-+91-9937148622 |
prerana_bgr@rediffmail.com |
Tuesday 28th July 2026 |
R.N.I. Regd No. ODIODI/2010/46693
Breaking News
01-Nov-2021
ବଲାଙ୍ଗୀର(ପ୍ରେରଣା ଖବର) :ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବଲାଙ୍ଗୀର ଦିନ୍ ପାଳନ କରାଯାଇଛି । ବଲାଙ୍ଗୀର ମାଟିର ସନ୍ତାନ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦିତ କରିଛନ୍ତି । ଆଗାମୀ ଦିନରେ ଯୁବସମାଜ ସମସ୍ତ କ୍ଷେତ୍ରରେ ନିଜର ଉତ୍କର୍ଷତାକୁ ପ୍ରମାଣିତ କରି ଜିଲ୍ଲାକୁ ଆଗେଇ ନେବେ ବୋଲି ସଂଘ ପକ୍ଷରୁ ବଲାଙ୍ଗୀର ଦିନ୍ ଉତ୍ସବ ପାଳନ ଅବସରରେ ଆଶା ପ୍ରକାଶ କରାଯାଇଛି । ବଲାଙ୍ଗୀର ଦିନ୍ ଉତ୍ସବ ପାଳନ ଜିଲ୍ଲାର ସବୁ ବର୍ଗର ଜନ ସାଧାରଣଙ୍କୁ ଏକତ୍ରିତ କରିବ ବୋଲି ମଧ୍ୟ କୁହାଯାଇଛି । ବଲାଙ୍ଗୀର ଦିନ୍ ପାଳନ ଉତ୍ସବରେ ସାମିଲ ହୋଇଥିବା ସମସ୍ତ ଜନପ୍ରତିନିଧି, ବୁଦ୍ଧିଜୀବି, କଳାକାର, ସ୍ଵେଚ୍ଛାସେବୀ ଓ ସାମ୍ବାଦିକ ମାନଙ୍କୁ ସଂଘ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି। ଏହି ଉତ୍ସବ ପାଳନ କାର୍ଯ୍ୟକ୍ରମରେ ସଂଘ ସଭାପତି ହେମନ୍ତ ପଣ୍ଡା, ସମ୍ପାଦକ ପ୍ରଦ୍ୟୁତ ମିଶ୍ର, କୋଷାଧ୍ଯକ୍ଷ ଶିବ ଶଙ୍କର ପଟେଲ , ବରିଷ୍ଠ ସଭ୍ୟ ଓମ୍ ପ୍ରକାଶ ଚାନ୍ଦ, ମାନସ ରଞ୍ଜନ ନାୟକ, ସୁନିଲ ମିଶ୍ର, ଡମ୍ବରୁଧର ଆଚାର୍ଯ୍ୟ, ମନୋଜ ଗୁରୁ, ଭବାନୀ ପଟେଲ, ପ୍ରାଣନାଥ ପ୍ରଧାନ ଯୋଗ ଦେଇଥିବା ବେଳେ ସତ୍ୟ ପ୍ରକାଶ ପତି, ସଞ୍ଜିବ ପଣ୍ଡା ଓ ହିମାଂଶୁ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।