-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
29-Sep-2020
ବ୍ରହ୍ମପୁର୨୯/୯: ୪ ଦିନ ପରେ ମିଳିଲା ୪ ବର୍ଷ ଶିଶୁର ମୃତଦେହ। ଗଞ୍ଜାମ ଜିଲ୍ଲା କେ.ନୂଆ ଗାଁ ଥାନା ଅନ୍ତର୍ଗତ ଭୋଳିସିଙ୍ଗି ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି। ସୂଚନା ମୁତାବକ, ଗତ ୨୫ ତାରିଖରେ ଗାଁର ପ୍ରତାପ ସାହୁଙ୍କ ୪ ବର୍ଷର ଶିଶୁ ନିଖୋଜ ହୋଇଯାଇଥିଲେ। ବିଭିନ୍ନ ସ୍ଥାନରେ ଶିଶୁଟି ଖୋଜି ନିରାଶ ହେବା ପରେ ପରିବାର ଲୋକେ ଥାନାରେ ନିଖୋଜ ରିପୋର୍ଟ ଦେଇଥିଲେ।*
*ହେଲେ ଗତକାଲି ସନ୍ଧ୍ୟାରେ ଗାଁର ଜନୈକ ବ୍ୟକ୍ତିଙ୍କ ବାରିପଟେ ଥିବା ଏକ ପରିତ୍ୟକ୍ତ କୂଅରୁ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଏବଂ ପୋଲିସ୍ ପହଁଞ୍ଚି ଶିଶୁଟିର ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି। ଗାଁ ଲୋକଙ୍କ କହିବା ଅନୁସାରେ, ତାଙ୍କ ପରିବାର ସହ କାହାର ଶତ୍ରୁତା ନାହିଁ, କିଏ ଓ କାହିଁକି ଶିଶୁଟିକୁ ହତ୍ୟା କଲା, ତାହା ମଧ୍ୟ ଜଣାପଡି ନାହିଁ। ଗୁଣି ଗାରେଡି ସନ୍ଦେହରେ ଶିଶୁଟିକୁ କେହି ହତ୍ୟା କରି ଥାଇପାରନ୍ତି ବୋଲି ଗ୍ରାମବାସୀ ଓ ପରିବାର ବର୍ଗ ସନ୍ଦେହ କରୁଛନ୍ତି। ଏହି ଘଟଣାରେ ପୋଲିସ୍ ସଠିକ୍ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ।*