-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
18-Aug-2021
ବାଲିଗୁଡା,(ପ୍ରେରଣା ଖବର ବ୍ୟୁରୋ) : ଭିଜିଲାନ୍ସ ପଞ୍ଝାରେ ସରାମୁଳି ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଟାଇଟସ ନାୟକ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟତା ରିପୋର୍ଟ ଦେବା ନିମନ୍ତେ ହିତାଧିକାରୀଙ୍କ ଠାରୁ ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଫୁଲବାଣୀ ଭିଜିଲାନ୍ସ ଟିମ ଚଢ଼ଉ କରି ଟାଇଟସ ନାୟକଙ୍କୁ ଗିରଫ କରିଥିବା କନ୍ଧମାଳ ଡ଼ିଏସପି ଅରୁଣ ନାୟକ ସୂଚନା ଦେଇଛନ୍ତି ।ସୂଚନା ପ୍ରକାରେ ସରାମୁଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ତଡ଼ଗାବାଲି ଗ୍ରାମର ଧର୍ମେନ୍ଦ୍ର ମାଝୀଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲିଷ୍ଟରେ ନାଁ ଥିବା ବେଳେ ଯୋଗ୍ୟତା ରିପୋର୍ଟ ନିମନ୍ତେ ସରାମୁଳି ପିଇଓ ଟାଇଟସ ନାୟକ ଧର୍ମେନ୍ଦ୍ର ମାଝୀ ଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏହାପରେ ଧର୍ମେନ୍ଦ୍ର ମାଝୀ ବ୍ରହ୍ମପୁର ଭିଜିଲାନ୍ସରେ ଯାଇ ନିଜର ଅଭିଯୋଗ କରିଥିଲେ । ଏହାପରେ ଆଜି ହିତାଧିକାରୀ ଧର୍ମେନ୍ଦ୍ର ମାଝୀ ପିଇଓ ଟାଇଟସ ନାୟକଙ୍କୁ ଦାରିଙ୍ଗବାଡ଼ି ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ପରିସର ଭିତରେ ୧୦ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଛପି ରହିଥିବା ଭିଜିଲାନ୍ସ ଟିମ ଚଢ଼ଉ କରି ପିଇଓ ଟାଇଟସ ନାୟକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ । ଏନେଇ ଭିଜିଲାନ୍ସ ବିଭାଗ ମାମଲା ନଂ ୧୩/୨୧ ରୁଜୁ କରି ଏହାର ଅଧିକ ତଦନ୍ତ କରାଯାଉଥିବା ଡ଼ିଏସପି ସୂଚନା ଦେଇଛନ୍ତି । ଏହି ଚଢ଼ଉରେ କନ୍ଧମାଳ ଡ଼ିଏସପିଙ୍କ ସମେତ ବ୍ରହ୍ମପୁର ଡ଼ିଏସପି ସବିତାଞ୍ଜଳି ନାୟକ ,ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ନାୟକ, କନେଷ୍ଟେବଳ ନାରାୟଣ ସେଠି, ସାନ୍ତୁନୁ କୁମାର ବେହେରା ପ୍ରମୁଖ ସାମିଲ ଥିଲେ ।