-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
23-Jun-2021
ଲୋଇସିଂହା(ବିନୋଦ କୁମାର ଦୀପ): ବଲାଙ୍ଗୀର ଜିଲ୍ଲା ଲୋଇସିହା ବ୍ଲକରେ ବିଭିନ୍ନ ଟୀକାକରଣ କେନ୍ଦ୍ରରେ ଅବ୍ୟବସ୍ଥା ଦେଖାଦେଇଥିବା ଅଭିଯୋଗ ହୋଇଛି । ଲୋଇସିଂହା ର ଟୀକାକରଣ କେନ୍ଦ୍ରରେ ଟୀକା ନେବା ପାଇଁ ଆସିଥିବ ପୁରୁଷ. ମହିଳା ମାନଙ୍କ ପାଇଁ ସାମାନ୍ୟତମ ସୁବିଧା ମଧ୍ଯ ପ୍ରଦାନ କରାଯାଇ ପାରି ନାହିଁ l ଆଜି ଉକ୍ତ ବିଷୟ ନେଇ ଲୋକେ ହଟଗୋଳ କରିଥିବା ବେଳେ ଅଭିଯୋଗର କାରଣ ଟିକା ନେବା ପରେ ବସିବା ପାଇଁ ଅବ୍ୟବସ୍ଥା , ପିଇବା ପାଣି ର ବ୍ୟବସ୍ଥା ନ ଥିବା ଲୋକେ ଅଭିଯୋଗ କରିଥିଲେ l ସବୁଠୁ ବଡ଼ କଥା ହେଲା ଏଠାରେ ଟୀକା ତାଲିକାରେ ମଧ୍ୟ ଚଂଚକତା ହୋଇଥିବା ଅଭିଯୋଗ ହେଉଛି । ତେବେ ନାହିଁ ନାହିଁ ରେ ଚାଲିଛି ଲୋଇସିଂହା ଟୀକା କେନ୍ଦ୍ର । ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l