-+91-9937148622 |

prerana_bgr@rediffmail.com |

  Friday 19th June 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ    (19-Jun-2026)       ||      ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ    (19-Jun-2026)       ||      ବାହାର ଜିଲ୍ଲାରୁ ଆସୁଛି ଧାନ !   (19-Jun-2026)       ||      *ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   (19-Jun-2026)       ||      ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   (19-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   (19-Jun-2026)       ||      *ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   (19-Jun-2026)       ||      ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା    (19-Jun-2026)       ||      ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   (19-Jun-2026)       ||      ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ    (19-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ    (18-Jun-2026)       ||      ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   (18-Jun-2026)       ||      ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   (18-Jun-2026)       ||      *ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   (18-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   (18-Jun-2026)       ||      ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   (18-Jun-2026)       ||      ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   (18-Jun-2026)       ||      ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ    (18-Jun-2026)       ||     

HOME   ଜିଲ୍ଲା

ପ୍ରଦେଶ କଂଗ୍ରେସ କୃଷକ ସେଲର ମରୁଡି ପରିସ୍ଥିତି ଅନୁଧ୍ୟାନ- ଜଳସେଚନକୁ ନେଇ ମିଥ୍ୟ ପ୍ରତିଶୃତି ଯୋଗୁଁ ମରୁଡି ଶିକାର ହେଉଛି ଚାଷି- ରାଜ୍ୟ କୃଷକ କଂଗ୍ରେସ

28-Aug-2021



ବଲାଙ୍ଗିର,(ପ୍ରେରଣା ଖବର) ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିର ଅଭାବ, ଜଳସେଚନକୁ ନେଇ ଚାଷିଙ୍କୁ ବାରମ୍ବାର ମିଥ୍ୟ ପ୍ରତିଶୃତି ଦେବା, କୃଷି ଓ ପାଣିପାଗ ବିଭାଗର ଆଗୁଆ ସୂଚନା ଦେବା ସତ୍ତ୍ୱେ ସରକାର ନିଜର ଆଡୁ ମରୁଡି ମୁକାବିଳାକୁ ନେଇ ତତ୍ପରତା ତଥା ଚାଷୀଙ୍କୁ ସଚେତନ ନ କରାଇବା ଯୋଗୁଁ ରାଜ୍ୟରେ ବାରମ୍ବାର ମରୁଡି ଦେଖାଦେଇଛି । ଏ ପରିସ୍ଥିତିରେ ବଲାଙ୍ଗିର ଜିଲ୍ଲା ସମସ୍ତ ୧୪ଟି ବ୍ଲକର ଚାଷୀ ଆସନ୍ନ ମରୁଡି ଯୋଗୁଁ ଚାଷୀକୂଳ ହତାସ ହୋଇଗଲେଣି । ଏହି ଭୟାବହ ମରୁଡି ରୁ ଚାଷୀଙ୍କୁ ଉଦ୍ଧାର କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯୁଦ୍ଧକାଳିନ ଭିତ୍ତିରେ ମରୁଡିର ମୁକାବିଳା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଆଜି ପ୍ରଦେଶ କଂଗ୍ରେସ କୃଷକ ସେଲର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ବଲାଙ୍ଗିର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କୁ ଆହ୍ୱନ କରିଛନ୍ତି । 
    

