-+91-9937148622 |

prerana_bgr@rediffmail.com |

  Saturday 20th June 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ    (19-Jun-2026)       ||      ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ    (19-Jun-2026)       ||      ବାହାର ଜିଲ୍ଲାରୁ ଆସୁଛି ଧାନ !   (19-Jun-2026)       ||      *ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   (19-Jun-2026)       ||      ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   (19-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   (19-Jun-2026)       ||      *ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   (19-Jun-2026)       ||      ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା    (19-Jun-2026)       ||      ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   (19-Jun-2026)       ||      ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ    (19-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ    (18-Jun-2026)       ||      ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   (18-Jun-2026)       ||      ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   (18-Jun-2026)       ||      *ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   (18-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   (18-Jun-2026)       ||      ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   (18-Jun-2026)       ||      ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   (18-Jun-2026)       ||      ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ    (18-Jun-2026)       ||     

HOME   ଜିଲ୍ଲା

ଗଙ୍ଗାଧର ଜୟନ୍ତୀ ଓ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ଦିବସ ପାଳିତ 

22-Aug-2021



ସଇଁତଳା (ପ୍ରେରଣା ଖବର)- ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପରିସରରେ ଥିବା ଅମରାବତୀ ଉଦ୍ୟାନ ଠାରେ ଶ୍ରାବଣ ପୂର୍ଣ୍ଣିମା ଅବସରରେ ସ୍ୱଭାବ କବି ଗଙ୍ଗାଧର ମେହର ଜୟନ୍ତୀ ଓ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ଦିବସ  ପାଳନ କରାଯାଇଛି । ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ପ୍ରଥମେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଶିକ୍ଷକ ସୁଦର୍ଶନ ଦାଶ, ବ୍ରଜମୋହନ ମାଝି, ଶିକ୍ଷୟତ୍ରୀ ରେଣୁକା ସାହୁ, କାନ୍ତି ଭୋଇ ଗଙ୍ଗାଧର ମେହେରଙ୍କର ସାହିତ୍ୟ କ୍ଷେତ୍ରରେ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନ୍ ଲାଇନ୍ ମାଧ୍ୟମରେ କୁଇଜ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗୀତାରେ ସୃତି ସାହୁ ପ୍ରଥମ, ଆଲୋକ ବାଗ ଦ୍ୱିତୀୟ ଓ ଯୁଗ୍ମ ଭାବରେ ନିରୁପମା କୁମ୍ଭାର ଓ କେ କେ ଯଶପାଲ ସିଂ ରାଣା ତୃତୀୟ ସ୍ଥାନ ଅଧିକାର କରିଥିଲେ । ତତ୍‌ପରେ ଇକୋ କ୍ଲବ ଓ ଜୁନିୟର ରେଡକ୍ରସ ୟୁନିଟ୍ ତରଫରୁ  ପ୍ରକୃତି ପୂଜା କରିବା ସହିତ ଶିକ୍ଷକ ଶିକ୍ଷୟତ୍ରୀମାନେ ଗଛମାନଙ୍କୁ  ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ଦିବସ ପାଳନ କରିଥିଲେ । ବୃକ୍ଷ ବିନା ମଣିଷ ଜୀବନ ତଥା ଜୀବଜଗତ ସମ୍ଭବ ନୁହଁ । ବୃକ୍ଷ ମନୁଷ୍ୟକୁ ମୌଳିିକ ଆବଶ୍ୟକତା  ଖାଦ୍ୟ, ବସ୍ତ୍ର,

