-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
21-Sep-2021
ଢେଙ୍କାନାଳ (ତାପସ ଦାସ ): ରୋଗୀଙ୍କ ଭିଡ ଥିଲା ବେଳେ ଡ଼କ୍ଟର ଙ୍କ ଦେଖା ନାହିଁ l ଯାହା ପାଇଁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ରୋଗୀ l ଆଜ୍ଞା ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ର ପୁର ମେଡିକାଲ ରେ l ଦିନ ୧0ଟା ବେଳୁ ରୋଗୀ ମାନଙ୍କ ଲମ୍ବା ଲାଇନ ଲାଗିଥିବା ବେଳେ ଡ଼କ୍ଟର ଙ୍କ ଦେଖା ନାହିଁ l ଦୂର ଦୁରାନ୍ତ ରୁ ରୋଗୀ ଆସି ହନ୍ତସନ୍ତ l କରୋନା ଏହି ବିଷମ କାଳରେ ବହୁ ଡ଼କ୍ଟର ନିଜ ଜୀବନ କୁ ବାଜି ଲଗାଇ ରୋଗୀ ସେବା କରୁଥିବା ବେଳେ ଏଠି କିନ୍ତୁ ଓଲଟା ରୋଗୀ ସେବା ପାଇଁ ଡ଼କ୍ଟର ଙ୍କ ଦେଖା ନାହିଁ ଯାହା ପାଇଁ ଆସିଥିବା ରୋଗୀ ମାନଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଥିଲା l ତେବେ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ଏଭଳି ପରିସ୍ଥିତି କିପରି ଆଗକୁ ସୃଷ୍ଟି ନ ହବ ସେଥିପ୍ରତି ଧ୍ୟାନ ଦେବା ଉଚିତ l