-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
14-Jun-2021
ବିନିକା (ହିମାଂଶୁ ଶେଖର ପୁଟେଲ): ସୁବର୍ଣ୍ଣପୁର ଜିଲ୍ଲା ବିନିକ ଏନ୍ ଏ ସି ର 12 ନଂ ୱାର୍ଡ ନୂଆଁପାଲି ଗ୍ରାମରେ ଚାଲିଛି ବେଆଇନ ଦେଶୀ ମଦ କାରବାର,ଛୋଟ ପିଲା ଠୁ ବୟସ୍କ ସମସ୍ତେ ମଦ ପିଇ ପଥ ଭ୍ରଷ୍ଟ ହେଉଥିବା ବେଳେ, ମଦ ଯୋଗୁଁ ପରିବାର ମଧ୍ୟରେ ଝଗଡା ହେଉଛି, ଏବଂ ଗାଁ ର ପରିବେଶ ଅଶାନ୍ତି ସୃଷ୍ଟି ହେଉଛି ଏପରି ଅଭିଯୋଗ ନେଇ ଆଜି ବିନିକା ଥାନା ର ଦ୍ୱାରସ୍ଥ ହୋଇଛନ୍ତି ଗାଁ ର ଚାରିଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ। ଆଉ ମଦ ବିକୁଥିବା ଗାଁ ର ଜୟରାମ ମଲ୍ଲିକ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ଥାନାରେ। ମଦ ବିକ୍ରି ବନ୍ଦ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରିବେ ବୋଲି ସେମାନେ ପ୍ରଶାସନକୁ ଚେତାବନୀ ଦେଇଛନ୍ତି l