କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି ବିଧାନସଭା ତୃତୀୟ ପର୍ଯ୍ୟାୟ ଟେଷ୍ଟରେ ୫ ବିଧାୟକ କରୋନା ପଜିଟିଭ ଚିହ୍ନଟ
29-Sep-2020
ଭୁବନେଶ୍ୱର,୨୯/ଠ୯(ବିନୋଦିନୀ ରାଉଳ)- କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି ବିଧାନସଭା ଅଧିବେଶନ । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସମସ୍ତ ବିଧାୟକ ଓ ମନ୍ତ୍ରୀ ମାନଙ୍କ କରୋନା ଟେଷ୍ଟ କରାଯାଇଥିଲା । ଗତ କାଲି ୨୫ଜଣ ବିଧାୟକଙ୍କ କରୋନା ଟେଷ୍ଟ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟ ପରୀକ୍ଷାରେ ୨ଜଣ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ୱିତୀୟ ପର୍ଯ୍ୟାୟରେ ୧୨ଜଣ ଏବଂ ତୃତୀୟ ପର୍ଯ୍ୟାୟରେ ୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ୫୧ଜଣ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୋମବାର ଦିନ ୫ଜଣ ନୁଆଁ ବିଧାୟକ ଯଥା ବିକ୍ରମ ପଣ୍ଡା, ଅଙ୍ଗଦ କଅଁର, ସରୋଜ ମେହେର, ଜୟନ୍ତ ଷଡଙ୍ଗୀ ଓ ଭୂଦାନ ମୁର୍ମୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହିପରି ଭାବରେ ଭୟ ଓ ଅଶଙ୍କା ମଧ୍ୟରେ ଆସନ୍ତା ୭ ତାରିଖ ଯାଏ ଚାଲିବ ବିଧାନସଭା ଅଧିବେଶନ ।