-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
20-Jun-2021
କଳାହାଣ୍ଡି,କୋକସରା (ତ୍ରିନାଥ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ସାନପୋଡାଗୁଡା ଗ୍ରାମର ଭିକ ମଶ୍ରା (୫୫), ପ,ତ୍ନୀ ମୁକ୍ତା ମଶ୍ରା (୫୦), ତାଙ୍କ ଗୋଟିଏ ଝିଅ ଦୁଇ ପୁଅ ସେମାନେ ଅତି ଅସହାୟ ଓ ଗରିବ ଶ୍ରେଣୀର । ଭିକ ମଶ୍ରା ପରିବାର ମଧ୍ୟରେ ସେ ହିଁ ଜଣେ ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ସେ ଦୁଇ ବର୍ଷ ହେଲା କୌଣସି ଏକ ଅଜଣା ରୋଗରେ ପଡ଼ି ଶରୀର କ୍ଷୀଣ ହୋଇ ପେଟ ବଢ଼ିବାରେ ଲାଗିଛି। ଯାହାଫଳରେ ସେ ଶଯ୍ୟାlଶlୟୀ ଘରେ ପଡିରଛନ୍ତି । ସେ ଅର୍ଥ ଅଭାବରୁ ଚିକିତ୍ସା ହୋଇ ପାରୁନାହାଁନ୍ତି। ଏହି ପରିସ୍ଥିତିରେ ତାଙ୍କ ବଡ଼ ଝିଅ କୁଲି ମଜୁରି କରି ଦୁଇ ଓଳି ଦୁଇ ମୁଠା ଖାଇବାକୁ ଯୋଗାଉଛି । ଏମିତି ଦୟନୀୟ ସ୍ଥିତିରେ ବିଦ୍ୟୁତ୍ ବିଭାଗବ ବିଲ୍ ପାଇଁ ତାଙ୍କ ଘରରୁ ବିଦ୍ୟୁତ୍ ତାର କାଟି ବିଦ୍ୟୁତ୍ ସଂଯୋଗରୁ ବଞ୍ଚିତ କରିଛନ୍ତି। ଏଠାରେ ବିଦ୍ୟୁତ୍ ବିଭାଗ ବିଦ୍ୟୁତ ସଂଯୋଗ ଦେଇ , ଏଭଳି ଅନ୍ଧାର ଭିତରକୁ ଚାଲିଯାଉଥିବା ପରିବାରକୁ ଯଦି ସ୍ୱାସ୍ଥ୍ୟସେବା ଯୋଗାଇ ଭିକ ମଶ୍ରାଙ୍କ ପରିବାରକୁ ଆଲୋକର ବାଟ ଦେଖାଇଲେ ଭିକ ମଶ୍ରା ଙ୍କ ପରିବାର ଉପକୃତ ହେବେ ବୋଲି ମତପ୍ରକାଶ ପାଇଛି l