-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
11-Jun-2021
ଗଞ୍ଜାମ, (ଉମା ମହାରଣା): ଭୁଲିଗଲେ ମାନବିକତା l ଗାଁ ଦାଣ୍ଡ ଗଛରେ ବାନ୍ଧି ବୋହୁକୁ ଅମାନୁଷିକ ଭାବେ ପିଟିଲେ ଶାଶୁ ଘର ପରିବାର ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲl ପୋଲସରା ଥାନା ଅନ୍ତର୍ଗତ ଢୁଙ୍କାପଡା ଗ୍ରାମରେ ଘଟଣା ଟି ଘଟିଛି । ସବୁବେଳେ ପାରିବାରିକ କଳହ ଲାଗିରହୁ ଥିଲା ଘରେ। ଏମିତି କି ଯୌତୁକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ। ସ୍ୱାମୀ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ କାମ କରୁଥିବା ବେଳେ ଏପଟେ ଶାଶୁ ଘର ଲୋକେ ବୋହୁକୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି ା ପୋଲସରା ଥାନାରେ। ଘଟଣାର ପୋଲିସ ତଦନ୍ତ କରୁଥିବା ଜଣାପଡିଛି।