-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
11-Jul-2021
କୋଦଳା, ଗଞ୍ଜାମ(ଉମା ମହାରଣା) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଥାନା ପାଇକଜମୁନା ଗଞ୍ଜାମ ଗାଁରେ ମାଛ ଗୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ଯରେ ସଂଘର୍ଷ । ଫଳରେ ଉଭୟ ଗୋଷ୍ଠୀର ଛଅ ରୁ ଅଧିକ ଆହତ ହୋଇ କବିସୂର୍ଯ୍ୟ ନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି । ସୂଚନା ଅନୁସାରେ ମାଛ ଗୁତାକୁ ନେଇ ଆଜି ଗ୍ରାମରେ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଦୁଇ ଗୋଷ୍ଠୀ
ମଧ୍ୟରେ କଥା କଟାକଟି ହୋଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା l ଯାହା ଫଳରେ ଉଭୟ ଗୋଷ୍ଠୀର ୬ ଜଣରୁ ଉର୍ଦ୍ଧ ଆହତ ହୋଇଥିବା ଦେଖିବାକୁ ମିଳିଛି l ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହିତ ଉଭୟ ଗୋଷ୍ଠୀର କିଛି ଯୁବକଙ୍କୁ ଅଟକରଖିଛି l