-+91-9937148622 |

prerana_bgr@rediffmail.com |

  Saturday 25th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଓଡିଆ ସାହିତ୍ୟ ସେବା ଓ ସୁରକ୍ଷା ପରିବାରର ଆନୁକୁଲ୍ୟରେ ଭଜନ ସମାରୋହ    (25-Jul-2026)       ||      ବରଗଡ଼ ଲାୟନ୍ସ କ୍ଳବ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ    (25-Jul-2026)       ||      ତରାବୋଇରେ ଧୁମ,ଧାମରେ ପାଳିତ ହେଲା ୪୬ତମ ବାହୁଡ଼ା ଯାତ୍ରା   (25-Jul-2026)       ||      ଖବର ଆଜିର ତାରିଖ ୨୫/୦୭/୨୬, ଶନିବାର    (25-Jul-2026)       ||      କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବକୁ କାନ୍ଧରେ ବୋହିବା ଘଟଣା: ଭାଇରାଲ ଭିଡିଓକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ସରକାର ଙ୍କୁ ବଦନାମ ଚକ୍ରାନ୍ତ    (25-Jul-2026)       ||      ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ   (25-Jul-2026)       ||      ବଲାଙ୍ଗୀର ଦିବ୍ୟଜୀବନ ସଂଘ ରେ ପବିତ୍ର ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା    (25-Jul-2026)       ||      ନିଟ୍ ୟୁଜି ପେପର୍ ଲିକ୍ ଏବଂ ଦିଲ୍ଲୀରେ ଛାତ୍ର ପ୍ରତିବାଦକାରୀଙ୍କ1ଙ୍କ ଉପରେ ପୁଲିସର ବର୍ବରତାକୁ ନିନ୍ଦା କରି ସମ୍ବଲପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ    (25-Jul-2026)       ||      ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଛି ବିଜୁ ଜନତା ଦଳ ନେତାଙ୍କ ପ୍ରତିବାଦ ସମ୍ବଲପୁର ଜିଲ୍ଲା..   (25-Jul-2026)       ||      ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ    (24-Jul-2026)       ||      ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   (24-Jul-2026)       ||      ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   (24-Jul-2026)       ||      ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (24-Jul-2026)       ||      ଜିଲ୍ଲା ପ୍ରଶାସନର ପ୍ରଭାବ - ଏକକ ବ୍ୟବହୃତ ପ୍ଲାଷ୍ଟିକ ଦନା ପରିବର୍ତ୍ତେ ପତ୍ରର ବ୍ୟବହାର   (24-Jul-2026)       ||      *ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବା ପରେ ଡାବୁଗାଁରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ*   (24-Jul-2026)       ||      ଭରସୂଜା ଅମୃତ ଧାରା ସୁଚାରୁ  ରୂପେ ପରିଚାଳିତ, ଏହାକୁ ନେଇ ବ୍ଲକ ଉପାଧ୍ୟାକ୍ଷା ଙ୍କ ପ୍ରେସବିବୃତି    (24-Jul-2026)       ||      ପଞ୍ଚ ଦିବସୀୟ ଇଂରାଜୀ ତାଲିମ ଶିବିର, ଶିକ୍ଷକ ଙ୍କୁ ଶିକ୍ଷାଦାନ କଲେ ଜିଲ୍ଲାପାଳ   (24-Jul-2026)       ||      ବରପାଲି ଅଞ୍ଚଳର ଝିଅ ପିଙ୍କି ହଂଶା ହେଲେ ଜାତୀୟ ଫୁଟବଲ ରେଫରି   (24-Jul-2026)       ||      ଗଇଁତାଳାର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ସୁଧାଂଶୁ ଶେଖର ନାଏକଙ୍କ ପରଲୋକ   (24-Jul-2026)       ||      ବିନିକା ହାଇସ୍କୁଲରେ ପରିବେଶ ସୁରକ୍ଷା ସଚେତନତା ଓ ଆର୍ଥିକ ସାକ୍ଷରତା ଶିବିର   (24-Jul-2026)       ||     

HOME   ଜିଲ୍ଲା

ବିଦେଶୀ ମଦ ଦୋକାନ ସହରରୁ ସ୍ଥାନାନ୍ତର ଦାବି ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

