-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
25-Jun-2021
ସମ୍ବଲପୁର (ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ଆଜି ସମ୍ବଲପୁର ଡିଏଫଓ ଡା. ସଞ୍ଜିତ କୁମାର ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା I ସଂଘର ଉପ ସଭାପତି ସୁକାନ୍ତ କର ଙ୍କ ନେତୃତ୍ୱରେ ସମ୍ପାଦକ ସରୋଜ ସାହୁ, ସାଧବ ପ୍ରଧାନ, ଜୁଷ୍ମଣ ରଣା,ସୁଶାନ୍ତ ମହାପାତ୍ର, ଦେବାଶିଷ ବେହେରା, ସଞ୍ଜୀବ ପାଣିଗ୍ରାହୀ ପ୍ରମୁଖ ଡିଏଫଓ ଶ୍ରୀ କୁମାର ଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ଉପଢୌକନ ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ I ଏଠାରେ ସୂଚନାଯୋଗ୍ୟ ଯେ, ଡିଏଫଓ ଡ଼ା. ସଞ୍ଜିତ କୁମାର ଙ୍କୁ ଏଠାରୁ ନନ୍ଦନକାନନ ର ଉପନିର୍ଦେଶକ ଭାବେ ଭୁବନେଶ୍ୱର କୁ ବଦଳି ହୋଇଛି I ସମ୍ବଲପୁର ଡିଏଫଓ ଭାବେ ଗତ ୪ ବର୍ଷ ଧରି ସେ ଏଠାରେ ଅବସ୍ଥାପିତ ଥିଲେ I ତାଙ୍କ ବଦଳରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଡିଏଫଓ ବିଶ୍ୱନାଥନ ନିଳାନମ୍ବର ଙ୍କୁ ସମ୍ବଲପୁର ଡିଏଫଓ ଭାବେ ନିଯୁକ୍ତି ଦିଆଯାଇଛି I ଆଉ ତିନି ଚାରି ଦିନ ମଧ୍ୟରେ ନୂଆ ଡିଏଫଓ ଏଠାରେ ଯୋଗ ଦେବେ ବୋଲି ଜଣାପଡ଼ିଛି I