-+91-9937148622 |

prerana_bgr@rediffmail.com |

  Wednesday 4th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ଼ ଓମ୍ ଭ୍ୟାଲି ସ୍କୁଲ ର ଛାତ୍ରୀ ଦିବ୍ୟା କମାନୀଙ୍କ ବଡ଼ ସଫଳତା♦️ ଏମବିବିଏସ୍ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନେତାଜୀ ସୁଭାଷ ମେଡିକାଲ କଲେଜରେ ପାଇଲେ ନାମଲେଖା ସୁଯୋଗ   (04-Nov-2026)       ||      ଯୁଗ୍ମ ସଚିବଙ୍କ ମହାବିଦ୍ୟାଳୟ ପରିଦର୍ଶନ   (04-Nov-2026)       ||      ସ୍ୱପ୍ନର ଡେଣା ମେଲାଇଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ: ୨୮୮ ପ୍ରତିଭାର ନବସୃଜନ ଉତ୍ସବ   (04-Nov-2026)       ||      ସୁନା ମଙ୍ଗଳସୂତ୍ର ଲୁଟ୍ ଘଟଣାର ପର୍ଦ୍ଦାଫାସ, ଅଭିଯୁକ୍ତ ଗିରଫ   (04-Nov-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ମଧୁମେହ ପରୀକ୍ଷଣ ଶିବିର ଆୟୋଜିତ    (04-Nov-2026)       ||      ଫାଶ ବସାଇ ବାରହା ଶିକାର ଅଭିଯୋଗରେ ୩ ଗିରଫ ୭ କିଲୋଗ୍ରାମ ବାରହା ମାଂସ ଜବତ, କୋର୍ଟ ଚାଲାଣ କଲା ବନ ବିଭାଗ   (04-Nov-2026)       ||      ସୁବର୍ଣ୍ଣପୁର ଜିଲ୍ଲାକୁ ଶିଶୁ ଶ୍ରମମୁକ୍ତ କରିବା ପାଇଁ ସଚେତନତା ରଥର ଶୁଭାରମ୍ଭ   (04-Nov-2026)       ||      ଭଗବାନପୁର ଲକ୍ଷ୍ମୀପୂଜା ପ୍ରତିଷ୍ଠାନର ସମ୍ବଦ୍ଧନା ସଭା   (04-Nov-2026)       ||      ଝାରମୁଣ୍ଡା ରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ    (03-Nov-2026)       ||      ପୌରପରିଷଦ ପକ୍ଷରୁ ସକାଳେ ପଲିଥିନ ପାଇଁ ବିଭିନ୍ନ ଦୋକାନରେ ଚଢ଼ାଉ - ଦ୍ୱିପହରେ ପୌରାଧ୍ୟକ୍ଷା ଫେରାଇଲେ ବ୍ୟବସାୟୀଙ୍କ ଜିନିଷ ଓ ଜୋରିମାନା    (03-Nov-2026)       ||      ତୁରେକେଲା ବ୍ଳକ ସ୍ତରୀୟ ସୁରଭି ଉଦଯାପିତ   (03-Nov-2026)       ||      ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲା ଜଗବନ୍ଧୁ ଜରାଶ୍ରମ   (03-Nov-2026)       ||      *ଝରୀଗାଁ ବ୍ଲକରେ ବାତ୍ୟା ବେଳେ ଚାଉଳ ସମସ୍ୟା ହନ୍ତସନ୍ତ ଚକଲାପଦର ପଞ୍ଚାୟତର ୬ ଟି ଗ୍ରାମର ଗ୍ରାମବାସୀ*   (03-Nov-2026)       ||      *ଝରୀଗାଁ ବ୍ଲକରେ ବାତ୍ୟା ବେଳେ ଚାଉଳ ସମସ୍ୟା ହନ୍ତସନ୍ତ ଚକଲାପଦର ପଞ୍ଚାୟତର ୬ ଟି ଗ୍ରାମର ଗ୍ରାମବାସୀ*   (03-Nov-2026)       ||      ଡାବୁଗାଁ ବ୍ଲକ୍ ପାଇଁ ସାଂସଦ ପ୍ରତିନିଧି ନିଯୁକ୍ତ ହେଲେ ରାଜେନ୍ଦ୍ର ବିଷୟୀ   (03-Nov-2026)       ||      ଗାନ୍ଧୀନଗରରେ କୁମାର ପୂର୍ଣ୍ଣିମାର ଭବ୍ୟ ଆୟୋଜନ   (03-Nov-2026)       ||      ଗାଏବ ହୋଇଗଲା ଜିସି କଲେଜ ପରିଚାଳନା କମିଟି ପୁସ୍ତକ,,,,, ଉଚ୍ଚସ୍ତରୀୟ ତଦନ୍ତ ଦାବିରେ କର୍ମଚାରୀଙ୍କ ଅହୋରାତ୍ର ଧାରଣା   (03-Nov-2026)       ||      କଣ୍ଟାମାଳରେ ମାଗଣା ଚକ୍ଷୁ ଚିକିତ୍ସା କେନ୍ଦ୍ର ଉଦଘାଟିତ   (03-Nov-2026)       ||      ‘ବିକଶିତ ଭାରତ-୨୦୪୭’ ଓ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ଚକ୍ର♦️ଶିକ୍ଷାର ବିକାଶ ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ   (03-Nov-2026)       ||      ସିଲଭର ଗାନ୍ଧୀଙ୍କ ଦ୍ୱାରା ଗୁଜରାଟ ରେ ସ୍ୱଚ୍ଛ ଭାରତ ପଦଯାତ୍ରାର ଭବ୍ୟ ଆୟୋଜନ   (02-Nov-2026)       ||     

