-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
22-Oct-2021
ବଲାଙ୍ଗୀର,: ବଲାଙ୍ଗିର ସରକାରୀ ବସଷ୍ଟାଣ୍ଡ ନିକଟ ରେ ଥିବା ଶୌଚାଳୟରେ ଗୁରୁବାର ସନ୍ଧ୍ୟାରେ ଜଣେ ଯୁବକ ମୁର୍ମୁସ ଅବସ୍ଥାରେ ପଡି ଥିବା ଓ ତାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଶୌଚାଳୟକୁ ଶୌଚ ପାଇଁ ଯାଇଥିବା ବେଳେ ପାଇଖାନା ଭିତରେ ମୁହଁ ମାଡ଼ି ପଡିଥିବା ଜଣେ ଯୁବକଙ୍କୁ ସଫେଇ କର୍ମଚାରୀ ଜଣେ ଦେଖି ଶୌଚାଳୟ ମ୍ୟାନେଜରଙ୍କୁ ଜଣେଇ ଥିଲେ l ସେ ପୋଲିସକୁ ସୂଚନା ଦେବା ପରେ ଆମ୍ବୁଲାନ୍ସ ଯୋଗେ ଭୀମଭୋଇ ମ୍ୟାଡିକାଲ କଲେଜ ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।
ଶୌଚାଳୟ ଭିତରକୁ ସଫେଇ କର୍ମଚାରୀ ସଫା କରିବା ପାଇଁ
ଯାଇଥିଲେ। ଶୌଚାଳୟର ପାଇଖାନା ସଫା କରିବା ସମୟରେ ସେ ଉକ୍ତ ଯୁବକଙ୍କୁ ମୁହଁମାଡି ପଡିଥିବା ଦେଖିଥିବା କହିଛନ୍ତି । ଘଟଣା ସ୍ଥଳରେ ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା କୁ ପଠାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ, ମୃତ୍ୟୁ ବ୍ୟକ୍ତି ଜଣଙ୍କର ପରିଚୟ ମିଳିପାରି ନ ଥିବା ପ୍ରକାଶ ପାଇଛି।