27-Jul-2021



କଣ୍ଟାବାଞ୍ଜି ( ଆନନ୍ଦ କୁମାର ମୋଟେ) - ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ମୁଖ୍ୟ ଛକ (ଇନ୍ଦିରା ଏବଂ ଶାସ୍ତ୍ରୀ ଛକ) ରେ ଥିବା ବିଦେଶି ଠିପି ବନ୍ଦ ମଦ ଦୋକାନ ସଂପୁର୍ଣ୍ଣ ଭାବେ ସ୍ଥାନାନ୍ତର ଦାବି କରିଛି ବେହେରେନସିଲେଟ ଆମ୍ବେଦକର ଯୁବକ ସଂଘ । କଣ୍ଟାବାଞ୍ଜି ତହସିଲଦାର ଅଶୋକ କୁମାର ମାଝିଙ୍କ  ଜରିଆରେ ଜିଲ୍ଲାପାଳ ବଲାଙ୍ଗିରଙ୍କୁ ଦାଦୀପତ୍ର ଦିଆଯାଇଛି । ଦାବି ମୁତାବକ ବିଦେଶି ଠିପି ବନ୍ଦ ମଦ ଦୋକାନ ସ୍ଥାନାନ୍ତର ନକଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।  ସଂଘ ଅଭିଯୋଗ ଅନୁସାରେ ସହରର ମୁଖ୍ୟ ଇନ୍ଦିରା ଛକରେ ଥିବା ବିଦେଶି ଠିପି ବନ୍ଦ ମଦ ଦୋକାନ ଅବକାରି ନିୟମ ଅନୁସାରେ ଖୋଲା ଯାଇନାହିଁ । ଏହି ମଦ ଦୋକାନରୁ କିଛି ଦୁରତାରେ ସରକାରି ବାଳିକା ହାଇସ୍କୁଲ, ସର୍ବ ପୁରାତନ ରାମ ମନ୍ଦିର ଅବସ୍ଥିତ ।  ସରକାରି ବାଳିକା ସ୍କୁଲକୁ ଏହି ରାସ୍ତା ଦେଇ ଛାତ୍ରି ମାନେ ସ୍କୁଲ ଯିବା ଆସିବା କରନ୍ତି । ମନ୍ଦିରକୁ ମଧ୍ୟ ପ୍ରତ୍ୟେକ ଦିନ ଶ୍ରଦ୍ଧାଲୁ ମାନଙ୍କ ସମାଗମ ହୋଇଥାଏ । ସେହିପରି ଶାସ୍ତ୍ରୀଛକ ପାଖରେ ଥିବା ବିଦେଶି ଠିପି ବନ୍ଦ ମଦ ଦୋକାନ - ୨ ରହିଛି । ସେହି ମଦ ଦୋକାନ ପାଖକୁ ମନ୍ଦିର ଗାୟତ୍ରି ମନ୍ଦିର, ମାତା ମନ୍ଦିର, ଜଗନ୍ନାଥ ମନ୍ଦିର ସହ  ସ୍ୱାଧିନତା ପୁର୍ବରୁ ଥିବା ନୋଡାଲ ଏମ.ଇ. ସ୍କୁଲ ରହିଛି । ସବୁ ଏହି ରାସ୍ତାରେ ଜନଗହଳି ରହିଥାଏ ।  ମଦ ଦୋକାନ ରାସ୍ତା ଦେଇ ଏମ.ଇ ସ୍କୁଲ କୁ  ପାଠ ପଢିବା ପାଇଁ ଛାତ୍ର ଛାତ୍ରି ମାନେ ଯାଇଥାନ୍ତି । ମନ୍ଦିରକୁ ମଧ୍ୟ ଶ୍ରଦ୍ଧାଲୁ ମାନଙ୍କ ଭିଡ ଦେଖିବାକୁ ମିଲିଥାଏ । ମୁଖ୍ୟ ଛକ ପାଖରେ ମଦ ଦୋକାନ ଥିବା ଯୋଗୁ ଅନେକ ସମୟରେ ମଦ୍ୟପ  ମାନଙ୍କ ଯୋଗୁ ଛାତ୍ର ଛାତ୍ରି ସହ ଶ୍ରଦ୍ଧାଲୁ ମାନଙ୍କୁ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ମଦ୍ୟପ ମାନେ ମଦ ଦୋକାନରୁ ମଦ କିଣି ରାସ୍ତା ଉପରେ ମଦ ସେବନ କରି ମଦ ଦୋକାନ ପାଖରେ  ଆଡ୍ଡା ଜମାଉଥିବା ଯୋଗୁ ସେହି ରାସ୍ତାରେ ଯିବା ଆସିବା କରୁଥିବା ଲୋକ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ଅବକାରି ନିୟମ ଅନୁସାରେ ଏହି ଦୁଇ ମଦ ଦୋକାନ ନଥିବା ବେଳେ ତୁରନ୍ତ ଦୁଇ ମଦ ଦୋକାନକୁ ସହରରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରାଯାଇଛି । ଏହୁ ଦାବିର ଏକାକିତା ନକଲ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରି ସାମି ରେଡ୍ଡି ଜୟଶ୍ରୀଙ୍କୁ ମଧ୍ୟ ଦିଆଯାଇଛି ।  