-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
01-Aug-2021
ଭୁବନେଶ୍ବର (ଶୁଭାଶିଷ ନାୟକ) :ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଦିଲ୍ଲୀଠାରେ କେନ୍ଦ୍ର ରେଳମନ୍ତ୍ରୀ ଏବଂ ଭାରତୀୟ ପ୍ରଶାସନିକ ସେବା (IAS)ସମୟରେ ବ୍ୟାଚମେଟ ଏବଂ ଓଡିଶା କ୍ୟାଡରମେଟ ଶ୍ରୀଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଉଭୟ ସଂସଦୀୟ କ୍ଷେତ୍ର ଏବଂ ଓଡିଶା ରାଜ୍ୟରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି l
ଏହି ଅବସରରେ ପୁରାତନ ସ୍ମୃତିକୁ ନେଇ ଉଭୟଙ୍କ ମଧ୍ୟରେ ଖୁବ ହସଖୁସି ହୋଇଥିଲା ବୋଲି ସାଂସଦ ମହୋଦୟା ଟ୍ୱିଟ ମାଧ୍ୟମରେ ବ୍ୟକ୍ତ କରିଛନ୍ତି lସାଂସଦ ମହୋଦୟା ଶୁଭେଚ୍ଛା ଏବଂ ସହଯୋଗ କାମନା କରିବା ସହ ଆଗାମୀ ଦିନରେ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମହୋଦୟଙ୍କୁ ସମସ୍ତ ସହଯୋଗ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