-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ଜିଲ୍ଲା

କୋସଲ ସ୍ୱାଭିମାନ ଯାତ୍ରାକ ସହଯୋଗକରି ଥିବାସଂଗଠନ ରାଜନେତାଙ୍କୁ କୋସଲ ରାଜ୍ୟ ସମନ୍ୱୟ ସମିତିର ସାଧୁବାଦ ଜ୍ଞାପନ

30-Jul-2021



ବଲାଙ୍ଗୀର(ପ୍ରେରଣା ଖବର)- ପ୍ରଧାନମନ୍ତ୍ରୀ ଆବାସଯୋଜନା ର ବଂଟନ କ୍ଷେତ୍ରରେ ରାଜ୍ୟସରକାର କୋସଲାଂଚଳ ପ୍ରତି କରିଥିବା ପକ୍ଷପାତିତା ଓ କୋସଲାଂଚଳକୁ କରାଯାଇଥିବା ଉପେକ୍ଷା ପ୍ରତିବାଦରେ ଗତ ଜୁଲାଇ ୨୩ ତାରିଖରୁ କୋସଲ ଯୁବ ସମନ୍ୱୟସମିତି ପକ୍ଷ ରୁ କଳାହାଣ୍ଡି ଜିଲ୍ଲାର ଭବାନୀ ପାଟଣା ଠାରୁ ବରଗଡ ପର୍ଯ୍ୟନ୍ତ କୋସଲ ସ୍ୱାଭିମାନ ଯାତ୍ରା ଅନୁଷ୍ଠିତ ହୋଇଥିଲା । କୋସଲ ଯୁବ ସମନ୍ୱୟ ସମିତିର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଅଚ୍ୟୁତ ସିପୁନ ଖମାରୀ, କେନ୍ଦ୍ରୀୟ ସଂଗଠନ ସମ୍ପାଦକ ଗିରିରାଜ ଭୋଇ, କୋଷାଧ୍ୟକ୍ଷ ବନମାଳୀ ନାଏକଙ୍କନେତୃତ୍ୱରେ ଅନୁଷ୍ଠିତଏହି ପଦଯାତ୍ରାରେ ୨୦ ଜଣ ଯୁବକ ଯୋଗ ଦେଇଥିଲେ । ପ୍ରାୟ ୨୦୦ କିି.ମି. ଧରି ପ୍ରବଳ ବର୍ଷା ସତ୍ୱେ କରିଥିବାଏହି ପଦଯାତ୍ରା ସମଗ୍ର କୋସଲାଂଚଳରେ ଏକ ଭାବାବେଗ ସୃଷ୍ଟି କରିଛି ।ଏହି ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ସଂଗଠକ ରଂଜନ ଖୁଆସ, ଯୁଗଳ କିଶୋର ମେହେର, ବିଶ୍ୱଜିତ ପ୍ରଧାନ, ଶୁଭମ୍ ପ୍ରଧାନ, ଧର୍ମରାଜ ମେହେର, ଧରମ ସିଂବରିହା, ରାଜିବ ରଂଜନ ବରିହା, ବଦ୍ୟ ବରିହା, ସିଦ୍ଧାନ୍ତ ବରିହା, ନରୋତମ ଧରୁଆ, ସୁରଭକୁମରା, ଅମିତ ପଲିତା, ଗଜପତିସାହୁ, ଡିଙ୍ଗର ବୁଡେକ, ସାନ୍ତନୁ ରଣା, ହରେକୃଷ୍ଣ ରଣା ପ୍ରମୁଖ ସାମିଲ ଥିଲେ ।ଜୁଲାଇ ୨୩ ତାରିଖରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରାକୁ ବିଭିନ୍ନ ସ୍ଥାନରେ ବିଭିନ୍ନ ସାମାଜିକ, ସାଂସ୍କୃତିକ, ଜାତି ସଂଗଠନ, ବଣିକ ସଂଘ, ବାର ଏସୋସିଏସନ୍‌, ନାଗରିକ ସଂଗଠନ ତଥା କଂଗ୍ରେସ, ବିଜେପି, ଆମ ଆଦମୀ ଭଳି ରାଜନୈତିକ ଦଳର କିଛିନେତା ଓ କର୍ମୀ ମଧ୍ୟ ଉଚ୍ଛ୍ୱସିତ ସଂବର୍ଦ୍ଧନା ଦେଇଥିଲେ ।