-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
19-Jun-2021
ବଲାଙ୍ଗିର (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ତୁଷୁରା ଡାକ୍ତରଖାନା ପ୍ରତି ସ୍ୱାସ୍ଥ୍ୟ ବିଭାଗ ଅବହେଳା କରୁଥିବାର ପ୍ରତିବାଦରେ ତୁଷୁରାରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଡାକ୍ତରଖାନାରେ ଡାକ୍ତର ଅଭାବ ପୂରଣ କରିବା ପାଇଁ ପ୍ରତିବାଦ କରିଆସୁଥିବା ୟୁଥ ଏକ୍ସନ କମିଟି ଗତକାଲି ମହିଳା ଓ ଶିଶୁ ବିକାଶ କ୍ୟାବିନେଟ ମନ୍ତ୍ରୀ ଟୁକୁନି ସାହୁଙ୍କୁ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି।
ଗତକାଲି ମନ୍ତ୍ରୀ ତୁଷୁରା ଡାକ୍ତରଖାନା ପରିଦର୍ଶନ ସହ ଏକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଜାଗା ଚିହ୍ନଟ କରିବାକୁ ଆସିଥିଲେ। ପୂର୍ବରୁ ସଂଗଠନ ପକ୍ଷରୁ ତୁଷୁରାକୁ ନେତା ମନ୍ତ୍ରୀ ଆସିବା ମନା ବୋଲି ସହରର ବିଭିନ୍ନ କାନ୍ଥରେ ପୋଷ୍ଟର ଲଗାଯାଇଥିଲା। ତୁଷୁରା ମହିପୁର ଛକରେ ସଂଗଠନର କର୍ମକର୍ତ୍ତା ମାନେ ପ୍ଲା-କାର୍ଡ ସହ କଳାପତକା ଦେଖାଇ ମନ୍ତ୍ରୀଙ୍କୁ ବିରୋଧ କରିଥିଲେ। ଏନେଇ ତୁଷୁରା ପୁଲିସ ୬ ଜଣଙ୍କୁ ଗିରଫ କରିବାରୁ ତୁଷୁରାର ଲୋକମାନେ ଥାନା ସମ୍ମୁଖରେ ଧାରଣାରେ ଦୀର୍ଘ ସମୟ ଧରି ବସି ପ୍ରତିବାଦ କରିଥିଲେ । ତୁଷୁରା ଡାକ୍ତରଖାନାରେ ଥିବା ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରିବା ପରେ ତୁଷୁରାରେ ଅସନ୍ତୋଷ ଦେଖାଦେଇଛି ।