-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
21-Sep-2021
ବଲାଙ୍ଗୀର,(ପ୍ରେରଣା ଖବର ): ଇତି ମଧ୍ୟରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତଥା ଜିଲ୍ଲା ବାହାରେ ବାଇକ ସହ ଚାରିଚାକିଆ ଜାନବାହାନ ଚୋରି କରୁଥିବା ଚାରିଜଣ ଯୁବକ ସହ ଚାରୋଟି ବାଇକ ଓ ଗୋଟିଏ ପିକଅପ ଭ୍ୟାନ ଜବତ କରାଯାଇଥିଲା । ହେଲେ ଉକ୍ତ ଗିରଫ ଯୁବକ ଓ ଅନ୍ୟ ସହଯୋଗୀ ରେକେଟ ଚଳାଉଥିବା ସ୍ୱତନ୍ତ୍ର ଦଳ ର ଅନ୍ୟ ସଦସ୍ୟ ଙ୍କୁ ଗିରଫ କରିବା ପୋଲିସ ସୂଚନା ଦେଇଥିଲେ । ଗତ କିଛି ଦିନ ପୂର୍ବଋ ଟିଟିଲାଗଡ ରେଳ ଷ୍ଟେସନ ରୁ ଚୋରୀ ହୋଇଥିବା ଏକ ମୋଟର ସାଇକଲ ଉଦ୍ଧାର କରିବା ସହିତ ଚୋର କୁ ଗିରଫ କରିବା ରେ ସଫଳ ହୋଇଛି ପୋଲିସ । ସୂଚନା ଅନୁସାରେ ଗତ ୧୦. ୦୮.୨୧ ତାରିଖ ରେ ଟିଟିଲାଗଡ଼ ରେଳ ଜଙ୍କକ୍ସନ ପରିସର ରେଳ ଷ୍ଟେସନ ରେ ରିଜର୍ଭେସନ କରିବା ପାଇଁ ଟିଟିଲାଗଡ ଥାନା ଅନ୍ତର୍ଗତ ଗୁରୁଜିଭଟା ଗାଁ ର ଜନ୍ମଜୟ ବିଶି ରେଳ ଷ୍ଟେସନ ଆସିଥିଲେ ,ଉକ୍ତ ସମୟରେ ଜଣେ ଅଜଣା ଯୁବକ ରିଜର୍ଭେସନ ଫର୍ମ ଫିଲପ କରିବାକୁ ଅନୁରୋଧ କରିଥିଲା ଓ ସେହି ସମୟରେ ଜନ୍ମଜୟ ର ମୋଟର ସାଇକଲ ସୁଯୋଗ ଦେଖି ନେଇ ଫେରାର ହୋଇଯାଇଥିଲା । ଏ ସମ୍ପର୍କରେ ଟିଟିଲାଗଡ ଜି ଆର ପି ଥାନା ରେ ଏକ ମାମଲା ଥାନାଧିକାରୀ ଅବନୀ ସାହୁ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲେ । ପୋଲିସ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ବଲାଙ୍ଗୀର ଥାନା ଅନ୍ତର୍ଗତ କୁଶମେଲ ଗାଁ ରୁ ଚୋରୀ ମୋଟର ସାଇକଲ ଉଦ୍ଧାର କରିବା ସହିତ ମୋଟର ସାଇକଲ ଚୋରୀ ଅଭିଯୋଗ ରେ ସାମନ୍ତ ବଡିହା ନାମକ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉକ୍ତ ଗିରଫ ଯୁବକ ଓ ଅନ୍ୟ ସହଯୋଗୀ ଙ୍କ ସହ ଏପରି ଚୋରି କରି ଆସୁଥିବା ରେକେଟ ରହିଥିବା ଜଣାଯାଇଛି । ଏ ନେଇ ଅଧିକ ତଦନ୍ତ ଚାଲିଥିବା ସୂଚନା ମିଳିଛି ।