ଦାବିପତ୍ର ଦେବା ସମୟରେ ସଂଘ ସଭାପତି ରୋହନ କୁମାର ମହତ, ସଂପାଦକ ମନୋଜ ତାଣ୍ଡି, ସଦସ୍ୟ ଭିଷ୍ମ ଜାଲ, ସୁମନ ମହତ, ମୋହନ ସୁନା, ଦଳଗଞ୍ଜନ ମହାନନ୍ଦ, ରାଜେଶ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଓଡିଆ ସାହିତ୍ୟ ସେବା ଓ ସୁରକ୍ଷା ପରିବାରର ଆନୁକୁଲ୍ୟରେ ଭଜନ ସମାରୋହ   25-Jul-2026
  ଜିଲ୍ଲା  
ବରଗଡ଼ ଲାୟନ୍ସ କ୍ଳବ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ   25-Jul-2026
  ରାଜ୍ୟ  
ତରାବୋଇରେ ଧୁମ,ଧାମରେ ପାଳିତ ହେଲା ୪୬ତମ ବାହୁଡ଼ା ଯାତ୍ରା   25-Jul-2026
  ଦେଶ ବିଦେଶ  
ଖବର ଆଜିର ତାରିଖ ୨୫/୦୭/୨୬, ଶନିବାର    25-Jul-2026
  ଜିଲ୍ଲା  
କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବକୁ କାନ୍ଧରେ ବୋହିବା ଘଟଣା: ଭାଇରାଲ ଭିଡିଓକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ସରକାର ଙ୍କୁ ବଦନାମ ଚକ୍ରାନ୍ତ   25-Jul-2026
  ଜିଲ୍ଲା  
ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ   25-Jul-2026
  ରାଜ୍ୟ  
ବଲାଙ୍ଗୀର ଦିବ୍ୟଜୀବନ ସଂଘ ରେ ପବିତ୍ର ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା   25-Jul-2026
  ଜିଲ୍ଲା  
ନିଟ୍ ୟୁଜି ପେପର୍ ଲିକ୍ ଏବଂ ଦିଲ୍ଲୀରେ ଛାତ୍ର ପ୍ରତିବାଦକାରୀଙ୍କ1ଙ୍କ ଉପରେ ପୁଲିସର ବର୍ବରତାକୁ ନିନ୍ଦା କରି ସମ୍ବଲପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ   25-Jul-2026
  ଜିଲ୍ଲା  
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଛି ବିଜୁ ଜନତା ଦଳ ନେତାଙ୍କ ପ୍ରତିବାଦ ସମ୍ବଲପୁର ଜିଲ୍ଲା..   25-Jul-2026
  ଜିଲ୍ଲା  
ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ   24-Jul-2026
  ଜିଲ୍ଲା  
ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   24-Jul-2026
  ଜିଲ୍ଲା  
ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   24-Jul-2026

You Might Also Like