-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
30-Oct-2021
ବଲାଙ୍ଗିର-(ପ୍ରେରଣା ଖବର)- ସ୍ଥାନୀୟ ଯାଦବ ଭବନ ଠାରେ ନଭେମ୍ବର ୧ ବଲାଙ୍ଗିର ଦିନ ପାଇଁ ମହିଳାମାନଙ୍କୁ ନେଇ ଆମ ଅଞ୍ଚଳର ପିଠାମଡାକୁ ନେଇ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମାହେଶ୍ୱରୀ ମହିଳା ଶାଖା ବଲାଙ୍ଗିର ଆୟୋଜନ କରିଥିଲେ । ମୁଖ୍ୟ ଅତିଥି ଡା. ରାମଜୀ ପ୍ରସାଦ ଠାକୁର ଯୋଗଦେଇ ଏ ଅଂଚଳର ପିଠାମଡାର ଏକ ସ୍ୱତନ୍ତ୍ରତା ରହିଛି ବୋଲି ମତ ଦେଇଥିଲେ । ମାହେଶ୍ୱରୀ ଅନୁଷ୍ଠାନର ଉପଦେଷ୍ଟା ବ୍ୟାସଦେବ ନନ୍ଦ ମଂଚାସିନ ଥିଲେ । ବିଚାରକ ଭାବେ ରୀନା ସାହୁ ଓ କସ୍ତୁରୀ ରଥ ସମସ୍ତ ପ୍ରତିଯୋଗୀମାନଙ୍କ ପିଠାମଡାକୁ ବୁଲି ଦେଖି ବିଚାର କରିଥିଲେ । ଏହି କାର୍ଯ୍ୟକ୍ରମରେ
ବଲାଙ୍ଗିର ଅଂଚଳର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି ଓ ମହିଳାମାନେ ଯୋଗ ଦେଇ ଆମ ପରଂପାରିକ ପିଠାମଡା ପ୍ରସ୍ତୁତି କରି ଆଣିଥିଲେ । ଏହି କାର୍ଯ୍ୟକ୍ରମକୁ ଲିଲି ପଟେଲ ପରିଚାଳନା କରିଥିବା ବେଳେ ମାହେଶ୍ୱରୀର ପ୍ରୀୟଙ୍କା ପଟ୍ଟନାୟକ, ବିଷ୍ଣୁପ୍ରୀୟା ପାଣି, ପଦ୍ମାଲୟା ବାରିକ, ସୁମନ ବହିଦାର, ଇସ୍ପିତା ଦାସ, ଅଙ୍କିତା ପଟ୍ଟନାୟକ, ବର୍ଷା ସେଠ, ନିକିତା ପଟ୍ଟନାୟକ ସହଯୋଗ କରିଥିବା ବେଳେ ସୋନିଆ ବେଜ୍ ଧନ୍ୟବାଦ ଅର୍ପଣ କରିଥିଲେ ।