-+91-9937148622 |
prerana_bgr@rediffmail.com |
Monday 3rd August 2026 |
R.N.I. Regd No. ODIODI/2010/46693
Breaking News
30-Oct-2021
ଢେଙ୍କାନାଳ (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଇନ୍ଦୁପୁର ଗ୍ରାମପଞ୍ଚାୟତରେ 5t ଅନ୍ତର୍ଗତ ଏକ ବିଦ୍ୟାଳୟ ର କାର୍ଯ୍ୟ କୁ ବିରୋଧ କରି ଅପପ୍ରଚାର କରୁଥିବା ଅଭିଯୋଗ ନେଇ ଗ୍ରାମ ବିକାଶ ପରିଷଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି। ବିକାଶ ପରିଷଦ ଙ୍କ ସୂଚନା ଅନୁଯାୟୀ ଗ୍ରାମରେ ବିଦ୍ୟାଳୟ କାର୍ଯ୍ୟ କୁ ବିରୋଧ କରି ଗ୍ରାମର ତିନି ଜଣ ବ୍ୟକ୍ତି ନିଶାକର ସାହୁ, ଜ୍ୟୋତି ଶଙ୍କର ନାୟକ ଓ ପ୍ରମୋଦ କୁମାର ନାଏକ ମିଥ୍ୟା ଅପପ୍ରଚାର କରୁଛନ୍ତି। ତାଙ୍କ ନାମରେ ଗ୍ରାମରେ ଏକ ବୈଠକ ବସିଥିଲେ ମଧ୍ୟ ସେଥିରେ ସେମାନେ ଯୋଗ ନ ଦେବା ଓ ପରବର୍ତ୍ତୀ ସମୟରେ ଟଙ୍କା ହେରଫେର ର ପ୍ରଗତିବାଦୀ ସଂସ୍ଥା ଓ ଫେସବୁକ୍ ରେ ବାରମ୍ବାର ଅପପ୍ରଚାର କରିଚାଲିଛନ୍ତି। ଏହା ଉପରେ ଅଧିକରୁ ଅଧିକ ତଦନ୍ତ କରି ଉଚିତ୍ ପଦକ୍ଷେପ ନେବା ଉଦ୍ଦେଶ୍ୟ ରେ ବିକାଶ ପରିଷଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି