-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
29-Oct-2020
ଭୁବନେଶ୍ୱର(ପ୍ରେରଣା ଖବର)- ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା। ବିଚ୍ ରାସ୍ତା ହେଉ କିମ୍ବା ରାତି ଅଧରେ ଘର ଭିତରେ ପଶି ଲୁଟ୍ କରୁଛନ୍ତି ଲୁଟେରା। ଓୟୁଏଟିର ଜଣେ ପ୍ରଫେସରଙ୍କ ଘରୁ ୭ ଲକ୍ଷ ଟଙ୍କାର ଗହଣା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଘରେ କେହି ନ ଥିବାବେଳେ କେହି ଦୁର୍ବୃତ୍ତ ପଶି ଲାପଟପ୍ ଓ ମୋବାଇଲ ସମେତ ଗହଣା ଚୋରି କରି ନେଇଛନ୍ତି। ଏନେଇ ସମ୍ପୃକ୍ତ ପ୍ରଫେସର ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପ୍ରଫେସରଙ୍କ ଅଭିଯୋଗ ଆଧାର କ୍ରମେ ପୋଲିସ୍ ତନାଘନା ଚଳାଇଛି!! ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଶୈଳଶ୍ରୀ ବିହାର ଅଞ୍ଚଳରେ ସେଣ୍ଟ୍ରାଲ୍ ଟୁଲ ରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟରର ବରିଷ୍ଠ ଇଞ୍ଜିନିୟର ଫୁଲ ତୋଳିବାକୁ ଯାଇ ଥିବାବେଳେ ଦୁଇ ଜଣ ଲୁଟେରା ତାଙ୍କୁ ଆକ୍ରମଣ କରି ଲୁଟ୍ ଉଦ୍ୟମ କରିଥିଲେ। ସେହିପରି ଶୈଳଶ୍ରୀ ବିହାର ଅଞ୍ଚଳର ଜଣେ ମହିଳାଙ୍କ କାନଫୁଲ ଲୁଟି ନେଇଥିଲେ ଦୁର୍ବୃତ୍ତ!!*