ବାସଗୃହ  ଦେବା ସହ ସର୍ବୋପରି ଶୁଦ୍ଧ ଅମ୍ଲଜାନ ଯୋଗାଇ  ଥାଏ । ଗଛ ଆମର ଭାଇ ପରି, ତେଣୁ  ସବୁ ବିପତ୍ତିରୁ ବୃକ୍ଷଗୁଡିକୁ ରକ୍ଷା କରିବାକୁ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ସଙ୍କଳ୍ପ ନେଇଥିଲେ ।  ଏହି ଭାଇଚାରା ଭାବ ନେଇ କୋଭିଡ-୧୯ ନିୟମ ପାଳନ କରି ହୋଇଥିବା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନିଜେ ଘରେ ରହି ବୃକ୍ଷ ଗୁଡିକୁ ରାକ୍ଷୀ ବାନ୍ଧି ରକ୍ଷାବନ୍ଧନ ଉତ୍ସବ ପାଳନ କରିଥିଲେ ।  କାର୍ଯ୍ୟକ୍ରମରେ ଶିକ୍ଷକ ବିଶ୍ୱନାଥ ମେହେର, ହିମାଂଶୁ ଶେଖର ବିଶ୍ୱାଳ, ଲିଂଗରାଜ ନନ୍ଦ, ଶିକ୍ଷୟତ୍ରୀ ଗାୟତ୍ରୀ ବାରିକ, ଭାରତୀ ପଧାନ, ଦ୍ରୋପଦୀ ଭୋଇ, ଯଶୋବନ୍ତୀ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।  ପ୍ରକୃତିବନ୍ଧୁ ଶିକ୍ଷକ ତଥା ଜୁନିୟର ରେଡକ୍ରସ କାଉନ୍ସେଲର ରାମ ନାରାୟଣ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶିକ୍ଷକ ଆଦିତ୍ୟ ରଣା ଧନ୍ୟବାଦ ଅର୍ପଣ କରିଥିଲେ । 


Next

ସାଂପ୍ରତିକ ସମୟରେ ଗଙ୍ଗାଧର ସାହିତ୍ୟର ପ୍ରାସଂଗୀକତା ରହିଛି ବଲାଙ୍ଗିର((ପ୍ରେରଣା ଖବର) - ଆଜି ସ୍ଥାନୀୟ ଟିକ୍ରାପଡା ଜଗନ୍ନାଥ ମନ୍ଦିର ଠାରେ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସଂଗଠନର ସଭାପତି ଡାକ୍ତର ଅଶୋକ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କବି ଅଚ୍ୟୁତାନନ୍ଦ ଉଦ୍‌ଗାତା ଓ ମୁଖ୍ୟବକ୍ତା ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗ ଦେଇ ସାଂପ୍ରତିକ ସମାଜରେ ଗଙ୍ଗାଧର ସାହିତ୍ୟର ବିଭିନ୍ନ ଦିଗ ଓ ଏହାର ପ୍ରାସଂଗୀକତା ବିଷୟରେ କହିଥିଲେ । ଏହାପରେ ଅନୁଷ୍ଠାନର ସଭ୍ୟା କସ୍ତୁରୀ ରଥ, ମଧୁ ସାହୁ, ବଳିଷ୍ଠ ପ୍ରଧାନ, କେଶବ ମିଶ୍ର, ଗଙ୍ଗାଧର ସାହିତ୍ୟ ଉପରେ ଆଲୋଚନା କରିଥିଲେ । ସଂଗଠନର ସଂପାଦକ ମଦନ ମୋହନ ରଥ ସୁନ୍ଦର ଭାବରେ ଭକ୍ତି କବିତା ଗାନ କରିବା ସହିତ ସମସ୍ତେ ଏଥିରେ ସହଯୋଗ କରିଥିଲେ । ପ୍ରାରମ୍ଭିକ ସୂଚନା ଓ ସା ପରିଚାଳନା କରିଥିଲେ ରତ୍ନମୟ ତ୍ରିପାଠୀ, ପରେ ପରେ ସମସ୍ତଙ୍କୁ ରକ୍ଷା ବନ୍ଧନ ଓ ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ କପିଳପତି, ହୃଷିକେଶ ପୁରୋହିତ, ଦୁର୍ଗା ଚରଣ ସାହୁ, ସୁନାଧର ବନଛୋର, ଜୟରାମ ମିଶ୍ର, ଧର୍ମବ୍ରତ ରଥ ତଥା ଅନ୍ୟାନ୍ୟ ସଭ୍ୟ ଉପସ୍ଥିତ ଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ ବଳିଷ୍ଠ ସଭ୍ୟ ଚୁଡେନ୍ଦ୍ର କୁମାର ବେହେରା ।

News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ   19-Jun-2026
  ଜିଲ୍ଲା  
ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ   19-Jun-2026
  ଜିଲ୍ଲା  
ବାହାର ଜିଲ୍ଲାରୁ ଆସୁଛି ଧାନ !   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   19-Jun-2026
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   19-Jun-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   19-Jun-2026
  ଜିଲ୍ଲା  
ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା   19-Jun-2026
  ଅପରାଧ  
ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   19-Jun-2026
  ଜିଲ୍ଲା  
ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ   19-Jun-2026

You Might Also Like