-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
26-Jun-2021
ବିନିକା (ହିମାଂଶୁ ଶେଖର ପୁଟେଲ) : ନିଜର କିଛି ଅର୍ଥ ଗରିବ ଅସହାୟ ତଥା ବାପା ମା ଛେଉଣ୍ଡ ପୁଅ ଝିଅଙ୍କୁ ସହାୟତା ପ୍ରଦାନ କଲେ ନିଜ ଜୀବନରେ କରି ଆସୁଥିବା ପରିଶ୍ରମର ମୂଲ୍ୟ କିଛି ମାତ୍ରାରେ ସାର୍ଥକ ହୋଇଥାଏ ବୋଲି ବିଶ୍ୱାସ ରହିଥିବାରୁ ଅଦୃଶ୍ୟ ଶକ୍ତି ମହାମାରୀ କରୋନାକୁ ପ୍ରତିହତ ପାଇଁ
ସରକାର ଜାରି କରିଥିବା ଲକଡାଉନ/ସଟଡାଉନ ପରିପ୍ରେକ୍ଷୀରେ କାମ ନ ପାଇ ଅନେକ ଗରିବ ଶ୍ରେଣୀର ପରିବାର ବହୁ ଦୁଃଖ କଷ୍ଟରେ ଚାଲୁଥିବା ବେଳେ ଆଉ କେତେକ ପରିବାର ତଥା ଅସହାୟ ବ୍ୟକ୍ତି ଖାଇବା ନ ପାଇଁ ଭୋକ ଉପାସରେ ଦିନ କାଟୁଥିବା ଦେଖା ଯାଇଛି l ଏହି ଦୁର୍ଦ୍ଦିନ ପରିସ୍ଥିତିରେ ବିନିକା ସିଦ୍ଧାର୍ଥ ଜୁନିଅର କଲେଜ ଅଧ୍ୟକ୍ଷା ରେଖା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାନଦୀ ଯୁବକ ସଂଘ ସଭାପତି କ୍ଷୀରସାଗର ବିଭାର, ପୂର୍ବତନ ଏନଏସି ଉପାଧ୍ୟକ୍ଷ ତପସ୍ଵିନୀ ମେହେର, ଗରିବ ସାଲମା ପ୍ରମୁଖଙ୍କ ସମେତ ଅଞ୍ଚଳର ବହୁ ସ୍ବେଚ୍ଛାସେବୀ ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନରେ ସହରର ବିଭିନ୍ନ ସ୍ଥାନରେ ନିରୀହ ଅସହାୟ, ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀ ଓ ତାଙ୍କ ସମ୍ପର୍କୀୟ, ବାଟରେ ଯାଆଆସ କରୁଥିବା ପଥିକ, ଗାଡ଼ି ଚାଲକ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ପ୍ରକ୍ରିୟା ଜାରି ରଖିଥିବା ବେଳେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟ ଯଥା,
ମୁକ୍ତିତୀର୍ଥ ପାପକ୍ଷୟ ଘାଟ ସଫେଇ,ବୃକ୍ଷ ରୋପଣ,ସଚେତନତା ଶିବିର କରାଯାଉଥିବା ଦେଖିବାକୁ ମିଳିଛି l ଅନ୍ୟ ପକ୍ଷରେ ଖବର ପାଇ ଡୁଙ୍ଗୁରିପାଲି ଫଟlମୁଣ୍ଡାର ବାପା ମା ଛେଉଣ୍ଡ ଭାଇ ଭଉଣୀ ଘରକୁ ଯାଇ ଅଧ୍ୟକ୍ଷା ରେଖା ପ୍ରଦାନ ସହାୟତା ପ୍ରଦାନ କରିବା ସହ ସେମାନଙ୍କ ଅସୁବିଧା ଉପରେ ବୁଝିଥିଲେ l