-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
20-Sep-2021
ବଲାଙ୍ଗୀର, (ପ୍ରେରଣା ଖବର) ଗତକାଲି ଗୋପାଳଜୀ ମନ୍ଦିର ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ଜିଲ୍ଲା ସଂଯୋଜକ ଉଦୟନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ଗାୟତ୍ରି ପରିବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶାନ୍ତିକୁଞ୍ଜରୁ ଆସିଥିବା ଗଙ୍ଗାଜଳ ଓ ଅନ୍ୟ ସାମଗ୍ରୀ ଭଳିକୁ ଘରେ ଘରେ ପହଞ୍ଚାଇବା ଏବଂ ଗାୟତ୍ରି ଟ୍ରଷ୍ଟ ଦ୍ୱାରା ପ୍ରକାଶିତ ସତ୍ ସାହିତ୍ୟକୁ ପ୍ରତ୍ୟେକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି ବୈଠକରେ ତିନିଗୋଟି ପ୍ରଜ୍ଞା ମଣ୍ଡଳ ଗଠନ କରାଯାଇଥିଲା । ବୈଠକରେ ସହ-ସଂଯୋଜକ ଶାନ୍ତନୁ କୁମାର ପାତ୍ରଙ୍କ ସମେତ ନିମାଇଁ ଚନ୍ଦ୍ର ତାଣ୍ଡି, ଗୋପବନ୍ଧୁ ପଧାନ, ସବିତା ପଣ୍ଡା, ସୁଶିଳା ବିଶ୍ୱାଲ, ମୋକ୍ଷଦା ଶର୍ମା, ବରୁଣ ସୁନା, ଭକ୍ତ ଚରଣ ପଧାନ, ଅସ୍ମାନ ସାହୁ, ଟିକେଲାଲ ନାଏକ, ବଜରଙ୍ଗ ମାଝି, ସ୍ମିତାଶ୍ରୀ ହୋତା, ସୁଧାଂଶୁ ଶେଖର ନାଥଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଗାୟତ୍ରି ପରିବାର ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ବିସ୍ଥାରିତ କରିବାକୁ ଏହି ବୈଠକରେ ସ୍ଥିର କରାଯାଇଥିଲା ।