-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||     

HOME   ଜିଲ୍ଲା

ସହରରେ ଭୂମିହୀନଙ୍କୁ ଘର ଓ ଡିହ ପଟ୍ଟା ଦିଆଯାଉ-ନରସିଂହ

01-Aug-2021



ବଲାଙ୍ଗିର,(ପ୍ରେରଣା ଖବର) ଜୀବିକା ନିର୍ବାହ ପାଇଁ ବଲାଙ୍ଗିର ସହରର ଆଖ ପାଖ ଅଂଚଳ ନିକଟବର୍ତ୍ତି ଗାଁ ଗଣ୍ଡାରୁ ଅନେକ ଲୋକ ସହର ମଧ୍ୟକୁ ଆସୁଛନ୍ତି । ସମୟକ୍ରମେ ସେମାନେ ନିଜର ପେଟ ପାଟଣା ପାଇଁ ଅନେକ ସରକାରୀ ଜାଗାରେ ଘର ଖଣ୍ଡେ ତିଆରି କରି ରହିଯାଉଛନ୍ତି । ସରକାରର ଦାୟିତ୍ୱ ଓ କର୍ତ୍ତବ୍ୟ ହେଲା ସେପରି ଗରିବ ଭୂମିହୀନ ଲୋକମାନଙ୍କ ଜିବନ ଧାରଣା ପାଇଁ ସେମାନେ ରହୁଥିବା ଜାଗାରେ ସେମାନଙ୍କୁ ଥଇଥାନ କରିବା ଦରକାର । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ସ୍ପଷ୍ଟ  ନିର୍ଦ୍ଦେଶ ତଥା ଆଇନର ବ୍ୟବସ୍ଥା ମୁତାବକ ସହର ମଧ୍ୟରେ ସରକାରୀ ଜମିରେ ରହୁଥିବା ଗରିବ, ଖଟିଖିଆ, ଭୂମିହୀନମାନଙ୍କୁ ସରକାର ବିନା ମୁଲ୍ୟରେ ଜମି ଓ ବାସଗୃହ ପାଇବାର ବ୍ୟବସ୍ଥା ସରକାର କରିବା ଉଚିତ । ତେଣୁ ସେପରି ଲୋକଙ୍କୁ ସରକାର ବିନା ମୁଲ୍ୟରେ ଘର ଓ ଡିହ ପ୍ରଦାନ କରୁ ବୋଲି ଆଜି ମାନ୍ୟବର ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସରକାରଙ୍କୁ ଜଣାଇଛନ୍ତି । ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ ସହର ମଧ୍ୟରେ ନଜୁଲ ଜମି ବସବାସ କରୁଥିବା ଲୋକଙ୍କୁ ପ୍ରଶାସନ ତତ୍‌କ୍ଷଣାତ ଜମି ପଟ୍ଟା ପ୍ରଦାନ କରିପାରିବ । ଏପରିକି ଜବରଦଖଲରେ ଥିବା ପତିତ, ଅନାବାଦି, ପଥର ଚଟାଣ ଇତ୍ୟାଦି କିସମର ଜମିକୁ ମଧ୍ୟ ଗରିବ ଭୂମିହୀନମାନଙ୍କୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ତଥା ଆଇନ ବ୍ୟବସ୍ଥା ଅନୁଯାୟୀ ସରକାର ତାଙ୍କ ନାଁରେ ବିନା ମୁଲ୍ୟରେ ଘର ଡିହ ପଟ୍ଟା ପ୍ରଦାନ କରିବା ଦରକାର । କିନ୍ତୁ ଦୁଃଖର ବିଷୟ ଦିର୍ଘ ବର୍ଷରୁ ଗରିବ ଲୋକଙ୍କ ପାଇଁ କରାଯାଇଥିବା ଏହି ଦାବିକୁ ସରକାର କର୍ଣ୍ଣପାତ କରୁନାହିଁ । ଦୁଇ ବର୍ଷ ପୂର୍ବେ ସ୍ଥାନୀୟ ରାଜେନ୍ଦ୍ର ପାର୍କ ଠାରେ ସହର ମଧ୍ୟରେ ମ୍ୟୁନିସିପାଲିଟି ପକ୍ଷରୁ ସର୍ଭେ କରାଯାଇ ଜବରଦଖଲରେ ଥିବା ୫ହଜାର ଲୋକଙ୍କୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ସେ ମଧ୍ୟରୁ ଜଣକୁ ମଧ୍ୟ ପଟ୍ଟା ପ୍ରଦାନ କରାଯାଇନାହିଁ । ଓଲଟା ଶୁଣିବାକୁ ମିଳୁଛି ଅନେକ ଆପତ୍ତି ଜନକ ଜମି, ଇଡ୍‌କୋ ଜମିକୁ ଜବରଦଖଲ କରିଥିବା ଲୋକଙ୍କୁ ଜମି ଅଧିକାର ପତ୍ର ପ୍ରଦାନ କରାଯାଇଛି । ଏପରିକି ଗରିବଙ୍କ ପାଇଁ ଥିବା ଏହି ଯୋଜନା ଅନେକ ଜାଗାରେ ଧନୀ ଶ୍ରେଣୀ ଲୋକମାନଙ୍କୁ ପ୍ରଦାନ କରାଯାଇଛି ବୋଲି ଶୁଣିବାକୁ ମିଳୁଛି । ଦୁଇ ବର୍ଷ ପୂର୍ବେ ସହରର ଟ୍ରାଫିକ ବ୍ୟବସ୍ଥାରେ ସୁଧାର ତଥା ଆଗାମୀ ୫୦ ବର୍ଷକୁ ଆଖି ଆଗରେ ରଖି ଜିଲ୍ଲାପାଳ କାର୍ଯ୍ୟାଳୟ ସହର ଉପାନ୍ତ ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ ନିର୍ବାଚନ ମଣ୍ଡଳି ସ୍ତରୀୟ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକରେ ଦାବି କରାଯାଇଥିଲା । ଯାହାକି ବର୍ତ୍ତମାନ ମଞ୍ଜୁରି ପାଇ ସାରିଛି । ମୋର ସ୍ପଷ୍ଟ ମତ ହେଲା ସେ ସମୟରେ ଯେଉଁ ସ୍ଥାନରେ ଜିଲ୍ଲାପାଳ ଅଫିସ ଯାହାକୁ ବର୍ତ୍ତମାନ ଜିଲ୍ଲାସ୍ତରୀୟ ଲୋକସେବା ଭବନ କୁହାଯାଉଛି ତାହା ନିର୍ମାଣ ପାଇଁ ନିରୁପଣ କରାଯାଇଥିଲା ସେ ଜାଗାରେ ଜିଲ୍ଲାସ୍ତରୀୟ ଲୋକ ସେବା ଭବନ ତିଆରି କରାଯାଉ । ଯେହେତୁ ବଲାଙ୍ଗିରକୁ ବର୍ତ୍ତମାନ ଅନେକ ଉନ୍ନୟନ ମୂଳକ ପ୍ରକଳ୍ପ ଆସିବାର ଅଛି । ସେ ସବୁର ନିର୍ମାଣ ପାଇଁ ଅନେକ ଜାଗା ଦରକାର । ସେସବୁକୁ ନିର୍ମାଣ କରିବା ପାଇଁ ଏବେଠୁ ପ୍ରସ୍ତୁତ ରହିବାକୁ ହେବ । ତାହା ସହ ପ୍ରାଥମିକତା ଭିତ୍ତିରେ ସହର ମଧ୍ୟରେ ରହୁଥିବା ଗରିବ ଭୂମିହୀନଙ୍କୁ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଏବଂ ଆଇନର ବ୍ୟବସ୍ଥା ମୁତାବକ  ଯଦି ସେମାନେ ନଜୁଲ, ପତିତ, ଅନାବାଦି, ପଥରଚଟାଣ ଇତ୍ୟାଦି ଜାଗାକୁ ଜବରଦଖଲ କରୁଛନ୍ତି ସେମାନଙ୍କୁ ସେଠାରେ ଥଇଥାନ କରାଯାଉ । ଜିଲ୍ଲା ପ୍ରଶାସନ ସବୁବେଳେ କହୁଛିି ଭୂମିହୀନଙ୍କୁ ଘରଡିହ ଦେବା ପାଇଁ ଜାଗା ଚିହ୍ନଟ ସରିଛି ଶିଘ୍ର ଦିଆଯିବ । କିନ୍ତୁ ଆଜି ପର୍ଯ୍ୟନ୍ତ ଏ ଦିଗରେ ତିଳେମାତ୍ର ଅଗ୍ରସର ହେଉନାହିଁ   ଫଳରେ ଗରିବ ଲୋକମାନଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏଣୁ ମୋର ଅନୁରୋଧ ସରକାର ଯେତେ ଶିଘ୍ର ହେବ ବଲାଙ୍ଗିରରେ ଗରିବ ଭୂମିହିନଙ୍କ ପାଇଁ ମାଗଣାରେ ଘରଡିହ ପ୍ରଦାନ କରୁ ନଚେତ ଯଦି ଆଗାମୀ ଦିନରେ ଏହାକୁ ନେଇ ଜନ ଆନ୍ଦୋଳନ ତିବ୍ର ରୂପ ନିଏ ତେବେ ସରକାର ଦାୟୀ ହେବ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରେସ ବିବୃତ୍ତି ମାଧ୍ୟମରେ ଚେତାବନୀ ଦେଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026
  ରାଜ୍ୟ  
ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ   27-Sep-2026
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026

You Might Also Like