-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
04-Sep-2021
ବୀରମହାରାଜପୁର,ମୁର୍ଷୁଣ୍ଢି(ଆର୍ତ୍ତତ୍ରାଣ ଖୁର୍ଡିଆ): ସୋନପୁର ଜିଲ୍ଲା ବୀରମହାରାଜ ପୁର ବ୍ଳକ, ଆଞ୍ଚଳିକ ଉଚ୍ଚ ବିଦ୍ଯାପୀଠ, କେନଝିରିଆପାଲି ହାଇସ୍କୁଲର 'ମାଟ୍ରିକ ବ୍ଯାଚ‐୨୦୦୬' ତରଫରୁ କରୋନା ମହାମାରୀର ଭୟାବହତା କମିଯିବା ପରେ ମଧ୍ଯ ଲୋକମାନେ ସଚେତନ ରହିବାକୁ ନିବେଦନ କରି ଆଜି ସ୍ଥାନୀୟ ସାପ୍ତାହିକ ବଜାରଠାରେ ଏକ ସଚେତନତା ଓ ଆଲୋଚନା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ଯକ୍ରମରେ ଲୋକଙ୍କୁ ମାସ୍କ,ସାନିଟାଇଜର,ଡେଟଲ ସାବୁନ ମଧ୍ଯ ବଣ୍ଟନ କରିଥିଲେ।ଆଲୋଚନାରେ ଆଗାମୀ ଦିନରେ ଏକ ମେଗା
ରକ୍ତଦାନ ଶିବିର ଓ ସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ଯକ୍ରମକୁ ନେଇ ଆଲୋଚନା ହୋଇଥିଲା।କାର୍ଯ୍ଯକ୍ରମରେ ଆର୍ତ୍ତତ୍ରାଣ ଖୁର୍ଡିଆ, ମିନତି ମେଣ୍ତିଲି, ଲାଲାଜୀ ବେହେରା, ଲଳିତା ମେଣ୍ତିଲି, ରାଜେନ୍ଦ୍ର ଖେତି, ପ୍ରଦୀପ ଦେହୁରୀ, ପ୍ରଭଞ୍ଜନ ପାତ୍ର, ସୁଜିତ ପାତ୍ର, ବସନ୍ତ ମେଣ୍ଡିଲି, ଶ୍ରୀକାନ୍ତ ବାରିକ, ପୂର୍ଣ୍ଣଚନ୍ଦ୍ର ପଧାନ, ସିମ୍ପା ଦେହୁରୀ, ସଂଧ୍ଯାରାଣୀ ଦନ୍ତା, ଗୀତା ପଧାନ, ବିଧୁରିତା ମହାକୁର, ବବିତା ଅଦରକୁଲିଆ, ପ୍ରଭାତି ପଧାନ, ସୁଜାତା ପଧାନ ପ୍ରମୁଖ ଉପସ୍ଥିତ ଥିଲେ l