-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
22-Aug-2021
ସାଂପ୍ରତିକ ସମୟରେ ଗଙ୍ଗାଧର ସାହିତ୍ୟର ପ୍ରାସଂଗୀକତା ରହିଛି
ବଲାଙ୍ଗିର((ପ୍ରେରଣା ଖବର) - ଆଜି ସ୍ଥାନୀୟ ଟିକ୍ରାପଡା ଜଗନ୍ନାଥ ମନ୍ଦିର ଠାରେ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସଂଗଠନର ସଭାପତି ଡାକ୍ତର ଅଶୋକ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କବି ଅଚ୍ୟୁତାନନ୍ଦ ଉଦ୍ଗାତା ଓ ମୁଖ୍ୟବକ୍ତା ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗ ଦେଇ ସାଂପ୍ରତିକ ସମାଜରେ ଗଙ୍ଗାଧର ସାହିତ୍ୟର ବିଭିନ୍ନ ଦିଗ ଓ ଏହାର ପ୍ରାସଂଗୀକତା ବିଷୟରେ କହିଥିଲେ । ଏହାପରେ ଅନୁଷ୍ଠାନର ସଭ୍ୟା କସ୍ତୁରୀ ରଥ, ମଧୁ ସାହୁ, ବଳିଷ୍ଠ ପ୍ରଧାନ, କେଶବ ମିଶ୍ର, ଗଙ୍ଗାଧର ସାହିତ୍ୟ ଉପରେ ଆଲୋଚନା କରିଥିଲେ । ସଂଗଠନର ସଂପାଦକ ମଦନ ମୋହନ ରଥ ସୁନ୍ଦର ଭାବରେ ଭକ୍ତି କବିତା ଗାନ କରିବା ସହିତ ସମସ୍ତେ ଏଥିରେ ସହଯୋଗ କରିଥିଲେ । ପ୍ରାରମ୍ଭିକ ସୂଚନା ଓ ସା ପରିଚାଳନା କରିଥିଲେ ରତ୍ନମୟ ତ୍ରିପାଠୀ, ପରେ ପରେ ସମସ୍ତଙ୍କୁ ରକ୍ଷା ବନ୍ଧନ ଓ ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ କପିଳପତି, ହୃଷିକେଶ ପୁରୋହିତ, ଦୁର୍ଗା ଚରଣ ସାହୁ, ସୁନାଧର ବନଛୋର, ଜୟରାମ ମିଶ୍ର, ଧର୍ମବ୍ରତ ରଥ ତଥା ଅନ୍ୟାନ୍ୟ ସଭ୍ୟ ଉପସ୍ଥିତ ଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ ବଳିଷ୍ଠ ସଭ୍ୟ ଚୁଡେନ୍ଦ୍ର କୁମାର ବେହେରା ।