-+91-9937148622 |
prerana_bgr@rediffmail.com |
Friday 14th August 2026 |
R.N.I. Regd No. ODIODI/2010/46693
Breaking News
25-Jun-2021
ଲୋଇସିଂହା (ବିନୋଦ କୁମାର ଦୀପ): ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡମହାସଭା ଓଡିଶା ପ୍ରଦେଶ, ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଦ୍ବାରା ୪୫୮ତମ ରାଣୀ ଦୁର୍ଗାବତୀ ବଳିଦାନ ଦିବସ ସ୍ଥାନୀୟ ଆଦିବାସୀ ଭବନ ଠାରେ ପାଳିତ କରାଯାଇଛି।ଏହି ଅବସରରେ ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ ଦ୍ବାରା ବଡ ଦେଓ ପାଠାଗାର ଉଦ୍ଘାଟିତ ହୋଇଥିଲା l ଜିଲ୍ଲା ସଭ୍ୟ କିଶୋରୀ କୁଅଁର, ପ୍ରୀତିଚନ୍ଦ୍ର ରାୟ, ଜିଲ୍ଲା ଗୋଣ୍ଡୱାନା ଛାତ୍ରସଂଘ ସଭାପତି ଲଳିତ ମୋହନ ପୁଟା, ଉପ ସଭାପତି ଚନ୍ଦ୍ରଶେଖର କୁଅଁର,ମହାସଚିବ ସୁବ୍ରତ କୁଅଁର ଆଜିର ରାଣୀ ଦୁର୍ଗାବତୀ ବଳିଦାନ ଦିବସର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରିଥିଲେ l କାର୍ଯ୍ୟକ୍ରମକୁ ଲୋଇସିଂହା ବ୍ଲକ ଆୟୋଜନ ସଭାପତି ଦଶରଥ ଛତ୍ରିଆ ପରିଚାଳନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଆଗଲପୁର ଛାତ୍ର ସଂଘ ସଭାପତି ଦେବେନ୍ଦ୍ର ପୁଟା,ଭୁବନେଶ୍ୱର ଧରୁଆ,ପ୍ରତିଭା ଭୋଇ,ପୂର୍ଣଚନ୍ଦ୍ର ଭୋଇ, କୁମର ସଲତର, ଗୋବର୍ଦ୍ଧନ ଧରୁଆ, ବାଳକୃଷ୍ଣ ଧରୁଆ ପ୍ରମୁଖ ଯୋଗ ଦେଇ ରାଣୀ ଦୁର୍ଗାବତୀଙ୍କ ଜୀବନୀ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଆଗକୁ ପ୍ରତି ବର୍ଷ ପାଳନ କରିବା ପାଇଁ ସମସ୍ତେ ମତ ଦେଇଥିଲେ। ବନ ମହୋତ୍ସବ ସପ୍ତାହ ପାଳନ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ଆଲୋଚନା କରାଯାଇଥିଲା l ଶେଷରେ ଲୋଇସିଂହା ବ୍ଲକ ଆୟୋଜନ ସମ୍ପାଦକ ଧନ୍ୟବାଦ ଦେଇଥିଲେ।