-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
25-Jun-2021
ବେଲପଡ଼ା (ପ୍ରେରଣା ଖବର) ଗତକାଲି ପାଟଣାଗଡ଼ ବିଧାୟକ ସରୋଜ ମେହେର ପାଟଣାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବେଲପଡ଼ା ବ୍ଲକ ର ବିଭିନ୍ନ ଅଞ୍ଚଳ ଗସ୍ତ କରି କରୋନା ପୀଡ଼ିତ ପରିବାର ମାନଙ୍କୁ ଭେଟିଥିଲେ l ଶ୍ରୀ ଏହି ପରିବାର ମାନଙ୍କ ପାଖରେ ପହଂଚି ସମବେଦନା ଓ ଆର୍ଥିକ ସହଯୋଗର ପ୍ରଦାନ କରିଥିଲେ l ନିଜର କର୍ମୀ ଓ ସମର୍ଥକଙ୍କ ସହ ସେ ଏପରି ପରିବାର ମାନଙ୍କ ପାଖରେ ପହଞ୍ଚିଛନ୍ତି ଯେଉଁ ମାନଙ୍କ ସୁନାର ସ ସଂସାର ଚୁନା ହୋଇଯାଇଛି l ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଯୋଜନାରେ ଚିହ୍ନଟ ପରିବାରକୁ ତୁରନ୍ତ ଆର୍ଥିକ ସହଯୋଗ ପ୍ରଦାନ କରାଯିବ ବୋଲି ଶ୍ରୀ ମେହେର ପ୍ରତିଶ୍ରୁତି ଦେଇଥିଲେ l କିଛି ଦିନ ପୂର୍ବରୁ ବିଧାୟକ ଶ୍ରୀ ମେହେର ପାଟଣାଗଡ଼ ସହର ସମେତ ଖପ୍ରାଖୋଲ ଅଂଚଳକୁ ଯାଇ କରୋନା ଜନିତ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ଆର୍ଥିକ ସହଯୋଗ ପ୍ରଦାନ କରିଥିଲେ l କରୋନା ମହାମାରୀ ସମୟରେ ଯୁବ ବିଜେଡ଼ି ବିଧାୟକ ସରୋଜ ମେହେରଙ୍କ ସାମାଜିକ କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି l