-+91-9937148622 |
prerana_bgr@rediffmail.com |
Thursday 30th July 2026 |
R.N.I. Regd No. ODIODI/2010/46693
Breaking News
01-Nov-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) :-କେନ୍ଦ୍ର ସରକାର ଙ୍କ ମନମୁଖି ଶାସନ ତଥା ଅହେତୁକ ପେଟ୍ରୋଲ ଡିଜେଲ ଠୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ ଜିନିଷ ର ଦରଦାମ ଯେମିତି ଖାଇବା ତେଲ,ଡାଲି ରନ୍ଧନ ଗ୍ୟାସ ଏପରି କି ଓୈାଷଧ ପତ୍ରର ଦରଦାମ ଆକାଶ ଛୁଆଁ ହେବାରେ ଲାଗିଛି lଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇ ସାରିଛି lଏହାର ପ୍ରତିବାଦରେ ବିଜୁ ମହିଳା ଜନତାଦଳ ପକ୍ଷରୁ ଧାରଣା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି lରାଜବୋଡାସମ୍ବର ବ୍ଳକ ବିଜୁ ମହିଳା ଜନତାଦଳ ର ସଭାପତି ଶ୍ରୀମତୀ ରଜନୀ ସାହୁ,ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁମହିଳା ସଭାପତି ମନୋରମା ମହାପାତ୍ର,ଭାରତୀ ପଟ୍ଟନାୟକ ଙ୍କ ସମେତ ପଦ୍ମପୁର ବ୍ଳକ ଅଞ୍ଚଳ ର ସମସ୍ତ ସଭାପତି କାର୍ଯ୍ୟକର୍ତ୍ତା ଙ୍କ ନେତୃତ୍ବରେ ଶତାଧିକ ମହିଳା କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାର ଙ୍କ ବିଫଳତା କୁ ପାଥେୟ କରି ବିଭିନ୍ନ ସ୍ଳୋଗାନ ମାନ ଦେଇ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀମାନ ତ୍ରିଲୋଚନ ପାତ୍ର ଙ୍କୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ l