-+91-9937148622 |

prerana_bgr@rediffmail.com |

  Monday 20th April 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରର ଦିବ୍ୟମ କେଜ୍ରିୱାଲ ଇତିହାସ ସୃଷ୍ଟି କଲେ♦️ ୟୁ ୧୯ରେ ତିନୋଟି ସ୍ବର୍ଣ୍ଣ ସହ ଚମ୍ପିୟାନ    (20-Apr-2026)       ||      ଟିଟିଲାଗଡ଼ରେ ସାମ୍ବାଦିକଙ୍କୁ ଧମକ, ପୁଲିସ ନିକଟରେ ଅଭିଯୋଗ   (20-Apr-2026)       ||      "ସୁବର୍ଣ୍ଣପୁର ଠାରେ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ"- "ତିନି ଠାକୁର ଙ୍କ ନୂଆଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ" "ଦୀର୍ଘ ବର୍ଷ ପରେ ଭକ୍ତ ଦର୍ଶନ କରିବେ ନୂଆଁ ରଥ" -   (20-Apr-2026)       ||      *ବାଲ୍ୟ ବିବାହ ନିରାକରଣ ପାଇଁ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ବୈଠକ*-   (20-Apr-2026)       ||      *କେରଣ୍ଡି ଗ୍ରାମରେ ପ୍ରତିଷ୍ଠା ହେଲା ମାଁ ଠାକୁରାଣୀଙ୍କ ଭବ୍ୟ ମନ୍ଦିର*   (20-Apr-2026)       ||      ଦଶମ ସିବିଏସଇ ବୋର୍ଡ ପରୀକ୍ଷାରେ ଓଏଭି ଓ ଭିବିଷ୍ୟ ଛାତ୍ରଛାତ୍ରୀଙ୍କ ବାଜିମାତ।   (20-Apr-2026)       ||      ଠିକାଦାର ଓ ପୂର୍ତ୍ତ ବିଭାଗ ବଳପୂର୍ବକ କାମଆରମ୍ଭ କରିବା ପ୍ରତିବାଦରେ କ୍ଷତିଗ୍ରସ୍ତ ଜମିମାଲିକମାନେ ବରୀ ତହସିଲକାର୍ଯ୍ୟାଳୟ ସମ୍ମୁଖରେ ଧାରଣା   (20-Apr-2026)       ||      ସୁଦିପ୍ତା ମହାନ୍ତିଙ୍କ ବିୟୋଗରେ ପ୍ରବାସୀ ଓଡ଼ିଆ ମହଲରେ ଶୋକର ଛାୟା   (20-Apr-2026)       ||      ଜିଲ୍ଲାସ୍ତରୀୟ କବି ଶ୍ରୀଜୟଦେବ ଜୟନ୍ତୀ ଉତ୍ସବ ପାଳିତ    (20-Apr-2026)       ||      ବଲାଙ୍ଗିରରେ ଅକ୍ଷୟ ତୃତୀୟା, କୃଷକ ଦିବସ ଓ ଅକ୍ଷିମୁଠି ଅନୁକୂଳ ପାଳନ   (20-Apr-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଥାଳଉଠା ସମ୍ପନ୍ନ   (20-Apr-2026)       ||      ଅଜଣା ଗାଡ଼ି ଧକ୍କା ରେ ବାଇକ ଚାଳକ ମୃତ -   (20-Apr-2026)       ||      ବରପାଲିର ବରିଷ୍ଠ ସାମ୍ୱାଦିକ ପ୍ରଭୁ ଚରଣ ମହାନ୍ତିଙ୍କ ପତ୍ନୀ ବିୟୋଗ   (20-Apr-2026)       ||      ବାଗଡିଆରେ ନାମଯଜ୍ଞ ନେଇ କଳସ ଶୋଭାଯାତ୍ରା   (20-Apr-2026)       ||      ଡ଼ଭଲାରେ ରାତ୍ରିକାଳୀନ କ୍ରିକେଟ ମ୍ୟାଚ   (20-Apr-2026)       ||      ବ୍ରହ୍ମ ସମାଜ ପକ୍ଷରୁ ବିନିକାରେ ପର୍ଶୁରାମ ଜୟନ୍ତୀ ପାଲିତ   (20-Apr-2026)       ||      ଜିଲ୍ଲା ବିଜେପି ପକ୍ଷରୁ ମଲିକୁଦରେ ଡଃ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ।   (20-Apr-2026)       ||      *ଯୋରନ୍ଦାରୁ ୨୧ ଦିନର ପାଦଯାତ୍ରାରେ ମହିମା ଧର୍ମର ସାଧୁଙ୍କ ପାଦଯାତ୍ରା – ସାଧୁସନ୍ଥ ସେବାରେ ଯୁବକଙ୍କ ସହଯୋଗ*   (20-Apr-2026)       ||      ସୁଶ୍ରୀ ଅନୁଷ୍କାଙ୍କ କୃତିତ୍ୱ ଲାଗି ସମ୍ବର୍ଦ୍ଧନା   (20-Apr-2026)       ||      ବାଲି ମାଫିଆଙ୍କ ବାଲି ଚୋରି , ଚାଷୀଙ୍କ ଉପରେ ଦାଦାଗିରି    (20-Apr-2026)       ||     

HOME   ରାଜ୍ୟ

ଓଡ଼ଆ ବ୍ୟଞ୍ଜନକୁ ଲୋକପ୍ରିୟ କରିବାକୁ ପ୍ରୟାସ; ରାଜଧାନୀରେ ଖୋଲିଲା ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’

04-Sep-2021



ଭୁବନେଶ୍ୱର(ଶୁଭାଶିଷ ନାୟକ): ଓଡ଼ିଆ ବ୍ୟଞ୍ଜନକୁ ଲୋକପ୍ରିୟ କରିବ ଖୋଲିଛି ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ । ରାଜଧାନୀ ଭୁବନେଶ୍ୱରର ଜନପଥରେ ଏହି ରେଷ୍ଟୁରାଣ୍ଟ ଖୋଲିଛି । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପ୍ରତିଷ୍ଠା ଦିବସ ଏହି ରେଷ୍ଟୁରାଣ୍ଟକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଓଟିଡିସି ‘ନିମନ୍ତ୍ରଣ’’ର ପରିଚାଳନା କରିବ । ଓଡ଼ିଆ ଖାଦ୍ୟକୁ ଲୋକପ୍ରିୟ କରିବା ଏହାର ମୁଖ୍ୟ ଉଦେ୍ଧଶ୍ୟ । ଆଗକୁ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମି ଓ ସମ୍ବଲପୁରର ରାନୀ ବଖ୍ରୀଠାରେ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟ ଖୋଲିବ ।ନିମନ୍ତ୍ରଣ ରେଷ୍ଟୁରାଣ୍ଟ ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ପର୍ଯ୍ୟଟନ ନିଗମର ସ୍ଥପାନା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହି ଅଭିନବ ପ୍ରୟାସର ଭୂୟସୀ ପ୍ରଶଂସା କରିଛନ୍ତି । 
ନିମନ୍ତ୍ରଣ’’ ଜରିଆରେ ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନର ପ୍ରୋତ୍ସାହନ ଉଦ୍ୟମର ପ୍ରଶଂସା କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ । ସେ କହିଛନ୍ତି, ସ୍ଥାନୀୟ ବ୍ୟଞ୍ଜନ ପର୍ଯ୍ୟଟକଙ୍କୁ ସ୍ଥାନ ସମ୍ବନ୍ଧରେ ଧାରଣା ଜନ୍ମାଇବାକୁ ବାଧ୍ୟ କରେ । ଓଡ଼ିଶା ପର୍ଯ୍ୟଟନର ଅଭିନବ ଉଦ୍ୟମ ‘ନିମନ୍ତ୍ରଣ’ ମାଧ୍ୟମରେ ରାଜ୍ୟର ବ୍ୟଞ୍ଜନଦ୍ଧପର୍ଯ୍ୟଟନର ବିକାଶ ଘଟିବା ସହ ପର୍ଯ୍ୟଟକଙ୍କ ମଧ୍ୟରେ ଓଡ଼ିଶାର ସାଂସ୍କୃତିକ ବିବିଧତାକୁ ଜାଣିବାକୁ ସୁଯୋଗ ସୃଷ୍ଟି ହୋଇପାରିବ ଶ୍ରୀ ପାଣିଗ୍ରାହୀ କହିଥିଲେ । ଓଟିଡିସିର ସ୍ଥପାନା ଦିବସକୁ ସ୍ମରଣୀୟ କରିବା ପାଇଁ ଏକ କ୍ୱିଣ୍ଟାଲ୍ ଓଜନର ପୋଡ଼ପିଠା ପ୍ରସ୍ତୁତ କରାଯାଇଥିଲା । 
ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଥିଲେ ଯେ, କୋଭିଡ ମହାମାରୀ ପରବର୍ତ୍ତୀ ପର୍ଯ୍ୟଟନ ପୁନଃଉଦ୍ଧାର କାର୍ଯ୍ୟକ୍ରମରେ କଟକ ମହାନଦୀଠାରେ ଥିବା ସିଲ୍ଭର ସିଟି ବୋଟ୍ କ୍ଲବ, ପୁରୀର ବ୍ଲୁ ଫ୍ଲାଗ ବେଳାଭୂମି ଓ ଚନ୍ଦ୍ରଭାଗା ବେଳାଭୂମିରେ ଖାଦ୍ୟପାନୀୟ ବ୍ୟବସ୍ଥା କରାଯିବା ଭଳି ଅନେକ ପଦକ୍ଷେପ ନିଆଯାଇଛି । ଶୁଦ୍ଧ ଓଡ଼ିଆ ବ୍ୟଞ୍ଜନ ପ୍ରଣାଳୀକୁ ଲୋକପ୍ରିୟ କରିବା ଉଦେ୍ଧଶ୍ୟରେ ଏକ ରନ୍ଧନ ପ୍ରତିଯୋଗିତା ‘ଆମ ହାଣ୍ଡିଶାଳ’ ଆୟୋଜନ କରାଯାଇଥିଲା । ରଜ ଉପଲକ୍ଷେ ଭ୍ରାମ୍ୟମାଣ ଯାନରେ ବିଭିନ୍ନ ପ୍ରକାର ପିଠା ଲୋକଙ୍କ ନିକଟକୁ ପହଞ୍ଚା ଯାଇଥିଲା ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।


News Comment




Photo in News

Advertisment
Lastest News
  ରାଜ୍ୟ  
ବଲାଙ୍ଗୀରର ଦିବ୍ୟମ କେଜ୍ରିୱାଲ ଇତିହାସ ସୃଷ୍ଟି କଲେ♦️ ୟୁ ୧୯ରେ ତିନୋଟି ସ୍ବର୍ଣ୍ଣ ସହ ଚମ୍ପିୟାନ   20-Apr-2026
  ଜିଲ୍ଲା  
ଟିଟିଲାଗଡ଼ରେ ସାମ୍ବାଦିକଙ୍କୁ ଧମକ, ପୁଲିସ ନିକଟରେ ଅଭିଯୋଗ   20-Apr-2026
  ଜିଲ୍ଲା  
"ସୁବର୍ଣ୍ଣପୁର ଠାରେ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ"- "ତିନି ଠାକୁର ଙ୍କ ନୂଆଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ" "ଦୀର୍ଘ ବର୍ଷ ପରେ ଭକ୍ତ ଦର୍ଶନ କରିବେ ନୂଆଁ ରଥ" -   20-Apr-2026
  ଜିଲ୍ଲା  
*ବାଲ୍ୟ ବିବାହ ନିରାକରଣ ପାଇଁ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ବୈଠକ*-   20-Apr-2026
  ଜିଲ୍ଲା  
*କେରଣ୍ଡି ଗ୍ରାମରେ ପ୍ରତିଷ୍ଠା ହେଲା ମାଁ ଠାକୁରାଣୀଙ୍କ ଭବ୍ୟ ମନ୍ଦିର*   20-Apr-2026
  ଜିଲ୍ଲା  
ଦଶମ ସିବିଏସଇ ବୋର୍ଡ ପରୀକ୍ଷାରେ ଓଏଭି ଓ ଭିବିଷ୍ୟ ଛାତ୍ରଛାତ୍ରୀଙ୍କ ବାଜିମାତ।   20-Apr-2026
  ଜିଲ୍ଲା  
ଠିକାଦାର ଓ ପୂର୍ତ୍ତ ବିଭାଗ ବଳପୂର୍ବକ କାମଆରମ୍ଭ କରିବା ପ୍ରତିବାଦରେ କ୍ଷତିଗ୍ରସ୍ତ ଜମିମାଲିକମାନେ ବରୀ ତହସିଲକାର୍ଯ୍ୟାଳୟ ସମ୍ମୁଖରେ ଧାରଣା   20-Apr-2026
  ଜିଲ୍ଲା  
ସୁଦିପ୍ତା ମହାନ୍ତିଙ୍କ ବିୟୋଗରେ ପ୍ରବାସୀ ଓଡ଼ିଆ ମହଲରେ ଶୋକର ଛାୟା   20-Apr-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ କବି ଶ୍ରୀଜୟଦେବ ଜୟନ୍ତୀ ଉତ୍ସବ ପାଳିତ   20-Apr-2026
  ଜିଲ୍ଲା  
ବଲାଙ୍ଗିରରେ ଅକ୍ଷୟ ତୃତୀୟା, କୃଷକ ଦିବସ ଓ ଅକ୍ଷିମୁଠି ଅନୁକୂଳ ପାଳନ   20-Apr-2026
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଥାଳଉଠା ସମ୍ପନ୍ନ   20-Apr-2026
  ଜିଲ୍ଲା  
ଅଜଣା ଗାଡ଼ି ଧକ୍କା ରେ ବାଇକ ଚାଳକ ମୃତ -   20-Apr-2026

You Might Also Like