-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
22-Oct-2021
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ରେ ଥିବା ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ହରିଶଙ୍କର ମନ୍ଦିର ପ୍ରାଙ୍ଗଣରେ ଏକ ସେଲ୍ଫି ପଏଣ୍ଟ ନିର୍ମାଣ କରାଯାଇଅଛି। ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ସୌନ୍ଦର୍ଯ୍ୟ କରଣ ପାଇଁ ଆଇ ଲଭ୍ ହରିଶଙ୍କର ଲେଖାଥିବା ସେଲ୍ଫି ପଏଣ୍ଟ ନିର୍ମାଣ ହୋଇଥିବା ବେଳେ ଆଜି ତାହାର ଶୁଭାରମ୍ଭ ହୋଇଛି। ଏହି ଶୁଭାରମ୍ଭ କାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଯୋଗଦେଇ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟ ରେ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀରଂଜନ ରାଉତ, ଏସିଷ୍ଟାଣ୍ଡ ଇଞ୍ଜିନିୟର ସୌମ୍ୟରଞ୍ଜନ ଜୟପୁରିଆ,ଜେଇ ସୂର୍ଯ୍ୟଭାନୁ ମେହେର ଓ ନାନ୍ଦୁପଲା ପଞ୍ଚାୟତ ସରପଞ୍ଚ ସୁରେଶ ପୂଜାରୀ, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ,ହରିଶଙ୍କର ଫାଣ୍ଡି ଅଧିକାରୀ ସାୱନ କେରକେଟା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଆଜି ଖପ୍ରାଖୋଲ ବ୍ଳକ ର ବିଭିନ୍ନ ବିଦ୍ୟାଳୟ ମାନଙ୍କୁ ବଲାଙ୍ଗିର ଜିଲ୍ଲାପାଳ ପରିଦର୍ଶନ କରିଥିବା ଜଣାପଡିଛି।