-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

କୋଭିଡ ପରିସ୍ଥିତିରେ ଚିକିତ୍ସା ଅଭାବରୁ ଜୀବନ ମୃତ୍ୟୁ ସହ ଭାଗ୍ୟ କୁ ଆଦରି ରହିଛନ୍ତି ଏଚ ଆଇ ଭି/ଏଡସ ଆକ୍ରାନ୍ତ-ମୁଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ଦାବି

23-Sep-2021



ଟିଟିଲାଗଡ଼ (ପ୍ରେରଣା ଖାବର) :ଓଡ଼ିଶାରେ ବର୍ତ୍ତମାନର କୋଭିଡ ସ୍ଥିତି ଗୁରୁତର ଅବସ୍ଥାରେ ରହିଥିବା ବେଳେ  କରୋନାରେ ଟୀକାକରଣ ସହ ଅନ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଜାରୀ ରହିଛି । ଏଭଳି ସ୍ଥିତିରେ ଅତୀତରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା କୁ ଟପି ଓଡ଼ିଶାର ଅନ୍ୟତମ ଟିଟିଲାଗଡ଼ ରେଳ ଜନକ୍ସନ ପାଇଁ ଦାଦନ ପ୍ରବଣତା ଓ ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ଯୋଗୁଁ ଏଚଆଇଭି/ଏଡସ ରେ ଏକ ପ୍ରଥମ ସ୍ଥାନ ଅଧିକାର କରିଥିବା ରୁ ସରକାର ଟି,ଆଇ(T.I, Target intervention) ନାମକ

