-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
31-Aug-2021
ପୁରୀ(ସମୀର ରଞ୍ଜନ ମହାନ୍ତି) : ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଶ୍ରୀକୃଷ୍ଣ ଲୀଳା । ଦ୍ୱିତୀୟ ଦିନ ମଙ୍ଗଳବାର ବଡ଼ଦେଉଳରେ ପାଳିତ ହେବ ନନ୍ଦୋତ୍ସବ ଓ ବିଜୁଳି କନ୍ୟା ନୀତି । ମଙ୍ଗଳ ଆଳତି ପରେ ରାମକୃଷ୍ଣ, ମଦନମୋହନଙ୍କୁ ଜଗମୋହନରେ ଥିବା ଦୋଳିରେ ବିଜେ କରାଯିବ । ଦୋଳିରେ ଝୁଲୁଥିବା ରାମକୃଷ୍ଣ ଓ ମଦନମୋହନ ଖଟରେ ବିଜେ ହେବେ । ତିନିବିଗ୍ରହଙ୍କୁ ମାଜଣା, ମାଳଫୁଲ ଲାଗି ଓ ବେଶ କରାଯିବ । ପାଲିଙ୍କିରେ ଠାକୁରେ ଲକ୍ଷ୍ମୀମନ୍ଦିର ଜଗମୋହନକୁ ବିଜେ କରିବେ । ଭିତରଚ୍ଛ ମହାପାତ୍ରେ ନନ୍ଦ ମହାରାଜାଙ୍କ ଭୂମିକା ନେବେ । ସେଠାରେ ନନ୍ଦୋତ୍ସବ ନୀତି ହେବ । ଭଣ୍ଡାରଘରୁ ଦୁର୍ଗାଦେବୀ ମା’ ସୁଭଦ୍ରାଙ୍କ ବାଡ଼ରୁ ଆଜ୍ଞାମାଳ ପାଇ ବିଜେ ହେବାରେ ବିଜୁଳି କନ୍ୟା ନୀତି ହେବ ।