ଆଜି ବଲାଙ୍ଗିର ଜିଲ୍ଲାକୁ ମରୁଡି ଅନୁଧ୍ୟାନକୁ ଆସି ଜିଲ୍ଲାର ବିଭିନ୍ନ ବ୍ଲକର ଯଥା ବଲାଙ୍ଗିର, ଲୋଇସିଂହା, ଖପ୍ରାଖୋଲ, ପାଟଣାଗଡ, ବେଲପଡା ଇତ୍ୟାଦି ଅଂଚଳର ଅନେକ ଗାଁକୁ ଯାଇ ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ ଚାଷିଙ୍କ ଠୁ ଚାଷ ବାବଦରେ ପଚାରି ବୁଝିବା ସହ କ୍ଷେତ୍ର ପରିଦର୍ଶନ କରିଥିଲେ । ଜିଲ୍ଲା ସଭାପତି ଦିଲିପ ବେହେରା , ଜିଲ୍ଲା କିଶାନ ସେଲ ସଭାପତି ସାନନ୍ଦ ମିଶ୍ରଙ୍କ ସହ ଅଂଚଳର ସମସ୍ତ ଚାଷ ଜମି ବୁଲିବା ସମୟରେ ଦେଖାଯାଇଥିଲା ଯେ ପ୍ରାୟତଃ ଚାଷ ଜମି ଖାଲୁଆ ହେଉ କି ଢିପ ହେଉ ଧାନ ଗଛ ମରିବାକୁ ବସିଲାଣି । କିଛି ଅଂଚଳରେ ତ ଚାଷ ଜମିରେ ଗୃହ ପାଳିତ ପଶୁ ଚାଷୀମାନେ ଛାଡି ଦେଇଥିବାର ଦେଖାଯାଇଥିଲା । ଅନେକ ଜାଗାରେ ଚାଷ ଜମି ଫାଟି ଆଁ ହୋଇଗଲାଣି । ଏ ସବୁ ଚାଷ ଜମି ଅନୁଧ୍ୟାନ ତଥା ଚାଷିଙ୍କ ସହ ଅପରାହ୍ନ ଘ.୫.୩୦ମି. ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ଅଧ୍ୟକ୍ଷ ଅମିତ କୁମାର ପଟ୍ଟନାୟକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତିକୁ ଟାର୍ଗେଟ କରିବା ସହ ସରକାରଙ୍କ ଆଗରେ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି । ଦାବି ଗୁଡିକ ହେଲା ୧୪ଟି ବ୍ଲକକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା କରାଯାଉ, ଖରିଫ ଚାଷ ପାଇଁ ନେଇଥିବା ଋଣ ସମ୍ପୁର୍ଣ୍ଣ ଛାଡ କରିବା ସହ ରବି ପାଇଁ ଏକ ଲକ୍ଷ ଟଙ୍କାର ଋଣ ବିନା ସୁଧରେ ଦିଆଯାଉ । ମରୁଡି ଆକଳନ ପାଇଁ ସରକାର ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ ଏକ ଟାକ୍ସ ଫୋର୍ସ ଗଠନ କରନ୍ତୁ । ଅଂଚଳରେ ଥିବା ଗଭିର ନଳକୂପ, ଗୋଷ୍ଠି ଉଠା ଜଳସେଚନ ପଏଣ୍ଟକୁ ଶିଘ୍ର ମରାମତି କରାଯାଉ । ଚାଷିମାନଙ୍କ ଶସ୍ୟବିମା ସଠିକ ଓ ନିର୍ଭଲ ଭାବରେ ପ୍ରଦାନ କରିବା ସହ ଯେହେତୁ ସମସ୍ତ ବ୍ଲକରେ ଗଜା ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି ପ୍ରଧାନମନ୍ତ୍ରୀ କୃଷିବୀମାର ନିୟମାନୁଯାୟୀ ୩୦% ବୀମାରାଶି ଚାଷୀଙ୍କୁ ପ୍ରଦାନ କରାଯାଉ । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ ନଷ୍ଟ ହେଉଥିବା ଚାଷୀଙ୍କୁ କୃଷି ଉନ୍‌ପୁଟ ସହାୟତା ପ୍ରତି ଏକର ପିଛା କେନ୍ଦ୍ର ୩୦ହଜାର ଓ ରାଜ୍ୟ ୫୦ହଜାର ଟଙ୍କା ପ୍ରଦାନ କରୁ । ଚାଷୀମାନଙ୍କୁ ରବି ଋତୁ ପାଇଁ ସାର, ବିହନ, ଔଷଧ ଓ ବିଜୁଳି ମାଗଣାରେ ପ୍ରଦାନ କରାଯାଉ । ତା ସହ ଚାଷୀର ପୁଅ ଝିଅମାନଙ୍କର ସ୍କୁଲ ଫିଜ୍ ମାଫ କରାଯାଉ । ପ୍ରତ୍ୟେକ ପ୍ରଭାବିତ ଚାଷୀ ଓ କୃଷି ଶ୍ରମିକଙ୍କୁ ଖାଦ୍ୟ ସୁରକ୍ଷା  ଯୋଜନା ଅନ୍ତର୍ଗତ ରାସନକାର୍ଡ ଯୋଗାଇ ଦିଆଯାଉ । ଯଦି ଏ ସବୁ ଦାବି ଉଭୟେ ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କ ହିତ ପାଇଁ ପୁରଣ ନ କରିବେ ପୁଣି ଆଗାମୀ ଦିନରେ ଚାଷୀମାନଙ୍କୁ ନେଇ ପ୍ରଦେଶ

କଂଗ୍ରେସ କୃଷକ ସେଲ ଗାଁରୁ ରାଜଧାନୀ ପର୍ଯ୍ୟନ୍ତ ବିଶାଳ ଆନ୍ଦୋଳନ କରିବ ଏବଂ ସରକାରମାନଙ୍କୁ ଉଚିତ ଜବାବ ଦିଆଯିବ ବୋଲି ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଚେତାବନି ଦେଇଛନ୍ତି । ଆଜି କ୍ଷେତ୍ର ପରିଦର୍ଶନ ସମୟରେ ଅଧ୍ୟକ୍ଷ ଅମିୟ ପଟ୍ଟନାୟକଙ୍କ ସହ ଜିଲ୍ଲା ସଭାପତି ଦିଲିପ ବେହେରା, ଜିଲ୍ଲା କିଶାନ ସେଲ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ଚଗଲା ପରିଚ୍ଛା, ପାଟଣାଗଡ ବିଧାୟକ ପ୍ରାର୍ଥୀ ଇଂ. ରମେଶ ପୁରୋହିତ, ଅନିଲ ମେହେର, ଋଷି ନାଗ, ସାନ୍ତନୁ ସିଂହ, ଲଳିତ ପୁଟେଲ, ସରୋଜ ରଥ, ଗଗନ ନାଥ, ବୁଲୁ ଦାନି, ମନିଷ ମିଶ୍ର, ରାଧେଶ୍ୟାମ ମେହେର, ଯୁଗଲ ସାହୁ, ବିରେନ୍ଦ୍ର ବାରିକ, ଟିକେମନ ବିଶି, ସୁରଭି ରଣା, ଦ୍ୱିତୀୟା ବାଗ, ତୁଳସି ସାହୁ   ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ   19-Jun-2026
  ଜିଲ୍ଲା  
ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ   19-Jun-2026
  ଜିଲ୍ଲା  
ବାହାର ଜିଲ୍ଲାରୁ ଆସୁଛି ଧାନ !   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   19-Jun-2026
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   19-Jun-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   19-Jun-2026
  ଜିଲ୍ଲା  
ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା   19-Jun-2026
  ଅପରାଧ  
ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   19-Jun-2026
  ଜିଲ୍ଲା  
ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ   19-Jun-2026

You Might Also Like