-+91-9937148622 |
prerana_bgr@rediffmail.com |
Monday 3rd August 2026 |
R.N.I. Regd No. ODIODI/2010/46693
Breaking News
30-Oct-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) -ଶୁଭ ଦୀପାବଳୀ ପୂର୍ବରୁ ଗହଣା ଦୋକାନୀଙ୍କୁ ମାରିଛି ଝଟକା । ସରକାରଙ୍କ ଟିକସ ଫାଙ୍କିଥିବା ଅଭିଯୋଗରେ ଗହଣା ଦୋକାନରେ ସିଟି ଜିଏସଟି ବିଭାଗ ମିଳିତ ଭାବେ ହଠାତ ଚଢ଼ାଉ କରିଛନ୍ତି l ପଦ୍ମପୁର ସହରର ଓମ ପ୍ରକାଶ ଅଗ୍ରୱାଲ ଙ୍କ ଥାନାଛକ ନିକଟସ୍ଥ ମିନାକ୍ଷୀ
ଜ୍ବେଲେରୀ ସୁନା ଗହଣା ବିକ୍ରି କରି ଟିକସ ଫାଙ୍କିଥିବା ଅଭିଯୋଗରେ ସିଟି ଓ ଜିଏସଟି ବିଭାଗର ଦୁଇଟି ଟିମ ପଦ୍ମପୁର ଥାନା ଛକ ନିକଟସ୍ଥ ଦୋକାନ ଓ ତାଙ୍କ ନିଜସ୍ୱ ବାସଭବନ ରେ ସମୁଦାୟ ଦୁଇଟି ଟିମ ଚଢ଼ାଉ କରିଛନ୍ତି ଏବଂ
ସମସ୍ତ କ୍ରୟ ବିକ୍ରୟ ରେଜିଷ୍ଟର ଓ ସୁନା ଗହଣା ଯାଞ୍ଚ ଚାଲିଥିବା ଜିଏସଟି ବିଭାଗର ଅଧିକାରୀ ରଜନୀକାନ୍ତ ସେଠ ସୂଚନା ପ୍ରଦାନ କରିଛନ୍ତି l