-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
04-Sep-2021
ଭୁବନେଶ୍ୱର (ଶୁଭାଶିଷ ନାୟକ): ଭୁବନେଶ୍ୱର ଅନ୍ଧାରୁଆରେ ପ୍ରତିଷ୍ଠା ହେବ iconic ଆଦର୍ଶ ବିଦ୍ୟାଳୟ । ୨୫ ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ଏହି ବିଦ୍ୟାଳୟରେ ଯୁକ୍ତ ଦୁଇ ଶିକ୍ଷାଦାନ କରାଯିବ । 5 ତାରିଖ ଗୁରୁ ଦିବସ ଅବସରରେ ଏହି ବିଦ୍ୟାଳୟର ଶୁଭ ଦିଆଯିବ।
୧୦୦ କୋଟି ଟଙ୍କା ବିନିମୟରେ ହେବାକୁ ଥିବା ଏଡି ବିଦ୍ୟାଳୟରେ ଯୁକ୍ତ ଦୁଇ ପିଲା ପାଠ ପଢ଼ିବେ। ଉଭୟ କ୍ଲାସରେ ୫୦୦ ଲେଖାଏ ପିଲା ପାଠ ପଢ଼ିବେ। ରାଜ୍ୟରେ ଥିବା ୩୧୪ ଆଦର୍ଶ ବିଦ୍ୟାଳୟରୁ ବଛା ବଛା ଛାତ୍ରଛାତ୍ରୀ ଏହି ସ୍କୁଲରେ ପଢିବାକୁ ସୁଯୋଗ ପାଇବେ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ।conic ଆଦର୍ଶ ବିଦ୍ୟାଳୟ ନିର୍ମାଣ ନିମନ୍ତେ ଗତ ବର୍ଷ ସୂଚନା ଦିଆଯାଇଥିବା ବେଳେ ଚଳିତ ବର୍ଷ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ। ଏହି ବିଦ୍ୟାଳୟରେ ଉଚ୍ଚମାନର ଶିକ୍ଷାଦାନ କରାଯିବା ସହ ସମଗ୍ର ରାଜ୍ୟରେ ଥିବା ଆଦର୍ଶ ବିଦ୍ୟାଳୟରେ ଭଲ ନମ୍ବର ରଖୁଥିବା ଛାତ୍ରଛାତ୍ରୀ ଏଠାରେ ପଢ଼ିବାକୁ ସୁଯୋଗ ପାଇବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।