HOME   ଜିଲ୍ଲା

ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ବୈଦିକ ରୀତିରେ ଶିବ–ପାର୍ବତୀଙ୍କ ବିବାହ ସମ୍ପନ୍ନ ଯୋଗଦେଲେ ବିଧାୟକ

20-Jun-2026



ବରପାଲି(ସୁଦାମ ଦୀପ)ବରଗଡ ଜିଲ୍ଲା ବରପାଲିର ପ୍ରସିଦ୍ଧ ତଥା ଐତିହାସିକ ୧୪୯ତମ ଶୀତଳ ଷଷ୍ଠୀ ଯାତ୍ରାରେ ଆଜି ଶୁଭ ଲଗ୍ନରେ ଦେବଦମ୍ପତି ବାବା କପିଳେଶ୍ୱର ଓ ମା’ ପାର୍ବତୀଙ୍କ ବୈଦିକ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଛି। ହିମାଦ୍ରୀ ନଗର ମଣ୍ଡପରେ ଅନୁଷ୍ଠିତ ଏହି ପବିତ୍ର ବିବାହ ଉତ୍ସବରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଥିଲା।
ଶୀତଳ ଷଷ୍ଠୀ ଯାତ୍ରାର ଆଜିର ଦିନକୁ ‘ବୈଠକୀ ଯାତ୍ରା’ ଭାବେ ପାଳନ କରାଯାଏ। ଗତକାଲି ମଧ୍ୟରାତ୍ରରେ ବାବା କପିଳେଶ୍ୱରଙ୍କ ବରାତ ଭବ୍ୟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ସକାଳ ପ୍ରାୟ ୬ଟା ସମୟରେ ହିମାଦ୍ରୀ ନଗର ମଣ୍ଡପରେ ପହଞ୍ଚିଥିଲା। ବରଯାତ୍ରାରେ ଡମ୍ବରୁ ପାର୍ଟି, ମହାକାଳ ଦଳ, ମୂର୍ତ୍ତି ନୃତ୍ୟ, ଡିଜେ, ଦୁଳଦୁଳି, ବ୍ୟାଣ୍ଡ ପାର୍ଟି, ଘଣ୍ଟ ପାର୍ଟି ସମେତ ବିଭିନ୍ନ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ। ରଙ୍ଗବେରଙ୍ଗର ଆଲୋକ ସଜ୍ଜା ଓ ଭକ୍ତିମୟ ସଙ୍ଗୀତର ତାଳେ ତାଳେ ଶିବଙ୍କ ବରାତ ଆଗକୁ ବଢ଼ିଥିବା ବେଳେ ରାସ୍ତାର ଦୁଇ ପାର୍ଶ୍ୱରେ ଅସଂଖ୍ୟ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ।ଭୋର ପ୍ରାୟ ୫ଟା ସମୟରେ କନ୍ୟାପକ୍ଷ ପକ୍ଷରୁ ପ୍ରଥମ ବାଟବରଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଚଳିତ ବର୍ଷର କନ୍ୟା ପିତାମାତା ଶିବ କୁମାର ଅଗ୍ରୱାଲ ଓ ଗାୟତ୍ରୀ ଦେବୀ ବାବା କପିଳେଶ୍ୱରଙ୍କୁ ବିବାହ ମଣ୍ଡପକୁ ପାଛୋଟି ନେଇଥିଲେ। ହିମାଦ୍ରୀ ନଗରର ଶୈବ ଭକ୍ତମାନେ ବରଯାତ୍ରୀ ଦଳଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ପରେ ବୈଦିକ ମନ୍ତ୍ରୋଚ୍ଚାରଣ, ହୋମଯଜ୍ଞ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ସନ୍ଧ୍ୟାରେ ହିମାଦ୍ରୀ ନଗର ମଣ୍ଡପରେ ଅନୁଷ୍ଠିତ ସଭାରେ ବିଜେପୁର ବିଧାୟକ ସନତ କୁମାର ଗଡତୀୟା, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ, ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ବରପାଲି ତହସିଲଦାର ରୁକମଣ ମେହେରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଅତିଥିମାନେ ଶୀତଳ ଷଷ୍ଠୀ ଯାତ୍ରାର ଐତିହାସିକ ଗୁରୁତ୍ୱ ଓ ସାଂସ୍କୃତିକ ମହତ୍ତ୍ୱ ଉପରେ ମତବ୍ୟକ୍ତ କରିଥିଲେ।ନିଜ ଅଭିଭାଷଣରେ ବିଜେପୁର ବିଧାୟକ ସନତ କୁମାର ଗଡତୀୟା କହିଥିଲେ ଯେ ବରପାଲିର ଶୀତଳ ଷଷ୍ଠୀ ଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଏଠାକାର ସଂସ୍କୃତି, ପରମ୍ପରା ଓ ସାମାଜିକ ଏକତାର ପ୍ରତୀକ। ଆଗାମୀ ବର୍ଷ ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ଏହି ଉତ୍ସବକୁ ଅଧିକ ଭବ୍ୟ ଓ ସ୍ମରଣୀୟ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ। ଏହାପରେ ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ ଗାୟିକା ଦୀପ୍ତୀରେଖା ପାଢ଼ୀ ଓ ତାଙ୍କ ଦଳ ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଭକ୍ତିମୂଳକ ଓ ଲୋକପ୍ରିୟ ସଙ୍ଗୀତରେ ଦର୍ଶକମାନେ ମନୋରଞ୍ଜନର ଭରପୂର ଆନନ୍ଦ ନେଇଥିଲେ। ଏହି ଅବସରରେ ବରପାଲି ନଗର ମଣ୍ଡଳ ସଭାପତି ପ୍ରତାପ କେଶରୀ ସିଂହ, ଏନଏସି ଚେୟାରମ୍ୟାନ ଦିନେଶ ଗହୀର, କମିଟିର ସୁବୋଧ ଷଡ଼ଙ୍ଗୀଙ୍କ ସମେତ ବହୁ ସଂଖ୍ୟକ କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ଓ ଭକ୍ତମାନେ ଉପସ୍ଥିତ ଥିଲେ। ଯାତ୍ରାର ଶୃଙ୍ଖଳିତ ପରିଚାଳନା ପାଇଁ କମିଟି ସଦସ୍ୟ, ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।ଶୀତଳ ଷଷ୍ଠୀ ଉତ୍ସବ ଭଗବାନ ଶିବ ଓ ମା’ ପାର୍ବତୀଙ୍କ ଦିବ୍ୟ ମିଳନର ପ୍ରତୀକ। ଏହି ବିବାହ ଆମକୁ ତ୍ୟାଗ, ଧୈର୍ଯ୍ୟ, ଭକ୍ତି ଓ ସମର୍ପଣର ମହତ୍ତ୍ୱ ବୁଝାଇଥାଏ। ଶିବ–ପାର୍ବତୀଙ୍କ ପବିତ୍ର ସମ୍ପର୍କ ପରିବାରରେ ପ୍ରେମ, ସମ୍ମାନ ଓ ସମନ୍ୱୟର ବାର୍ତ୍ତା ଦେଇଥାଏ। ଏହି ମହାନ ପରମ୍ପରା ସମାଜରେ ଭାଇଚାରା, ଏକତା ଓ ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରୁଥିବା