-+91-9937148622 |
prerana_bgr@rediffmail.com |
Monday 27th July 2026 |
R.N.I. Regd No. ODIODI/2010/46693
Breaking News
01-Nov-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) : ରାଜବୋଡ଼ାସମ୍ବର ବ୍ଳକର ବରିହାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗ୍ରାମରେ ଗ୍ରାମର ସବୁଜ ସାଥି ତରଫରୁ ଏକ ବୃକ୍ଷରୋପଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏ ଉପଲକ୍ଷେ ଆୟୋଜିତ ଏକ ପଥପ୍ରାନ୍ତ ସଭାରେ ଜମଲା କଲେଜ ଓଡ଼ିଆ ବିଭାଗ ଅଧ୍ଯାପକ ଶ୍ରୀଯୁକ୍ତ ବିକାଶ ପ୍ରଧାନ ସଭାପତିତ୍ବ କରିଥିଲେ । ମୂଖ୍ଯ ଅତିଥି ଭାବରେ ପ୍ରକୂତିବଂଧୁ ଶ୍ରୀଯୁକ୍ତ ମୀନକେତନ ସାହୁ ଯୋଗଦାନ କରି ଗ୍ଲୋବାଲ ୱାର୍ମି, ପ୍ରାକୃତିକ ବିପର୍ଯ୍ୟୟ,କ୍ରମାଗତ ମରୁଡିରୁ ରକ୍ଷା ପାଇବା ପାଇଁ ବୃକ୍ଷରୋପଣ ଓ ଜଂଗଲ ସୁରକ୍ଷା ସଂପର୍କରେ ଆଲୋଚନା କରିବା ସହିତ ସମସ୍ତଙ୍କ ସହଯୋଗ
କାମନା କରିଥିଲେ ।ସଭାଶେଷ ହେବା ପରେ ସବୁଜସାଥିର ସଦସ୍ଯ ମାନେ ହାତରେ ବୃକ୍ଷଧରି ପରିବେଶ ସୁରକ୍ଷାର ସଂପର୍କିତ ସ୍ଳୋଗାନ ସହ ଗ୍ରାମ ପରିକ୍ରମା କରି ଗାଁ ମୁଣ୍ଡରେ ରାସ୍ତା କଡରେ ବୃକ୍ଷ ରୋପଣ କରି ବୃକ୍ଷ ଗୁଡିକୁପୋଷ୍ୟ ଭାବେଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରାମର ବନ ସୁରକ୍ଷା ସମିତି ସଭାପତି ଶ୍ରୀଯୁକ୍ତ ଠାକୁର ପ୍ରଧାନ, ସବୁଜ ସାଥି ମୁଖ୍ୟପଞ୍ଚମ ପ୍ରଧାନ , ପ୍ରବକ୍ତା ଅନିଲ ପଧାନ ଓ ସବୁଜ ସାଥିର ସଦସ୍ଯ ମାନେ ପରିଚାଳନା କରିଥିଲେ l ପତ୍ରାପାଲି ଗ୍ରାମର ସବୁଜ ସାଥିର ପରିବେଶ ସୁରକ୍ଷା ନିମନ୍ତେ ସମର୍ପିତ ଏହିବୃକ୍ଷରୋପଣ କାର୍ଯ୍ଯକ୍ରମ ଉଚ୍ଚ ପ୍ରଶଂସିତ ହୋଇଅଛି ।