-+91-9937148622 |

prerana_bgr@rediffmail.com |

  Friday 19th June 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ    (19-Jun-2026)       ||      ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ    (19-Jun-2026)       ||      ବାହାର ଜିଲ୍ଲାରୁ ଆସୁଛି ଧାନ !   (19-Jun-2026)       ||      *ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   (19-Jun-2026)       ||      ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   (19-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   (19-Jun-2026)       ||      *ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   (19-Jun-2026)       ||      ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା    (19-Jun-2026)       ||      ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   (19-Jun-2026)       ||      ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ    (19-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ    (18-Jun-2026)       ||      ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   (18-Jun-2026)       ||      ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   (18-Jun-2026)       ||      *ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   (18-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   (18-Jun-2026)       ||      ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   (18-Jun-2026)       ||      ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   (18-Jun-2026)       ||      ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ    (18-Jun-2026)       ||     

HOME   ଜିଲ୍ଲା

ନାଟ୍ ର ଦ୍ଵିବାର୍ଷିକ ସାଧାରଣ ପରିଷଦ ବୈଠକ: ଲୋକାର୍ପଣ ହେଲା ଦେୟମୁକ୍ତ ଅମ୍ଲଜାନ ସେବା - ଅଟଳ ଜୀବନ: ପଦ୍ମଶ୍ରୀ ସାଧୁ ମେହେର ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ* * ପ୍ରଦ୍ୟୁମ୍ନ କାର୍ଯ୍ୟକାରୀ ସଭାପତି - ବନମାଳୀ ସାଧାରଣ ସଂପାଦକ

28-Aug-2021



ସୋନପୁର (ମନୋରଞ୍ଜନ ତ୍ରିପାଠୀ) :ନାଟକ, ସମାଜସେବା ଏବଂ ସାହିତ୍ୟ ପ୍ରତି ସମର୍ପିତ ସୁବର୍ଣ୍ଣପୁରର ଅଗ୍ରଣୀ ଅନୁଷ୍ଠାନର ଦ୍ଵିବାର୍ଷିକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ଅନୁଷ୍ଠିତ ଏକ ସଭାରେ ଅଟଳ ଜୀବନ ନାମରେ ଏକ ଦେୟମୁକ୍ତ ଅମ୍ଲଜାନ କନସେନଟ୍ରେଟର ସେବା ଲୋକାର୍ପଣ କରାଯାଇଥିଲା । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ରାୟପୁର ର ଅସିଷ୍ଟାଣ୍ଟ ଜେନେରାଲ ମେନେଜର ଅଜିତ ମେହେର ତାଙ୍କ ପିତା ବୀରମଣି ମେହେରଙ୍କ ସହ ଯୋଗଦେଇ 'ଅଟଳ ଜୀବନ'ର ଲୋକାର୍ପଣ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ ସାହୁ ଏହା ନାଟ୍ ର ପ୍ରତିଷ୍ଠାତା ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ବିଶିଷ୍ଟ ନାଟ୍ୟକାର ତଥା ସିନେ ଅଭିନେତା ସ୍ଵର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ପ୍ରତି ଅନୁଷ୍ଠାନର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ବୋଲି ଉଲ୍ଲେଖ କରିଥିଲେ । ସଂପ୍ରତି ଏହା ସୋନପୁର ପୌର ପରିଷଦ ଅଞ୍ଚଳରେ କାର୍ଯ୍ୟକ୍ଷମ ହେବ। ଅକସିଜେନ ସପୋର୍ଟ ଆବଶ୍ୟକ କରୁଥିବା ପୌରାଞ୍ଚଳର କୌଣସି ବ୍ୟକ୍ତି ୯୪୩୭୬୩୭୯୧୬ କିମ୍ଵା ୮୨୪୯୬୬୧୩୦୦ ମୋବାଇଲ ନମ୍ଵରରେ ଯୋଗାଯୋଗ କରି ନିଜ ଘରେ ଏହି ସୁବିଧା ପାଇପାରିବେ । ବିଶେଷ କରି ଆଶଙ୍କା କରାଯାଉଥିବା କୋଭିଡର ତୃତୀୟ ଲହର ବେଳକୁ ହୋମ ଆଇସୋଲେସନରେ ଥିବା ରୋଗୀଙ୍କ ପାଇଁ  ଏହା ସହାୟକ ହୋଇପାରିବ ବୋଲି ଶ୍ରୀ ସାହୁ ମତ ପୋଷଣ କରିଛନ୍ତି । ସାଂସ୍କୃତିକ ସଂପାଦକ ଅବିନାଶ ହୋତା ମଞ୍ଚ ପରିଚାଳନା କରିଥିବା ବେଳେ ସାଧାରଣ ସଂପାଦକ ବନମାଳୀ ପଣ୍ଡା, ସାହିତ୍ୟ ସଂପାଦକ ନରେନ୍ଦ୍ର ଭୋଇ, ସମାଜସେବା ସଂପାଦକ ସଞ୍ଜୟ କୁମାର ପଣ୍ଡା ତଥା ସ୍ଵର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ପ୍ରପୌତ୍ର ସୁଜିତ କୁମାର ପୂଜାହାରୀ ପ୍ରମୂଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଅନୁଷ୍ଠିତ ସଂସ୍କୃତିକ କାର୍ଯ୍ୟକ୍ରମକୁ ଦେବାଶିଷ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର କୁନି