ବେଳେ ଆମ ସଂସ୍କୃତିର ଗୌରବକୁ ଅକ୍ଷୁଣ୍ଣ ରଖିଛି। ୧୪୯ ବର୍ଷର ଏହି ଐତିହାସିକ ଯାତ୍ରା ଆଜି ମଧ୍ୟ ଧର୍ମ, ଭକ୍ତି ଓ ସାମାଜିକ ସମନ୍ୱୟର ଏକ ଅନନ୍ୟ ଉଦାହରଣ ଭାବେ ପରିଚିତ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିଟିଲାଗଡ଼ ଓମ୍ ଭ୍ୟାଲି ସ୍କୁଲ ର ଛାତ୍ରୀ ଦିବ୍ୟା କମାନୀଙ୍କ ବଡ଼ ସଫଳତା♦️ ଏମବିବିଏସ୍ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନେତାଜୀ ସୁଭାଷ ମେଡିକାଲ କଲେଜରେ ପାଇଲେ ନାମଲେଖା ସୁଯୋଗ   04-Nov-2026
  ଜିଲ୍ଲା  
ଯୁଗ୍ମ ସଚିବଙ୍କ ମହାବିଦ୍ୟାଳୟ ପରିଦର୍ଶନ   04-Nov-2026
  ଜିଲ୍ଲା  
ସ୍ୱପ୍ନର ଡେଣା ମେଲାଇଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ: ୨୮୮ ପ୍ରତିଭାର ନବସୃଜନ ଉତ୍ସବ   04-Nov-2026
  ଅପରାଧ  
ସୁନା ମଙ୍ଗଳସୂତ୍ର ଲୁଟ୍ ଘଟଣାର ପର୍ଦ୍ଦାଫାସ, ଅଭିଯୁକ୍ତ ଗିରଫ   04-Nov-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ମଧୁମେହ ପରୀକ୍ଷଣ ଶିବିର ଆୟୋଜିତ   04-Nov-2026
  ଜିଲ୍ଲା  
ଫାଶ ବସାଇ ବାରହା ଶିକାର ଅଭିଯୋଗରେ ୩ ଗିରଫ ୭ କିଲୋଗ୍ରାମ ବାରହା ମାଂସ ଜବତ, କୋର୍ଟ ଚାଲାଣ କଲା ବନ ବିଭାଗ   04-Nov-2026
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲାକୁ ଶିଶୁ ଶ୍ରମମୁକ୍ତ କରିବା ପାଇଁ ସଚେତନତା ରଥର ଶୁଭାରମ୍ଭ   04-Nov-2026
  ଜିଲ୍ଲା  
ଭଗବାନପୁର ଲକ୍ଷ୍ମୀପୂଜା ପ୍ରତିଷ୍ଠାନର ସମ୍ବଦ୍ଧନା ସଭା   04-Nov-2026
  ଜିଲ୍ଲା  
ଝାରମୁଣ୍ଡା ରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ   03-Nov-2026
  ଜିଲ୍ଲା  
ପୌରପରିଷଦ ପକ୍ଷରୁ ସକାଳେ ପଲିଥିନ ପାଇଁ ବିଭିନ୍ନ ଦୋକାନରେ ଚଢ଼ାଉ - ଦ୍ୱିପହରେ ପୌରାଧ୍ୟକ୍ଷା ଫେରାଇଲେ ବ୍ୟବସାୟୀଙ୍କ ଜିନିଷ ଓ ଜୋରିମାନା   03-Nov-2026
  ଜିଲ୍ଲା  
ତୁରେକେଲା ବ୍ଳକ ସ୍ତରୀୟ ସୁରଭି ଉଦଯାପିତ   03-Nov-2026
  ରାଜ୍ୟ  
ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲା ଜଗବନ୍ଧୁ ଜରାଶ୍ରମ   03-Nov-2026

You Might Also Like