ପ୍ରୋଜେକ୍ଟ କାର୍ଯ୍ୟକାରୀ କରି ଅନେକ ଧନ,ଜୀବନ ରକ୍ଷା କରି ସଫଳତା ହାସଲ କରିଥିଲେ । ଜିଲ୍ଲାର ରାଜେନ୍ଦ୍ର ଯୁବକ ସଙ୍ଘ ପ୍ରଥମେ ଏହି ପ୍ରକଳ୍ପ ଆରମ୍ଭ କରି ଓଡ଼ିଶାର ଗଞ୍ଜାମ ମ୍ୟାଡିକାଲ କଲେଜ ଡାକ୍ତର ଖାନା ଆକ୍ରାନ୍ତ ଙ୍କୁ ନେଇ ନିୟମିତ ଏଆରଟି ଔଷଧ ବ୍ୟବସ୍ଥା କରେଇ ଆକ୍ରାନ୍ତ ଙ୍କ ସଂଖ୍ୟା ନିୟନ୍ତ୍ରଣ କରି ପାରିଥିଲା । ଏହି ପ୍ରକଳ୍ପ ଗତ ଚାରି ବର୍ଷ ଧରି ଜିଲ୍ଲା ର ସାଇ-ଟିଆଇ ପ୍ରକଳ୍ପ ସମସ୍ତ କାର୍ଯ୍ୟକ୍ରମ ଚଳାଇ ଆସୁଥିବା ବେଳେ ବର୍ତ୍ତମାନ ଆକ୍ରାନ୍ତ ଓ ନୁତନ ଚିନ୍ହଟ ଆକ୍ରାନ୍ତ ତଥା ଆକ୍ରାନ୍ତ ଙ୍କୁ ନିୟମିତ ଔଷଧ ସେବନ ସହ କୋଭିଡ ଟୀକା ବ୍ୟବସ୍ଥା କରାଯାଉ ନ ଥିବା ଓ ଆକ୍ରାନ୍ତ ଗୁରୁତର ଭାବେ ଜୀବନ,ମୃତ୍ୟୁ ସହ ସଂଘର୍ଷ କରିବା ପରି ଦୟନୀୟ ଅବସ୍ଥା ସୃଷ୍ଟି ହୋଇଛି । ଏପରି ଦୟନୀୟ ଅବସ୍ଥାରେ ଜିଲ୍ଲା ର ବିଶେଷକରି ଟିଟିଲାଗଡ଼ ସବ୍ଡିଭିଜନ,ସହ ପାଟଣାଗଡ଼,କଣ୍ଟାବାଞ୍ଜି,ତୁରେକେଲା, ବେଲପଡା,ସାଇଁତଲା ଆଦି ଅଞ୍ଚଳରେ ଆକ୍ରାନ୍ତ ଓ ନୂତନ ଚିନ୍ହଟ ଆକ୍ରାନ୍ତ ତଥା ଘରୋଇ ଭାବେ ଗର୍ଭବତୀ ମହିଳାଙ୍କ ସହ ଅନ୍ୟ ସବୁ ବର୍ଗର ଲୋକେ ଉପଯୁକ୍ତ ଚିକିତ୍ସା ଅଭାବରୁ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ସହ ମୃତ୍ୟୁ ର ଶିକାର ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ବିଶେଷ ଦ୍ରଷ୍ଟବ୍ୟ ଯେ,ବଲାଙ୍ଗୀର ଜିଲ୍ଲା ସନ୍ଥ ଭୀମଭୋଇ ମ୍ୟାଡିକାଲ କଲେଜ ଡାକ୍ତରଖାନାରେ ଏହି ଗୁରୁତର ଆକ୍ରାନ୍ତ ଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆମ୍ବୁଲାନ୍ସ ରେ ସ୍ଥାନାନ୍ତରିତ କରିବା ସତ୍ୱେ ଏହି ମ୍ୟାଡିକାଲ କଲେଜ ରେ ପ୍ରବଳଭିଡ ଓ ଚଟାଣରେ ଗଡ଼ିବା କୌଣସି କଟକଣା ନ ମାନିବା ଯୋଗୁଁ ଗୁରୁତର ପରିସ୍ଥିତି ବୃଦ୍ଧି ପାଉଛି । ଏଣୁ ଡାକ୍ତର ଗୁରୁତର ଅବସ୍ଥାରେ ଆକ୍ରାନ୍ତ ଙ୍କୁ ବୁର୍ଲା ଏସ ସି ବି ମ୍ୟାଡିକାଲ କଲେଜ ସ୍ଥାନାନ୍ତରିତ କରିବା ଓ ସେଠି ଡାକ୍ତର କଟକ ସ୍ଥାନାନ୍ତରିତ କରିବା ଯୋଗୁଁ ଲୋକେ ନିଜ ଭାଗ୍ୟ କୁ ଆଦରି ଫେରିଆସୁଛନ୍ତି । ଜିଲ୍ଲା ରେ କାର୍ଯ୍ୟରତ ଟିଆଇ ପ୍ରକଳ୍ପ କାଗଜ,କଲମ ରେ ସବୁ ସମ୍ପାଦନା କରି ସରକାରୀ ଟଙ୍କା  ତୋଷାରପାତ କରୁଥିବା ଅଭିଯୋଗ ହୋଇଥିବା ବେଳେ ଜିଲ୍ଲା ଡି ପି ଏମ ରାଜେନ୍ଦ୍ର ମହାରଣା ତଦନ୍ତ ସହ ସ୍ୱତନ୍ତ୍ର ଭାବେ ଆକ୍ରାନ୍ତ ଙ୍କ ସେବା ଯୋଗାଇ ଦେବା ବ୍ୟବସ୍ଥା କରିଥିବା ଜଣାପଡିଛି । ଏବେ ଉକ୍ତ ସାଇ ଟିଆଇ ପ୍ରକଳ୍ପ ପାଇଁ ଦୀର୍ଘ ବର୍ଷ ର କାର୍ଯ୍ୟବଳୀ ଦାଖଲ ନେଇ ସବୁ ଗୁମୁର ଫିଟିବା ଭୟରେ ରହି ଦିନରାତି କାଗଜକଲମ ଚଳେଇ ଥିବା ସହ ନେତା, ମନ୍ତ୍ରୀ ଙ୍କ ଦ୍ବାରସ୍ଥ ହୋଇଆସୁଥିବା ଦେଖାଯାଉଛି । ଏ ନେଇ ଉକ୍ତ ଟି,ଆଇ କାର୍ଯ୍ୟରତ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ସେ କାଗଜ ପତ୍ର ସବୁ ଠିକ ଅଛି କେହି କିଛି କରିପାରିବେନାହିଁ ବୋଲି ଶ୍ରୀ ବୁଲୁ କୁମାର ପ୍ରକାଶ କରିଛନ୍ତି । ଏ ନେଇ ଗତ ଶନିବାର ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ରେ ଜିଲ୍ଲା ମ୍ୟାଡିକାଲ କଲେଜ ରେ ଭର୍ତ୍ତି ହୋଇ ଚିକିତ୍ସା ଧୀନ ଶ୍ରୀ ରାମେନ କର(ଛଦ୍ମନାମ) ଙ୍କୁ ଉପଯୁକ୍ତ ଚିକିତ୍ସା ନ ମିଳିବା ସହ ସେ ମାନସିକ ରୋଗାକ୍ରାନ୍ତ ଥିବା ଓ ମାନସିକ ବିଭାଗ ଡାକ୍ତର ଙ୍କୁ ଯୋଗାଯୋଗ ନ କରେଇ ବୁର୍ଲା ସ୍ଥାନାନ୍ତର କରିବା ଯୋଗୁଁ ଟିଟିଲାଗଡ଼ ରୁ ଯାଇଥିବା ଶ୍ରୀ କର ଓ ତାଙ୍କ ସ୍ତ୍ରୀ ନିଜ ଘରକୁ ଫେରି ଆସି ଦୟନୀୟ ଭାବେ ରହିଛନ୍ତି । ସେହିପରି ଅସ୍ତ୍ରୋପଚାର ବିଭାଗ ରେ ପ୍ରଫୁଲ୍ଲ ମହାପାତ୍ର ନାମକ ଜଣେ ଭର୍ତ୍ତି ଆକ୍ରାନ୍ତ ଙ୍କୁ ଉକ୍ତ ବିଭାଗ ଡ଼ଃ ଆଶୀର୍ବାଦ ଶତପଥୀ ଙ୍କୁ ପ୍ରାୟ ୬ ଦିନ ହେବ କେବଳ କିଛି ନାମକୁ ମାତ୍ର ଔଷଧ ଦେଇ ସମ୍ପୂର୍ଣ୍ଣ ଅବହେଳା କରିବା ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ଙ୍କ ନିକଟରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି । ଅନୁରୂପ ଭାବେ ଗତ ବୁଧବାର ଦିନ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ରୁ ଦୁଇ ଜଣ ଏଡ୍ସ ଆକ୍ରାନ୍ତ ଆମ୍ବୁଲାନ୍ସ ଯୋଗେ ଦିନ ପ୍ରାୟ ୨ ଟା ରେ ପହଁଚି ଗୁରୁତର ଅବସ୍ଥାରେ ଭର୍ତ୍ତି ଥିବା ବେଳେ ଡାକ୍ତରଖାନାରେ ଅବ୍ୟବସ୍ଥା ସହ ଅବହେଳା ଯୋଗୁଁ ବୁର୍ଲା ନ ଯାଇ ନିଜ ଘରକୁ ଫେରି ଆସିଛନ୍ତି । ହେଲେ ଉକ୍ତ ଟିଆଇ ପ୍ରକଳ୍ପ ସହ ବାରମ୍ବାର ଯୋଗାଯୋଗ ସତ୍ୱେ କିଛି ସୁଫଳ ମିଳି ନ ପରିଥିବା ଓ ମୋର ମୃତ୍ୟୁ ପାଇଁ ଉକ୍ତ ପ୍ରକଳ୍ପ ଓ ପ୍ରଶାସନିକ ଅଧିକାରୀ ଦାୟୀ ରହିବେ ବୋଲି ଆମ ନିକଟରେ ଶ୍ରୀ ସୋମନାଥ ବାଗ (୩୭)ପ୍ରକାଶ କରିଛନ୍ତି । ଏ ନେଇ 

ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଉପଯୁକ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆକ୍ରାନ୍ତ ଙ୍କ ଚିକିତ୍ସା ବ୍ୟବସ୍ଥା ନ କଲେ ଅନେକ ଆକ୍ରାନ୍ତ ଅକାଳ ମୃତ୍ୟୁ ର ଶିକାର ହେବେ ବୋଲି ଜିଲ୍ଲା ଜନସେବା ସଙ୍ଘ ଲିଖିତ ଅଭିଯୋଗ ପତ୍ର ପ୍ରେରଣ କରିଛନ୍ତି ବୋଲି ସଙ୍ଘ ସଭାପତି ଲମ୍ବୁଧର ଛାତ୍ରୟା ପ୍ରକାଶ କରିଛନ୍ତି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like