-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
24-Jun-2021
ଲୋଇସିଂହା, (ବିନୋଦ କୁମାର ଦୀପ): ଲୋଇସିଂହା ବ୍ଲକ ବାଦିବାହାଲ ପଂଚାୟତ ଅନ୍ତର୍ଗତ ବାଦିବାହାଲ ସୁଦାମପାଲିଠୁ ଖଲିଆପାଲି ରାସ୍ତାର ଦୁରାବସ୍ଥା ଓ ଜନଅସନ୍ତୋଷକୁ ନେଇ କିଛି ଦିନ ପୂର୍ବରୁ 'ପ୍ରେରଣା' ଖବର ତରଫରୁ ଏକ ସମ୍ବାଦ ପ୍ରକାଶ ପାଇଥିଲା lଏହି ବିପଦପୂର୍ଣ୍ଣ ରାସ୍ତାର ମରାମତି ଲାଗି ପ୍ରଶାସନକୁ ଅବଗତ କରାଯାଇଥିଲା l ସେ ଯାହା ହେଉ, ବର୍ତମାନ ସେହି ରାସ୍ତା ଉପରେ ପ୍ରଶାସନର ଦୃଷ୍ଟି ପଡିଛି l ଲୋକଙ୍କ ଯିବା ଆସିବାର ସୁବିଧା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି କାର୍ଯ୍ୟ ଆଗେଇ ଚାଲିଛି l ଶ୍ରମିକମାନେ ସାମାଜିକ ଦୂରତା ପାଳନକରି ରାସ୍ତାକାମର ଶୁଭାରମ୍ଭ କରିଛନ୍ତି l ବହୁ ଦିନ ପରେ ଏହି ରାସ୍ତା କାମ ହୋଇଥିବାରୁ ଅଂଚଳବାସୀ ଖୁସି ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ 'ପ୍ରେରଣା' ଖବର କାଗଜକୁ ଧନ୍ୟବାଦ ଜଣାଇଛନ୍ତି l