-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
12-Sep-2026
ବଲାଙ୍ଗୀର(ପ୍ରେରଣା ଖବର): କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ନୂଆଦିଲ୍ଲୀର ଅଷ୍ଟାଦଶୀ ଯୋଜନା ଅନ୍ତର୍ଗତ ଛାତ୍ର-ଛାତ୍ରୀ ମାନଙ୍କ ପାଇଁ ସାୟଂ କାଳୀନ ସଂସ୍କୃତ ଅଧ୍ୟୟନ ଏବଂ ସଂସ୍କୃତରେ ସମ୍ଭାଷଣ, ଦ କ୍ୟାଚ,ଓଡ଼ିଶାର ଏକ କ୍ରାନ୍ତିକାରୀ ପଦକ୍ଷେପ, ଯାହାକି ବିଗତ ଏକ ମାସ ଧରି ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀରରେ ଏକ କାର୍ଯ୍ୟଶାଳା ମାଧ୍ୟମରେ, ଏକ ପ୍ରୟୋଗାତ୍ମକ ଧାରାରେ କାର୍ଯ୍ୟାନ୍ୱୟନ କରାଯାଇଥିଲା ।
ଏହାର ଉଦଯାପନୀ ସମାରୋହରେ ଆଜି ସେପ୍ଟେମ୍ବର ୧୨ ତାରିଖରେ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ମାନେ ବୋଧୟନଙ୍କ ଦ୍ୱାରା ରଚିତ ଏକ ପ୍ରହସନକୁ ପ୍ରସ୍ତୁତ କରିଥିଲେ । ଏହାଦ୍ୱାରା ତାଙ୍କର ସଂସ୍କୃତ ସମ୍ଭାଷଣର ଏକ ନମୁନା ତଥା ଦକ୍ଷତା ପ୍ରଦର୍ଶିତ ହୋଇଥିଲା । ସେମାନଙ୍କର ଉତ୍ସାହ ଏହି ନାଟ୍ୟ ଦ୍ୱାରା ସମ୍ପୂର୍ଣ୍ଣ ପ୍ରତିଫଳିତ ହୋଇଛି ବୋଲି ମହାବିଦ୍ୟାଳୟର ଅଧକ୍ଷ ଡଃ ଅରବିନ୍ଦ କୁମାର ଓଝା କହିଥିଲେ । ଏହିପରି ସଂସ୍କୃତ ସମ୍ଭାଷଣ ଓ ପ୍ରଚାର ପ୍ରସାରକୁ ମହାବିଦ୍ୟାଳୟର ସଂସ୍କୃତ ବିଭାଗ ମୁଖ୍ୟ ଡ ସଦାଶିବ ମଲ୍ଲିକ ସାଧୁବାଦ ଦେବା ସହିତ ଦ କ୍ୟାଚ, ଓଡ଼ିଶା ତଥା କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ନୂଆ ଦିଲ୍ଲୀ ର ଭୂରି ଭୂରି ପ୍ରଶଂସା କରିଥିଲେ । ଉଦଯାପନୀ ସତ୍ରରେ ପଦ୍ମଶ୍ରୀ ଶ୍ରୀନିବାସ ଉଦଗାତା ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ଆଶୀର୍ବାଦ ଦେଇଥିଲା ବେଳେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ଡଃ ବିଭୂତି ଭୂଷଣ ମଲ୍ଲିକ ବର୍ତ୍ତମାନ ଆଧୁନିକ ଯୁଗରେ ସଂସ୍କୃତର ପ୍ରାସଙ୍ଗିକତା ଏବଂ ଦ କ୍ୟାଚ, ଓଡ଼ିଶାର ମୁଖ୍ୟ ଚିତ୍ତରଞ୍ଜନ ଶତପଥୀଙ୍କୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ମଧ୍ୟ ଏହିପରି କାର୍ଯ୍ୟଶାଳା ତଥା ନାଟ୍ୟ ପ୍ରଦର୍ଶନ କରିବା ପାଇଁ ଆମନ୍ତ୍ରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ରତନ ମେହେର, ମଞ୍ଚ ଅଭିନେତା ଚିତ୍ତରଞ୍ଜନ ଦାଶ, ସଂସ୍କୃତ ଭାରତୀର ପଶ୍ଚିମ ଓଡ଼ିଶାର ସଭାପତି ଆୟୁଷ୍ମନ୍ତ ଷଡ଼ଙ୍ଗୀ ଆଦି ଯୋଗଦେଇ ପ୍ରହସନର ସମୀକ୍ଷା କରି ଭୂୟସୀ ପ୍ରଶଂସା କରିଥିଲେ ।
ଅଜିତ୍ କୁମାର ପଣ୍ଡାଙ୍କ ସଂଯୋଜନା ସଭା ତଥା ନାଟ୍ୟ ପ୍ରଦର୍ଶନ ରେ ସଫଳତା ଆଣି ପାରିଥିଲା । ବେଦ ମନ୍ତ୍ର ତଥା ପ୍ରହସନର ଭୂମିକା ପାଠ ଡଃ ସମୀର ବିଶ୍ବାଳ କରିଥିଲେ । ଏହି କାର୍ଯ୍ୟଶାଳାର ପି ଆଇ ତଥା ଦ କ୍ୟାଚ, ଓଡ଼ିଶାର ମୁଖ୍ୟ ଚିତ୍ତରଞ୍ଜନ ଶତପଥୀ ନିର୍ଦ୍ଦେଶନା ଦେଇଥିବା ବେଳେ ମାଷ୍ଟର ରାଜ ସଙ୍ଗୀତରେ ସଜାଇଥିଲେ । ବିଧାନ ସରଙ୍ଗି ଏବଂ ଅଧିକାରୀ ସାମଲ ଏଥିରେ ବେଶଭୂଷା କରାଇ ଆହୁରି ଚମତ୍କାର କରିଦେଇଥିଲେ । ବିଭିନ୍ନ ଭୂମିକାରେ ଅଂଶିକା, ସୁଜାତା, ପ୍ରତୀକ୍ଷା, ସତ୍ୟଭାମା, ରଞ୍ଜିତା, ରେଶ୍ମା, ତେଜସ୍ଵୀନି, ନମିତା, ରୀମା, ପୂଜା, ଫଗୁନି, ଦିବ୍ୟା, ଆଶା ଏବଂ ଲିଜା ପ୍ରମୁଖ ଅଭିନୟ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ରୀମାନେ କାର୍ଯକ୍ରମକୁ ଉପଭୋଗ କରିଥିଲେ । ଶେଷରେ ଶ୍ରୀ ଶତପଥି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ଯାପକ ରତିକାନ୍ତ ନାଏକ ତଥା ଦିନେଶ ସିଂହ ସହଯୋଗ କରିଥଲେ ।