-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2020
ଭାରତୀୟ ରିଜର୍ଭ ବ୍ୟାଙ୍କର କରେନ୍ସି ଚେଷ୍ଟରେ ଜମାହୋଇଛି ୧ କୋଟି ନକଲି ନୋଟ୍ । ଲକ୍ଷ୍ନୌ ମହାନଗର ନିଗମ କୋତୱାଲିରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ଏକ କୋଟି ଟଙ୍କାର ନକଲି ନୋଟ୍ ମିଳିବା ନେଇ ମାମଲା ଦାୟର କରିଛନ୍ତି । ଏହି ନୋଟ୍ ବିଭିନ୍ନ ବ୍ୟାଙ୍କ୍ ରେ ୨୦୧୭ରୁ ୨୦୧୮ ମଧ୍ୟରେ ଜମା କରାଯାଇଥିଲା ଆସିଷ୍ଟାଣ୍ଟ ମ୍ୟାନେଜର ରଞ୍ଜନ ମରାଭିଙ୍କ ସୂଚନା ଅନୁସାରେ, ଅକ୍ଟୋବର ୨୦୧୭ରୁ ମାର୍ଚ୍ଚ ୨୦୧୮ମଧ୍ୟରେ କରେନ୍ସି ଚେଷ୍ଟରେ ୧୫୪୩୬ଟି ନକଲି ନୋଟ୍ ଜମା ହୋଇଥିଲା । ଯାଞ୍ଚ ସମୟରେ ୫୦୦ ଟଙ୍କିଆ ୯୭୫୩ ଏବଂ ହଜାରେ ଟଙ୍କିର ୫୭୮୩ଟି ନୋଟ୍ ମିଳିଥିଲା । ଉଦ୍ଧାର ହୋଇଥିବା ସମସ୍ତ ନୋଟଗୁଡିକ ପ୍ରାୟ ଏକ କୋଟି ୫ ଲକ୍ଷ ଟଙ୍କାର ହେବ ଆସିଷ୍ଟାଣ୍ଟ ମ୍ୟାନେଜର ମହାନଗର ନିଗମ ପୋଲିସକୁ ନକଲି ନୋଟଗୁଡିକର ଫୋରେନସିକ୍ ଯାଞ୍ଚ କରିବାକୁ ମଧ୍ୟ କହିଛନ୍ତି। ମହାନଗର ଇନ୍ସପେକ୍ଟର ଯଶକାନ୍ତ ସିଂ କହିଛନ୍ତି ଯେ, ରଞ୍ଜନ ମରାଭିଙ୍କ ଅଭିଯୋଗ ଆଧାରରେ ଭାରତୀୟ ମୁଦ୍ରାର ନକଲି କରିବା ଧାରା ଅଧିନରେ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରହିଛି