-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
22-Oct-2021
ସୋନପୁର,(ମନୋରଂଜନ ତ୍ରିପାଠୀ)- ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ କଲେଜର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଏହି କଳାକାରନାମାର ମାଷ୍ଟରମାଇଣ୍ଡ୍ କଲେଜର ମାଲିକ ଗୋବିନ୍ଦ ସାହୁ ବର୍ତ୍ତମାନ ଗିରଫ ହୋଇ ଜେଲ ହାଜତରେ । ତେବେ ଏହି କେଳେଙ୍କାରୀରେ ଓଡ଼ିଶା ଗୃହ ରାଷ୍ଟ୍ର ମନ୍ତ୍ରୀ ତଥା କଳାହାଣ୍ଡି ବିଧାୟକ ଦିବ୍ୟଶଙ୍କର ମିଶ୍ର ଉତ୍ତରଦାୟୀ ଥିବା ପ୍ରାୟତଃ ପ୍ରମାଣିତ ହୋଇ ସାରିଛି । ଏପରକି ମନ୍ତ୍ରୀ ଶ୍ରୀ ମିଶ୍ର ଅନେକ ସମୟରେ କଲେଜକୁ ପରିଦର୍ଶନ କରିବା ସହ କଲେଜର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବରେ ମଧ୍ୟ ଯୋଗ ଦେଇଛନ୍ତି । ଏପରିକି ମନ୍ତ୍ରଙ୍କ ଏକ ଭାଷଣରେ କଲେଜକୁ ଆସିଲେ ମୋତେ ଯୁବକ ଯୁବକ ପରି ଲାଗେ ବୋଲି କହିବା ମନ୍ତ୍ରୀଙ୍କ କଲେଜ ସହିତ ନିବିଡତାର ଅନ୍ଧାରୀ ଦିଗକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ଆଜି ସରା ରାଜ୍ୟରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତାଫା ଦାବିରେ ବିଭିନ୍ନ ରାଜନୈତିକ ଦଳ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠେ କେବଳ ଗୃହ ରାଷ୍ଟ୍ର ମନ୍ତ୍ରୀ ନା ଆଉ କିଛି ମନ୍ତ୍ରଙ୍କ ମହାଲିଙ୍ଗ କଲେଜର କଳାକାରନମାରେ ସଂପୃକ୍ତି ରହିଛି, ତାହା ଅନୁସନ୍ଧାନ ସାପେକ୍ଷ ।
ଭଲ କରି ଦେଖନ୍ତୁ ଏହି ଫଟୋକୁ । ଏଥିରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ସୋନପୁର ବିଧାୟକ ତଥା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କିପରି କଲେଜର ପ୍ରତିଷ୍ଠା ସମାରୋହରେ ଯୋଗ ଦେବା ପାଇଁ ଯାଉଛନ୍ତି । ମହାଲିଙ୍ଗ କଲେଜର ଛାତ୍ରୀଙ୍କ ଏକ ସଙ୍ଗୀନ ଅଭିଯୋଗ ହେଲା, କଲେଜର ଗୁପ୍ତ କୋଠରୀକୁ ଏକାଧିକ ନେତା, ମନ୍ତ୍ରୀଙ୍କ ସହ ଯୁବତୀ ମାନେ ଯାଉଥିଲେ । ଏପରିକି କିଛି ଛାତ୍ରୀଙ୍କୁ ଭୁବନେଶ୍ୱର ମଧ୍ୟ ନିଆଯାଉଥିବା ଛାତ୍ରୀ ମାନେ ଅଭିଯୋଗ କରୁଛନ୍ତି । ଆଶ୍ଚର୍ଯ୍ୟର ବିଷୟ ହେଲା, ଗୋଟିଏ ଘରୋଇ କଲେଜ ହୋଇ ଲକ୍ଷାଧିକ ଟଙ୍କାର ସରକାରୀ ଅନୁଦାନ ପାଇବାରେ କାହାର ହାତ ଅଛି, ଏହି ପ୍ରଶ୍ନର ଉତ୍ତର ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇ ପାରିବେ କି ? ଏହି ତଥାକଥିତ ଟାଣୁଆ ମନ୍ତ୍ରୀ ମାନେ ସରକାରୀ ଅର୍ଥକୋଷର ଟଙ୍କା ବରବାଦ କରି ହେଲିକେପ୍ଟର ଯୋଗେ ମହାଲିଙ୍ଗ କଲେଜକୁ ଆଗମନ ଏବଂ ଗୋବିନ୍ଦ ସହୁ ସହ ଘନିଷ୍ଠତା ପ୍ରଦର୍ଶନ ଏହି କେଳେଙ୍କାରୀର ଅନ୍ୟ ଏକ ଦିଗ ଅଟେ । ଆଜି ଏହି ସ୍ପର୍ଶକାତର ପ୍ରସଙ୍ଗ କେବଳ ସୋନପୁର କି ବଲାଙ୍ଗୀରରେ ନୁହେଁ ସାରା ରାଜ୍ୟରେ ମୁଖ୍ୟ ଚର୍ଚା ର ବିଷୟ ହୋଇଛି । ମହାଲିଙ୍ଗ କଲେଜର ସମାରୋହରେ ଆପ୍ୟାୟିତ ହୋଇଥିବା ଏହି ଦୁଇ ମନ୍ତ୍ରୀଙ୍କ ଘଟଣାରେ ସଂପୃକ୍ତିକୁ ଅସ୍ୱୀକାର କରାଯାଇ ନପାରେ । ଘଟଣାର ଏ ସବୁ ଦିଗକୁ ତଦନ୍ତ ପରିସରକୁ ଆଣିବାକୁ ପଡିବ । ଏପରିକି ଗୋବିନ୍ଦ ସହୁ କେବଳ
ମମିତା ସାହୁ ହତ୍ୟାକାଣ୍ଡରେ ସଂପୃକ୍ତ ନା ଆଉ ଏପରି କିଛି କେଳେଙ୍କାରୀରେ ସଂପୃକ୍ତ ତାର ଛାନ୍ଭିନ୍ କରିବା ପୋଲିସ ର ଦାୟିତ୍ୱ ଅଟେ । ତେବେ ମହାଲିଙ୍ଗ କଲେଜର ଅନ୍ଧାରୀ ସାମାଜ୍ୟର କଳାକାରନାମା କୁ ନେଇ ସାରା ରାଜ୍ୟରେ ବଦ୍ରୋହ ଓ ଅସନ୍ତୋଷର ବାତାବରଣ ସୃଷ୍ଟି କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏଯାବତ୍ ଏ ସଂପକ୍ରରେ କୌଣସି ବିବୃତ୍ତି ନଦେବା ସମସ୍ତଙ୍କୁ ହତବାକ୍ କରିଛି । ତେଣୁ ସାରା ରାଜ୍ୟରେ ବିଦ୍ରୋହର ନିଆଁ ଜଳିବା ପୂର୍ବରୁ ଘଟଣାରେ ସଂପୃକ୍ତ ମନ୍ତ୍ରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ଅଟେ ।