-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
22-Aug-2021
ବିନିକା(ହିମାଂଶୁ ଶେଖର ପୁଟେଲ),ମୂର୍ଷୁଣ୍ଡି (ଆର୍ତ୍ତତ୍ରାଣ ଖୁର୍ଡ଼ିଆ)- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୂର୍ଷୁଣ୍ଡି ହରିହର ଆଶ୍ରମ ଠାରେ ଆଜି ରବିବାର ମଧ୍ୟାହ୍ନ ୧୨ଘଣ୍ଟା ସମୟରେ ସୁବର୍ଣ୍ଣପୁର କୋଶଲିଆ ମାଳୀ ସମାଜର ଜିଲ୍ଲାସ୍ତରୀୟ ଵୈଠକ ଜିଲ୍ଲା ସଭାପତି ଅନିରୁଦ୍ଧ କୁରକୁରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଂପାଦକ ନିରଞ୍ଜନ ପୁଟେଲ ସଭାର ଉଦ୍ଦେଶ୍ୟ ଉପରେ ସୂଚନା ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଏଥିରେ ଜିଲ୍ଲା ଉପସଭାପତି ହିମାଂଶୁ ଶେଖର ପୁଟେଲ ,ସୁବଳ ପୁଟେଲ, ସଂଯୋଜକ ସୁଦାମ ପୁଟେଲ, ଜିଲ୍ଲା ଉପଦେଷ୍ଟା ଦିଗାମ୍ବର ଚୌଧୁରୀ,ତ୍ରଜମ୍ବକ ବେଲ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଦ୍ୟାଧର ଖୁର୍ଡିଆ,ସଂପାଦକ ସତ୍ୟ ନାରାୟଣ,ମଣ୍ଡଲ ସଂପାଦକ ଜୟକୃଷ୍ଣ ଖୁର୍ଦିଆ,ବୀରମହାରାଜପୁର ମଣ୍ଡଲ ସଭାପତି ଗଣେଶ ବାଘ ପ୍ରମୁଖ ଉପସ୍ଥିତ ରହି ସମାଜର ଉତ୍ତରୋତ୍ତର ଉନ୍ନତି ଦିଗରେ ବିଭିନ୍ନ ପ୍ରକାରର ମତ ଉପସ୍ଥାପନ କରିଥିଲେ l ପରେ ସମାଜର କେତେକ ଜାତିଭାଇଙ୍କ ବିଭିନ୍ନ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇ ସମାଧାନ କରାଯାଇଥିଲା l ଏହି ସଭାରେ ଆଖପାଖ ଅଂଚଳର ବହୁ ମାଳୀ ସମାଜ ଜାତିଭାଇ ଯୋଗ ଦେଇଥିଲେ l