କଳାକାରମାନେ ନିଜ ନିଜର କଳାତ୍ମକ ଦକ୍ଷତା ପ୍ରଦର୍ଶନ କରିଥିଲେ । ସଂଗୀତ ନିର୍ଦ୍ଦେଶକ ବିକାଶ ମିଶ୍ର, ଅଭିନେତ୍ରୀ ରେଖା ପ୍ରଧାନ, ଅଧ୍ୟାପିକା ସ୍ନିଗ୍ଧା ଦାଶ, ଅଶୋକ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ରହି କୁନି କଳାକାର ମାନଙ୍କୁ  ଉତ୍ସାହିତ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟ ସଭାରେ ଆଗାମୀ ଦୁଇ ବର୍ଷ ପାଇଁ ଅନୁଷ୍ଠାନର କର୍ମକର୍ତ୍ତା ଚୟନ କରାଯାଇଥିଲା । ଅନୁଷ୍ଠାନ ସମ୍ଵିଧାନ ମୁତାବକ ରାଷ୍ଟ୍ରୀୟ ନାଟ୍ ସମ୍ମାନରେ ସମ୍ମାନୀତ ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ପଦ୍ମଶ୍ରୀ ଡ. ସାଧୁ ମେହେର ଅନୁଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ପଦକୁ ମହିମାମଣ୍ଡିତ କରିଥିବା ବେଳେ ଅନ୍ୟ ସବୁ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ କବି ଓ ନାଟ୍ୟକାର ପ୍ରଦ୍ୟୁମ୍ନ ସାହୁ କାର୍ଯ୍ୟକାରୀ ସଭାପତି, ଶୈଳେନ୍ଦ୍ର ବସ୍ତିଆ ଉପସଭାପତି, ବନମାଳୀ ପଣ୍ଡା  ସାଧାରଣ ସଂପାଦକ, ନରେନ୍ଦ୍ର ଭୋଇ ସାହିତ୍ୟ ସଂପାଦକ, ଅବିନାଶ ହୋତା ସଂସ୍କୃତି ସଂପାଦକ, ସଞ୍ଜୟ କୁମାର ପଣ୍ଡା ସମାଜସେବା ସଂପାଦକ ଓ ଜ୍ୟୋତି ବିକାଶ ମିଶ୍ର କୋଷାଧ୍ୟକ୍ଷ୍ୟ ଭାବେ ଏବଂ କାର୍ଯ୍ୟକାରୀ ସମିତି ସଭ୍ୟଭାବେ ରେଖା ପ୍ରଧାନ, ସ୍ନିଗ୍ଧା ଦାଶ, ଅଜିତ ମେହେର, ସମୀର ସାହୁ, ଗତିକୃଷ୍ଣ ବନିଆଁ ସର୍ବସମ୍ମତିରେ ମନୋନୀତ ହୋଇଥିଲେ। ଠିକ ସେହିପରି ସଂସ୍କୃତି କୋର କମିଟିକୁ ରେଖା ପ୍ରଧାନ, ସମୀର ସାହୁ, ଚିନ୍ମୟ ରଥ ଓ ସୌମ୍ୟକାନ୍ତ ମିଶ୍ର, ସାହିତ୍ୟ କୋର କମିଟିକୁ ପ୍ରଦ୍ୟୁମ୍ନ ସାହୁ, ଶେଷଦେବ ଥନାପତି, କ୍ଷୀରୋଦ ବିହାରୀ ବିଶ୍ଵାଳ ଓ ଗତିକୃଷ୍ଣ ବନିଆଁ, ସମାଜସେବା କୋର କମିଟିକୁ ସ୍ନିଗ୍ଧା ଦାଶ, ଅଜିତ ମେହେର, ବିଶ୍ଵଜିତ ମହାପାତ୍ର ଏବଂ ଦେବାଶିଷ ପଟ୍ଟନାୟକ ସଭ୍ୟଭାବେ ମନୋନୀତ ହୋଇଥିଲେ । ବିକାଶ ଚନ୍ଦ୍ର ମିଶ୍ର ନିର୍ବାଚନ ପରିଚାଳନା କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ   19-Jun-2026
  ଜିଲ୍ଲା  
ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ   19-Jun-2026
  ଜିଲ୍ଲା  
ବାହାର ଜିଲ୍ଲାରୁ ଆସୁଛି ଧାନ !   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   19-Jun-2026
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   19-Jun-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   19-Jun-2026
  ଜିଲ୍ଲା  
ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା   19-Jun-2026
  ଅପରାଧ  
ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   19-Jun-2026
  ଜିଲ୍ଲା  
ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ   19-Jun-2026

You Might Also Like