-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
12-Jul-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା)- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସଦର ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ନବଦିନାତ୍ମିକ ରଥଯାତ୍ରା କୋଭିଡ କଟକଣା ମଧ୍ୟରେ ସମ୍ପନ୍ନ ହୋଇଛି । ପୁର୍ବ ବର୍ଷ ଭଳି ଏଥର ମଧ୍ୟ ଭକ୍ତ ଗଣ ଦର୍ଶନ କରିନପାରି ଉଦାସ ମନରେ ରହିଥିବା ବେଳେ ସୀମିତ ସେବକଙ୍କୁ ନେଇ ଯାତ୍ରା ପାଳିତ ହୋଇଛି । ସକାଲୁ ପାରମ୍ପରିକ ଦ୍ୱାର‘ିଟା, ମଙ୍ଗଲ ଆଳତୀ ତଥା ବାଲ ଭୋଗ ଅର୍ପଣ ପରେ ଜଗନ୍ନାଥଙ୍କୁ ବେଶ କରାଯାଇଥିଲା । ପୂଜକ ପଣ୍ଡିତ ଦସରଥ ମହାପାତ୍ର ଖେଚୁଡୀ ଭୋଗ ଅର୍ପଣ ପରେ ହିମାଂଶୁ ଶେଖର ତ୍ରିପାଠୀ ଛେରାପହରା କରିଥିଲେ । ପରେ ଲୋକନାଥ ପୁଝାରୀ, ଗୋପାଲ ପଣ୍ଡା, ଅରୁଣ କୁମାର ତ୍ରୀପାଠୀ, ସତ୍ୟନାରାୟଣ ପୁଝାରୀ, ଉମେଶ ପାଣିଗ୍ରାହୀ, ନାରାୟଣ ପଣ୍ଡା, ଜଗନ୍ନାଥ ପଣ୍ଡା ପ୍ରମୁଖ ବ୍ରାହ୍ମଣ ସେବାୟତ ବିନା ପହଣ୍ଡି, ବିନା ଶୋଭାଯାତ୍ରା ତଥା ବିନାଭକ୍ତରେ ଉଲୁଣ୍ଡା ମାଉସି ମାଁ ମନ୍ଦିରକୁ ଠାକୁରଙ୍କୁ ପହଂଚାଇଥିଲେ । ମନ୍ଦିର ପରିଚାଳନା ପରିଷଦର ସଭାପତି ଲକ୍ଷ୍ମିକାନ୍ତ ପଣ୍ଡା, ସଂପାଦକ ବସୁଦେବ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।