-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
10-Jul-2021
ଭୁବନେଶ୍ବର(ପ୍ରେରଣା ଖବର ବ୍ୟୁରୋ),: ବୌଦ୍ଧ କନ୍ଧମାଳ ସୀମାନ୍ତ ଉମା ଜଙ୍ଗଲରେ ମାଓବାଦୀ ଓ ଏସଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ତେବେ ମାଓବାଦୀଙ୍କ ଗୁଳିରେ ଦୁଇ ଜଣ ଏସଓଜି ଯବାନ ଗୁରୁତର ହୋଇଛନ୍ତି । ଉଭୟଙ୍କ ଅବସ୍ଥା ସ୍ଥିର ରହିଛି । ଅନ୍ୟପକ୍ଷେ କୋମ୍ବିଂ ଅପରେଶନରେ କିଛି ମାଓବାଦୀ ମୃତାହତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଖବର ପାଇ ମାଲକାନଗିରି ଗସ୍ତରେ ଯାଉଥିବା ଡିଜିପି ଅଭୟ ଓ ଗୋଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ ଗସ୍ତ ବାତିଲ କରି ସିଧାସଳଖ କନ୍ଧମାଳରେ ପହଞ୍ଚିଥିଲେ । ସେଠାରୁ ଗୁରୁତର ଦୁଇ ଯବାନଙ୍କୁ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଇଥିଲା । ପରେ ଯବାନଙ୍କୁ ଏମ୍ସରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ସେହିପରି ଗୁଳି ବିନିମୟ ଚାଲିଥିବାରୁ ମାଓବାଦୀଙ୍କ ମୃତାହତ ନେଇ ସୂଚନା ମିଳିପାରିନାହିଁ ।