନେ ଏହାର ସ୍କ୍ରିନ ରେକର୍ଡିଂ କରିଥାନ୍ତି ।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁଙ୍କ ରିପୋର୍ଟ)