-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
19-Sep-2021
କନ୍ଧମାଳ,(ସୁଶିଲ କୁମାର ପାଣିଗ୍ରାହୀ): ସୂଚନା ଅଧିକାର କର୍ମୀ ମାନେ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ଓ ଶୋଷକ ରାଜନେତାଙ୍କ ପର୍ଦାଫାର୍ସ କରୁଥିବା ରୁ ସରକାର ପ୍ରତିଶୋଧ ପରାୟଣ ହୋଇ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଓ ସାଥି ମାନଙ୍କ ନାମରେ ମିଥ୍ୟା କେଶ କରାଇ ଫସାଇବାକୁ ଚେଷ୍ଟା ଜାରି ରହିଛି। କେବେ ଦେଖା ନଥିବା କିମ୍ବା ଚିହ୍ନି ନ ଥିବା ଏକ ମହିଳାଙ୍କୁ ମୋହରା କରି ସୁଚନାକର୍ମୀଙ୍କୁ ବଦନାମ କରିବାକୁ କେତେକ ଦୁର୍ନୀତିଖୋର ଲୋକ ଅପଚେଷ୍ଟା ଚଳାଇଛନ୍ତି।ପୋଲିସ ତଦନ୍ତ କରି ସତ୍ୟ ଉନ୍ମୋଚନ କରିବା ବଦଳରେ କେତେକ ରାଜନେତା ଓ ପ୍ରଶାସକଙ୍କ ଇସାରାରେ ହାତ ବାରିଶି ସାଜି ସୂଚନାକର୍ମୀଙ୍କୁ ଗିରଫ କରି ବଦନାମ କରିବାକୁ ପ୍ରଚେଷ୍ଟା ଜାରି ରଖିଛି। ଏହାର ପ୍ରତିବାଦ ରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଜିଲାପାଳଙ୍କ କାର୍ଯାଳୟ ସମ୍ମୁଖରେ କନ୍ଧମାଳ ଜିଲ୍ଲା ର ସୂଚନାକର୍ମୀମାନେ ପ୍ରତିବାଦ କରିବା ସହ ନ୍ୟାୟ ପ୍ରଦାନ ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁଙ୍କ ଜରିଆରେ ପ୍ରଦାନ କରାଯାଇଛି।ସୁଚନାକର୍ମୀମାନେ ଦୁର୍ନୀତିର ପର୍ଦାଫାଶ କରି ମୁଖ୍ୟମନ୍ତ୍ରୀଙ୍କ ୫-ଟି ଓ ମୋ ସରକାର ଙ୍କୁ ସହଯୋଗ କରୁଥିବା ବେଳେ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ବଦଳରେ ଗିରଫ ପାଇଁ ପଦକ୍ଷେପ ନେବା ଅତ୍ୟନ୍ତ ଦୁଃଭାଗ୍ୟର ବିଷୟ।ସୁଚନା ଅଧିକାର ଆଇନରେ କାର୍ଯ୍ୟ କରୁଥିବା କର୍ମୀଙ୍କୁ ସୁରକ୍ଷା ଦେବାକୁ ଦାବି କରାଯାଇଛି।ଏଥିରେ ମହମ୍ମଦ ଜିଆଉଦ୍ଦୀନଙ୍କ ସହ ରାଜୁ ପାଢୀ,କାହ୍ନୁ ଶତପଥି, ପ୍ରଶନ୍ନ ସାହାଣୀ, ଉମେଶ ପାତ୍ର, ମନୋଜ ଚୌଧୁରୀ, ସଚିଦାନନ୍ଦ ପଟନାୟକ, ପ୍ରଭାକର ପାଳ, ଭି.ସୁବ୍ରମନ୍ୟୁ, ବିରେନ୍ଦ୍ର ଦିଗାଲ,ସୁଶାନ୍ତ ମହାନ୍ତି ,ପ୍ରଶାନ୍ତ ବେହେରା, କ୍ଷୀରୋଦ ସାହାଣୀ ଓ ଅଶୋକ ପରିଡା ପ୍ରମୁଖ ସୁଚନା ଅଧିକାର କର୍ମୀ ଙ୍କ ପ୍ରତି ଅନ୍ୟାୟର ପ୍ରତିବାଦ କରିଛନ୍ତି।