-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
16-Jun-2021
ଟିଟିଲାଗଡ଼(ପ୍ରେରଣା ଖବର) :ଟିଟିଲାଗଡର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଘଣ୍ଟାସେନୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅବସରରେ ତପୋବନ ଏକାଡେମୀ, ସିରୋଲ ଆନୁକୂଲ୍ୟରେ ମାଟିର ପର୍ବ ରଜ ଉପଲକ୍ଷେ ଆଭାସି ଜରିଆରେ କବିତା ଆସର ଅନୁଷ୍ଠିତ ହୋଇଥିଲା।ସଂସଦର ସଭାପତି ଶ୍ରୀ ଗଜାନନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆବାହକ କବି ବୃନ୍ଦାବନ କୁମ୍ଭାର ସ୍ୱ।ଗତ ଭାଷଣ ଓ କବୟିତ୍ରୀ ସଞ୍ଜୁକ୍ତା ପରିଛ୍ଛା କବିତା ସଂଯୋଜନା କରିଥିଲେ।ଏହି କବିତା ଆସରରେ କବି ଭିକାରୀ ମିଶ୍ର, ନକୁଳ ମେହେର, ବିରଞ୍ଚି ନାରାୟଣ ଦାଶ, ଆଶିଷ ଚନ୍ଦନ,ସବିତା ଭୋଇ ଆଦି କବି କବୟିତ୍ରୀ ଯୋଗଦେଇ କବିତା ପାଠ କରିଥିଲେ।ପରିଶେଷରେ ସଂପାଦକ ଅଶ୍ୱିନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।