କୋସଲ ରାଜ୍ୟ ସମନ୍ୱୟ ସମିତିର ସଂଯୋଜନା ଓ ଆହ୍ୱାନ କ୍ରମେ ବିଭିନ୍ନ କୋସଲବାଦୀ ସଂଗଠନ, କୃଷକ ସଂଗଠନ  ଏହି ସଂବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ସହଯୋଗ କରିଥିଲେ ।ଏଭଳିକି ବିଭିନ୍ନ ସ୍ଥାନରେ ବିଜେପି ଓ କଂଗ୍ରସର କିଛ ବିଧାୟକ, ପୂର୍ବତନ ବିଧାୟକ ତଥା ବିଧାୟକ ପ୍ରାର୍ଥୀ ମଧ୍ୟ ଯୋଗଦାନ କରିଥିଲେ କିମ୍ବା ପରୋକ୍ଷରେ ସହଯୋଗ କରିଥିଲେ । ବେଆଇନ ଭାବରେ ଏହି କୋସଲ ସଂଗ୍ରାମୀମାନଙ୍କୁ ସଇଁତଲା ପୋଲିସଗିରଫ କଲାବେଳେ ସଇଁତଲା କଂଗ୍ରସର ପୂର୍ବତନ ମନ୍ତ୍ରୀଙ୍କ ନେତୃତ୍ୱରେ କଂଗ୍ରସକର୍ମୀ ଏବ ବିଜେପି କର୍ମୀମାନେ ଥାନା ଘେରାଉ କରି ନୈତିକ ସମର୍ଥନ ଦେଇଥିଲେ ।ଏହି ପଦଯାତ୍ରାରେ କୋସଲାଂଚଳର ଅଭୂତପୂର୍ବଏକତା  ଦେଖାଦେଇଥିଲା ।ସୋସିଆଲ ମେଡିଆରେ ମଧ୍ୟ ହଜାର ହଜାର ଲୋକେ କୋସଲ ଆନ୍ଦୋଳନକୁ ସମର୍ଥନ ଦେଇଥିଲେ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ କୋସଲରାଜ୍ୟ ଦାବୀର ଭବିଷ୍ୟତ ଅତି ଉଜ୍ୱଳ ଅଟେ । ତେଣୁ ଛୋଟଛୋଟ ପ୍ରସଙ୍ଗରେ କୋସଲାଂଚଳର ଲୋକେ ବିଭାଜିତ ନହୋଇ ସ୍ୱତନ୍ତ୍ର କୋସଲ ରାଜ୍ୟ ହାସଲ ପାଇଁ ଆଗଭର ହେବାକୁ ତଥା ରାଜନୈତିକ ଦଳ, ନେତା, କର୍ମୀ ଓ ନିର୍ବାଚିତ ପ୍ରତିନିଧି ମାନେ ସକ୍ରିୟ ଭାବରେ ଏହି ଆନ୍ଦୋଳନରେ ସାମିଲ ହେବାକୁ କୋସଲ ରାଜ୍ୟ ସମନ୍ୱୟ ସମିତି ଅନୁରୋଧ କରେ । ପ୍ରବଳ ବର୍ଷାସତ୍ୱେ ଅସୀମ କଷ୍ଟ ଉଠାଇ ପଦଯାତ୍ରା କରିଥିବା କୋସଲ ଯୁବ ସଂଗ୍ରାମୀମାନଙ୍କୁ କୋସଲ ରାଜ୍ୟ ସମନ୍ୱୟ ସମିତିରଫରୁ କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଓ ସାଧାରଣ ସମ୍ପାଦକ ସୁନୀଲ ପୁରୋହିତ ସଂଗ୍ରାମୀ ଅଭିନନ୍ଦନ ଜଣାଇବା ସହ କୋସଲ ସ୍ୱାଭିମାନ ଯାତ୍ରାକୁ ସମର୍ଥନ ଦେଇଥିବ। ସମସ୍ତ ସଂଗଠନ, ନେତା, ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷଙ୍କୁ ସାଧୁବାଦ ଜଣାଇଛନ୍ତି ।
 


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like