-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
29-Aug-2021
କଣ୍ଟାବାଞ୍ଜି (ଆନନ୍ଦ କୁମାର ମୋଟେ) : କଣ୍ଟାବାଞ୍ଜି ଡାକ୍ତରଖାନାରେ ପ୍ରତିଦିନ ପାଖଆଖ ଅଞ୍ଚଳର ଶହ ଶହ ରୋଗୀ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି।ପରିସରରେ ଥିବା ଓଡିଶା ରକ୍ତ ଭଣ୍ଡାରରୁ ପ୍ରତିଦିନ ରୋଗୀମାନେ ରକ୍ତ ନେଇଥାନ୍ତି।ରକ୍ତର ଚାହିଦାକୁ ପୂରଣ କରିବା ପାଇଁ ବର୍ଷସାରା ରକ୍ତଦାନ ଶିବିରର ଆୟୋଜନ କରିବା ସହିତ ରକ୍ତଦାତାମାନେ ସ୍ୱଇଛ୍ଛାରେ ରକ୍ତଦାନ କରିଆସୁଛନ୍ତି।ଆଜି ଉଡିଙ୍ଗଗ୍ରାମର ଜଗ ତାଣ୍ଡି ଜଣେ କିଡନୀ ରୋଗୀଙ୍କୁ ଏବି ନେଗେଟିଭ ବିରଳ ରକ୍ତ ଦରକାର ପଡିଥିଲା।ଏହି ଖବର ଜାଣିବା ପରେ ସଂଗ୍ରାମ ତ୍ରିପାଠୀ ଓ ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ଥୁଡିବାହାଲ ଗ୍ରାମର ଝସକେତନ ବେହେରାଙ୍କୁ ଯୋଗାଯୋଗ କରିଥିଲେ।ଶ୍ରୀ ବେହେରା ତୁରନ୍ତ ରକ୍ତଭଣ୍ଡାରକୁ ଆସି ରକ୍ତ ଦାନ କରିଥିଲେ।ରୋଗୀର ୫ପଏଣ୍ଟ ରକ୍ତ ଥିଲା ତେଣୁ ତାକୁ ଦିଆଯିବା ପରେ ଟିକିଏ ସୁସ୍ଥ ଅନୁଭବ କରିଥିଲେ।ରକ୍ତ ଭଣ୍ଡାରର କର୍ମୀ ଗୁରୁବାରୁ ରଣା ରକ୍ତ ସଂଗ୍ରହ କରିଥିଲେ।କରୋନା ଭଳି ମହାମାରୀ ସମୟରେ ବିରଲ ରକ୍ତ ଦାନ କରିଥ୍ବବାରୁ ଶ୍ରୀ ବେହେରାଙ୍କୁ ଜନସାଧାରଣ ପ୍ରଶଂସା କରିଥିଲେ।